ବାଂଲାଦେଶ ସିରିଜ୍‌ରୁ ବାଦ୍ ପଡିବେ ଜଶପ୍ରୀତ୍ ବୁମ୍‌ରା ! ଏହି ଯୁବ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ମୁମ୍ବାଇ ୧୫।୦୮ : ବୁମ୍‌ରାକୁ ନେଇ ଆସିଲା ବଡ଼ ଅପଡେଟ୍‌ । ଆଗାମୀ ସିରିଜ୍‌ରୁ ବି ବାଦ୍‌ ପଡିପାରନ୍ତି ଜଶପ୍ରୀତ୍‌ ବୁମ୍‌ରା । ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଜାତୀୟ ଗଣମାଧ୍ୟମରେ ଏପରି ଖବର ଚର୍ଚ୍ଚା ହେଉଛି । ଭାରତୀୟ କ୍ରିକେଟ୍‌ ନିକଟରେ ଶ୍ରୀଲଙ୍କା ଗସ୍ତ କରିଥିଲେ । ଯେଉଁଠି ଖେଳାଯାଇଥିବା ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍‌ ସିରିଜ୍‌ରୁ ଜଶପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିଲା । ଆଗକୁ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ଥିବାରୁ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ଶ୍ରୀଲଙ୍କା ଗସ୍ତ ପରେ ଏବେ ଭାରତୀୟ ଦଳର କୌଣସି ସିରିଜ୍‌ ନାହିଁ । ହେଲେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ ବାଂଲାଦେଶ ସିରିଜ୍‌ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି-୨୦ ମ୍ୟାଚ୍‌ ଖେଳାଯିବ । ହେଲେ ବାଂଲାଦେଶ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ନେଇ ଆସିଛି ବଡ଼ ଖବର । ଆଗାମୀ ବାଂଲାଦେଶ ଗସ୍ତରେ ବି ଜଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇପାରେ । ଉଭୟ ଟେଷ୍ଟ ଏବଂ ଟି-୨୦ ସିରିଜ୍‌କୁ ବୁମ୍‌ରାଙ୍କୁ ଦିଆଯାଇପାରେ ବିଶ୍ରାମ । ଓ୍ୱାର୍କ ଲୋଡକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ । ତେବେ ଏଭଳି ସ୍ଥିତିରେ ଜଶପ୍ରୀତ୍‌ ବୁମ୍‌ରାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ଚୟନ କରିବ, ତାକୁ ନେଇ ଏବେଠୁ

ବାଂଲାଦେଶ ସିରିଜ୍‌ରୁ ବାଦ୍ ପଡିବେ ଜଶପ୍ରୀତ୍ ବୁମ୍‌ରା ! ଏହି ଯୁବ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ମୁମ୍ବାଇ ୧୫।୦୮ : ବୁମ୍‌ରାକୁ ନେଇ ଆସିଲା ବଡ଼ ଅପଡେଟ୍‌ । ଆଗାମୀ ସିରିଜ୍‌ରୁ ବି ବାଦ୍‌ ପଡିପାରନ୍ତି ଜଶପ୍ରୀତ୍‌ ବୁମ୍‌ରା । ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଜାତୀୟ ଗଣମାଧ୍ୟମରେ ଏପରି ଖବର ଚର୍ଚ୍ଚା ହେଉଛି । 

ଭାରତୀୟ କ୍ରିକେଟ୍‌ ନିକଟରେ ଶ୍ରୀଲଙ୍କା ଗସ୍ତ କରିଥିଲେ । ଯେଉଁଠି ଖେଳାଯାଇଥିବା ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍‌ ସିରିଜ୍‌ରୁ ଜଶପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିଲା । ଆଗକୁ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ଥିବାରୁ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ଶ୍ରୀଲଙ୍କା ଗସ୍ତ ପରେ ଏବେ ଭାରତୀୟ ଦଳର କୌଣସି ସିରିଜ୍‌ ନାହିଁ । ହେଲେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ ବାଂଲାଦେଶ ସିରିଜ୍‌ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି-୨୦ ମ୍ୟାଚ୍‌ ଖେଳାଯିବ । ହେଲେ ବାଂଲାଦେଶ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ନେଇ ଆସିଛି ବଡ଼ ଖବର । ଆଗାମୀ ବାଂଲାଦେଶ ଗସ୍ତରେ ବି ଜଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇପାରେ । ଉଭୟ ଟେଷ୍ଟ ଏବଂ ଟି-୨୦ ସିରିଜ୍‌କୁ ବୁମ୍‌ରାଙ୍କୁ ଦିଆଯାଇପାରେ ବିଶ୍ରାମ । ଓ୍ୱାର୍କ ଲୋଡକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ । ତେବେ ଏଭଳି ସ୍ଥିତିରେ ଜଶପ୍ରୀତ୍‌ ବୁମ୍‌ରାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ଚୟନ କରିବ, ତାକୁ ନେଇ ଏବେଠୁ ଆରମ୍ଭ ହୋଇଯାଇଛି ରେସ୍‌ । ଏକ ରିପୋର୍ଟ ଅନୁସାରେ ବୁମ୍‌ରାଙ୍କ ବଦଳରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ଖଲିଲ୍‌ ଅହମ୍ମଦଙ୍କ ଟେଷ୍ଟ ଟିମ୍‌ରେ ସାମିଲ କରାଯାଇପାରେ । ଅର୍ଶଦୀପ ସିଂହ ଏବଂ ଖଲିଲ ଅହମ୍ମଦ ଲଗାତର ଭାବେ ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ ଖେଳୁଆସୁଛନ୍ତି । ହେଲେ ଟେଷ୍ଟ କ୍ରିକେଟ୍‌ରେ ଏବେ ଯାଏଁ ଉଭୟଙ୍କୁ କୌଣସି ସୁଯୋଗ ମିଳିନାହିଁ । ଯଦି ବୁମ୍‌ରାଙ୍କୁ ବାଂଲାଦେଶ ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯାଏ । ତେବେ ଏହି ଦୁଇ ଜଣ ବୋଲରଙ୍କୁ ସୁଯୋଗ ମିଳିପାରେ  । 

ସେପଟେ ବିସିସିଆଇର ସୁତ୍ରରୁ ଜଣାପଡିଛି ଯେ, ଆଗକୁ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଟୁର୍ଣ୍ଣାମେଣ୍ଟ ରହିଛି । ଆଉ ତାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ଟିକିଆ ଟେଷ୍ଟ ସିରିଜ୍‌ ଖେଳିବ । ସେହି ସିରିଜ୍‌ରେ ବୁମ୍‌ରାଙ୍କ ଉପସ୍ଥିତ ନିହାତି ଆବଶ୍ୟକ । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଆମ ପାଇଁ ଜରୁରୀ । ସେଥିପାଇଁ ବୁମ୍‌ରାଙ୍କ ଉପରୁ ଚାପ କମାଇବାକୁ ବୋର୍ଡ ଚିନ୍ତା କରାଯାଉଛି । ତେବେ ଦେଖାଯାଉ  ବୁମ୍‌ରାଙ୍କ ବିଶ୍ରାମ ଟିମ୍‌ ପାଇଁ କେତେ ଫାଇଦା ଦେଉଛି ।