ବାଂଲାଦେଶ ସଚିବାଳୟରେ ଅଗ୍ନିକାଣ୍ଡ, ଜଳିଗଲା ସରକାରୀ ନଥିପତ୍ର
ଢାକା ୨୬।୧୨: ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ସଚିବାଳୟର ଏକ ପ୍ରମୁଖ ବିଲ୍ଡିଂରେ ଅଗ୍ନିକାଣ୍ଡ ହୋଇଛି। ମିଡିଆ ରିପୋର୍ଟସ ଅନୁସାରେ ଏହି ଅଗ୍ନିକାଣ୍ଡରେ ବିଲ୍ଡିଂରେ ଥିବା ସବୁ ସରକାରୀ ନଥିପତ୍ର ଜଳି ଛାରଖାର ହୋଇଯାଇଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛି। ୟୁନୁସ ସରକାରଙ୍କ ଅଧିକାରୀମାନେ ସରକାରୀ କାଗଜପତ୍ର ନଷ୍ଟ କରିବାକୁ ଜାଣିଶୁଣି ନିଆଁ ଲଗାଇ ଦିଆଯାଇଥିବାର ଆଶଙ୍କା କରିଛନ୍ତି। ତେବେ ମାମଲାର ତଦନ୍ତ ନିମନ୍ତେ ଗୁରୁବାର ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି।ବାଂଲାଦେଶ ଅଗ୍ନିସମ ସେବା ମୁଖ୍ୟ ବ୍ରିଗେଡିୟର ଜେନେରାଲ ଜାହେଦ କମାଲ ଗୁରୁବାର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବୁଧବାର ମଧ୍ୟରାତ୍ର ପରେ ସଚିବାଳୟ ଭବନର ୩ଟି ସ୍ଥାନରେ ଏକକାଳୀନ ନିଆଁ ଲାଗିଥିଲା। ଏହି ନିଆଁ ଏତେ ଭୀଷଣ ଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ୬ ଘଣ୍ଟା ଲାଗିଯାଇଛି। ତେବେ ବାଂଲାଦେଶ ଅନ୍ତରୀଣ ସରକାରରେ ଥିବା ଲୋକେ ଏହି ଅଗ୍ନିକାଣ୍ଡ ପଛରେ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ର ହାତ ଥାଇ ପାରେ ବୋଲି ସନ୍ଦେହ କରୁଛନ୍ତି। ଅନ୍ତରୀଣ ସରକାରର ପରାମର୍ଶଦାତା ଆସିଫ ମହମୁଦ ସଜୀବ ଭୂୟାଁ କହିଛନ୍ତି ଯେ ଅଗ୍ନିକାଣ୍ଡରେ ଜଳିଯାଇଥିବା କାଗଜପତ୍ରରେ ହସିନା ସରକାରରେ ହୋଇଥିବା ଲକ୍ଷଲକ୍ଷ ଡଲାର ଭ୍ରଷ୍ଟାଚାରର ପ୍ରମାଣ ଥିଲା। ଉଲ୍ଲେଖଯୋଗ୍ୟ ଯେ କିଛି ମାସ ପୂର୍ବେ ବାଂ
ଢାକା ୨୬।୧୨: ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ସଚିବାଳୟର ଏକ ପ୍ରମୁଖ ବିଲ୍ଡିଂରେ ଅଗ୍ନିକାଣ୍ଡ ହୋଇଛି। ମିଡିଆ ରିପୋର୍ଟସ ଅନୁସାରେ ଏହି ଅଗ୍ନିକାଣ୍ଡରେ ବିଲ୍ଡିଂରେ ଥିବା ସବୁ ସରକାରୀ ନଥିପତ୍ର ଜଳି ଛାରଖାର ହୋଇଯାଇଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛି। ୟୁନୁସ ସରକାରଙ୍କ ଅଧିକାରୀମାନେ ସରକାରୀ କାଗଜପତ୍ର ନଷ୍ଟ କରିବାକୁ ଜାଣିଶୁଣି ନିଆଁ ଲଗାଇ ଦିଆଯାଇଥିବାର ଆଶଙ୍କା କରିଛନ୍ତି। ତେବେ ମାମଲାର ତଦନ୍ତ ନିମନ୍ତେ ଗୁରୁବାର ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି।
ବାଂଲାଦେଶ ଅଗ୍ନିସମ ସେବା ମୁଖ୍ୟ ବ୍ରିଗେଡିୟର ଜେନେରାଲ ଜାହେଦ କମାଲ ଗୁରୁବାର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବୁଧବାର ମଧ୍ୟରାତ୍ର ପରେ ସଚିବାଳୟ ଭବନର ୩ଟି ସ୍ଥାନରେ ଏକକାଳୀନ ନିଆଁ ଲାଗିଥିଲା। ଏହି ନିଆଁ ଏତେ ଭୀଷଣ ଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ୬ ଘଣ୍ଟା ଲାଗିଯାଇଛି। ତେବେ ବାଂଲାଦେଶ ଅନ୍ତରୀଣ ସରକାରରେ ଥିବା ଲୋକେ ଏହି ଅଗ୍ନିକାଣ୍ଡ ପଛରେ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ର ହାତ ଥାଇ ପାରେ ବୋଲି ସନ୍ଦେହ କରୁଛନ୍ତି।
ଅନ୍ତରୀଣ ସରକାରର ପରାମର୍ଶଦାତା ଆସିଫ ମହମୁଦ ସଜୀବ ଭୂୟାଁ କହିଛନ୍ତି ଯେ ଅଗ୍ନିକାଣ୍ଡରେ ଜଳିଯାଇଥିବା କାଗଜପତ୍ରରେ ହସିନା ସରକାରରେ ହୋଇଥିବା ଲକ୍ଷଲକ୍ଷ ଡଲାର ଭ୍ରଷ୍ଟାଚାରର ପ୍ରମାଣ ଥିଲା। ଉଲ୍ଲେଖଯୋଗ୍ୟ ଯେ କିଛି ମାସ ପୂର୍ବେ ବାଂଲାଦେଶରେ ରିଜର୍ଭେସନକୁ ବିରୋଧ କରି ଦେଶବ୍ୟାପୀ ଉଗ୍ର ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ଶେଷ ବେଳକୁ ଏତେ ଭୟାନକ ହୋଇଥିଲା ଯେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶଛାଡି ପଳାୟନ କରିବାକୁ ପଡିଥିଲା। ସେ ଏବେ ଭାରତରେ ଶରଣ ନେଇଛନ୍ତି।