ବାଂଲାଦେଶ ପିଲା ପଢିବେନି ହସିନାଙ୍କ ବିଷୟରେ ପାଠ, ସିଲାବସ୍ ବଦଳାଇବେ ୟୁନୁସ ସରକାର

ନୂଆଦିଲ୍ଲୀ ୦୨/୦୧: ଥମୁନି ବାଂଲାଦେଶ ରାଜନୀତି । ସରକାର ବଦଳିବା ସହ ଅନେକ କିଛିରେ ହେଉଛି ପରିବର୍ତ୍ତନ । ଏବେ ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ବାଂଲା ସରକାର । ରାଷ୍ଟ୍ରୀୟ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ବୋର୍ଡ ପକ୍ଷରୁ କୁହାଯାଇଛି କି, ଆଗାମୀ ବର୍ଷ ପିଲାମାନେ ଯେଉଁପାଠ ପଢିବେ ସେଥିରୁ ଶେଖ ହସିନାଙ୍କ ସମ୍ପର୍କରେ କିଛି ଉଲ୍ଲେଖ ରହିବନି । ଏମିତିକି ପୂର୍ବ ସରକାରଙ୍କ କାଳରେ ଯେଉଁସବୁ ଐତିହାସିକ କଥାକୁ ବଢେଇ ଚଢେଇ କୁହାଯାଇଛି ସେଥିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ବାଂଲାର ବର୍ତ୍ତମାନ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଥାଉକି, ଅଗଷ୍ଟରେ ବାଂଲାରେ ଭୟଙ୍କର ଭାବେ ହିଂସା ବଢିଥିଲା । ଏମିତିକି ସଂରକ୍ଷଣକୁ ନେଇ ସେଠାରେ ନିଆଁ ଜଳିଥିଲା । ହିନ୍ଦୁଙ୍କ ଉପରେ ଆକ୍ରମଣ ବି ବଢିଥିଲା । ଏମିତି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ହିଂସାକୁ ପ୍ରତିହତ କରିବାରେ ଫେଲ ମାରିଥିଲେ । ସ୍ଥିତି ଏମିତି ହୋଇଥିଲା ବାଂଲାର ସେନା ପିଏମଙ୍କୁ କିଛି ସମୟ ଦେଇଥିଲା । ଦେଶର ଉତ୍କଟ ସ୍ଥିତିରେ ଦେଶ ଛାଡ଼ି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭାରତ ପଳାଇ ଆସିଥିଲେ ହସିନା । ପରେ ପରେ ବାଂଲାକୁ ନେଇ ଯେଉଁ ବୟାନ ରଖିଥିଲେ ତାହାକୁ ଏବେର ସରକାର ନାପସନ୍ଦ କରିବା ସହିତ ହସିନାଙ୍କ ଏବଂ ତାଙ୍କ ଦଳ ନାଁରେ ମକଦ୍ଦମା ରୁଜୁ କରିଥିଲା । ଏବେ ବାଂଲା

ବାଂଲାଦେଶ ପିଲା ପଢିବେନି ହସିନାଙ୍କ ବିଷୟରେ ପାଠ, ସିଲାବସ୍ ବଦଳାଇବେ ୟୁନୁସ ସରକାର

ନୂଆଦିଲ୍ଲୀ ୦୨/୦୧: ଥମୁନି ବାଂଲାଦେଶ ରାଜନୀତି । ସରକାର ବଦଳିବା ସହ ଅନେକ କିଛିରେ ହେଉଛି ପରିବର୍ତ୍ତନ । ଏବେ ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ବାଂଲା ସରକାର । ରାଷ୍ଟ୍ରୀୟ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ବୋର୍ଡ ପକ୍ଷରୁ କୁହାଯାଇଛି କି, ଆଗାମୀ ବର୍ଷ ପିଲାମାନେ ଯେଉଁପାଠ ପଢିବେ ସେଥିରୁ ଶେଖ ହସିନାଙ୍କ ସମ୍ପର୍କରେ କିଛି ଉଲ୍ଲେଖ ରହିବନି । 

ଏମିତିକି ପୂର୍ବ ସରକାରଙ୍କ କାଳରେ ଯେଉଁସବୁ ଐତିହାସିକ କଥାକୁ ବଢେଇ ଚଢେଇ କୁହାଯାଇଛି ସେଥିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ବାଂଲାର ବର୍ତ୍ତମାନ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି । 

ସୂଚନା ଥାଉକି, ଅଗଷ୍ଟରେ ବାଂଲାରେ ଭୟଙ୍କର ଭାବେ ହିଂସା ବଢିଥିଲା । ଏମିତିକି ସଂରକ୍ଷଣକୁ ନେଇ ସେଠାରେ ନିଆଁ ଜଳିଥିଲା । ହିନ୍ଦୁଙ୍କ ଉପରେ ଆକ୍ରମଣ ବି ବଢିଥିଲା । ଏମିତି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ହିଂସାକୁ ପ୍ରତିହତ କରିବାରେ ଫେଲ ମାରିଥିଲେ । ସ୍ଥିତି ଏମିତି ହୋଇଥିଲା ବାଂଲାର ସେନା ପିଏମଙ୍କୁ କିଛି ସମୟ ଦେଇଥିଲା । 

ଦେଶର ଉତ୍କଟ ସ୍ଥିତିରେ ଦେଶ ଛାଡ଼ି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭାରତ ପଳାଇ ଆସିଥିଲେ ହସିନା । ପରେ ପରେ ବାଂଲାକୁ ନେଇ ଯେଉଁ ବୟାନ ରଖିଥିଲେ ତାହାକୁ ଏବେର ସରକାର ନାପସନ୍ଦ କରିବା ସହିତ ହସିନାଙ୍କ ଏବଂ ତାଙ୍କ ଦଳ ନାଁରେ ମକଦ୍ଦମା ରୁଜୁ କରିଥିଲା । ଏବେ ବାଂଲା ସରକାରଙ୍କ ପକ୍ଷରୁ ଭାରତ ବିଦେଶ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇ ହସିନାଙ୍କୁ ବାଂଲାଦେଶ ଫେରାଇବାକୁ ନିବେଦନ ବି କରାଯାଇଛି । ଏହାରି ଭିତରେ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବାକୁ ସ୍ଥାନୀୟ ସରକାର ନିଷ୍ପତ୍ତି ନେଇଛନ୍ତି । 

ଏନସିଟିବି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚତୁର୍ଥରୁ ପଞ୍ଚମ ଏବଂ ଷଷ୍ଠରୁ ନବମ ପର୍ଯ୍ୟନ୍ତ ଶ୍ରେଣୀର ପୁସ୍ତକ ବଦଳାଯିବ । କିନ୍ତୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏପରିକି ବହିରୁ ହଟିବ ହସିନାଙ୍କ ବୟାନ । ଯେଉଁ ବୟାନ ଦେଇଥିଲେ ତାହାକୁ ଆଗାମୀ ଶିକ୍ଷାନୀତିରୁ ହଟାଇ ଦିଆଯିବ । କାରଣ ପୂର୍ବରୁ ପିଲାମାନେ ପଢୁଥିବା ବହିରେ ହସିନାଙ୍କ ବୟାନ ଓ ବିଭିନ୍ନ ଘୋଷଣା ସମ୍ପର୍କରେ ପିଲାଏ ପଢୁଥିଲେ । 

ଏମିତିକି ବାଂଲାର ନାୟକ ବୋଲି ହସିନାଙ୍କୁ ବିବେଚନା କରାଯାଇଥିଲା । ଯାହା ଏବେ ହଟାଇ ଦିଆଯିବ । ପ୍ରତି ବହିର ବଦଳିବ କଭର ପେଜ୍‌ । ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, କେବଳ ବହିର ବିଷୟବସ୍ତୁ ପରିବର୍ତ୍ତନ ହେବ ତାହା ନୁହେଁ ବରଂ ବହିର ମଲାଟରେ ବି ପରିବର୍ତ୍ତନ ହେବ । ସେପଟେ ଛାତ୍ର ଅଶାନ୍ତିଙ୍କ ଦୃଷ୍ଟିରେ ରଖି ନୂଆ କମିଟି କହିଛି, ଦେଶର ବିଭିନ୍ନ ଆଇନ ଓ ସମ୍ୱିଧାନକୁ ବହିର ମଲାଟରେ ରଖିଯାଇପାରେ ।