ବାଂଲାଦେଶ ସେନାରେ ବିଦ୍ରୋହ: ମୁଖ୍ୟକୁ ହଟାଇବା ପାଇଁ ଏକାଠୀ ହେବା ବେଳେ ଧରାପଡ଼ିଲେ

ନୂଆଦିଲ୍ଲୀ: ବାଂଲାଦେଶ ସେନା ଭିତରେ ବିଦ୍ରୋହ। ଦେଶର ସେନା ମୁଖ୍ୟଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ବାଂଲାଦେଶର ଜଣେ ବରିଷ୍ଠ ସେନା ଅଧିକାରୀ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିବା ପରେ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। କ୍ୱାର୍ଟମାଷ୍ଟର ଜେନେରାଲ ବାଂଲାଦେଶ ଲେଫ୍ଟନାଣ୍ଟ ଜେନେରାଲ ଫଜୁର ରେହମାନ ସେନା ମୁଖ୍ୟ ୱାକର ଉଜ ଜମାନଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।ଏକଥା ସେନା ମୁଖ୍ୟଙ୍କୁ ଜଣାପଡ଼ିବା ପରେ ସେ ଫଜରୁ ରେହମାନଙ୍କୁ ନଜରବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଖବର ପ୍ରକାଶ ପାଇଛି। ୱାକର ଉଜ ଜମାନଙ୍କୁ ଅଜଣାତରେ ତାଙ୍କ ବିରୋଧରେ ବୈଠକ ଡକାଯାଉଥିବା ଜଣାପଡ଼ିବା ପରେ ସେନା ମୁଖ୍ୟ ଏଭଳି ପଦକ୍ଷେପ ନେଇଥିଲେ। ଫଜୁର ରେହମାନ ପାକିସ୍ତାନ ସମର୍ଥନକାରୀ। ଜମାତ ନେତାଙ୍କ ପ୍ରତି ତାଙ୍କର ସମବେଦନା ରହିଛି। ପଢନ୍ତୁ- ଟ୍ରମ୍ପଙ୍କ ଦାବି ମିଛ, ଶୁଳ୍କ କମାଇବାକୁ ଆମେରିକାକୁ କୌଣସି ପ୍ରତିଶ୍ରୁତି ଦେଇନି ଭାରତ: କେନ୍ଦ୍ର ସରକାରଲେଫ୍ଟନାଣ୍ଟ ଜେନେରାଲ ଫୈଜୁର ରହମାନ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରମୁଖ ଡିଭିଜନାଲ କମାଣ୍ଡର (ଜିଓସି) ମାନଙ୍କର ଏକ ବୈଠକ ଡାକିଥିଲେ। ସେନା ମୁଖ୍ୟଙ୍କ ସଚିବାଳୟ ଏହି ବୈଠକ ବିଷୟରେ ସୂଚନା ପାଇବା ପରେ ଉଚ୍ଚ ଅଧିକାରୀମାନଙ୍କୁ ଏକ ଚେତାବନୀ ପଠା ଯାଇଥିଲା। ଏହାପରେ, ଉଚ୍ଚ ସେନାଧିକାରୀମାନେ ଏହି ବୈଠକରୁ ଓହରି ଯାଇଥିଲେ।୨୦୨୫ର ପ୍ରଥମ ଦୁଇ ମାସରେ,

ବାଂଲାଦେଶ ସେନାରେ ବିଦ୍ରୋହ: ମୁଖ୍ୟକୁ ହଟାଇବା ପାଇଁ ଏକାଠୀ ହେବା ବେଳେ ଧରାପଡ଼ିଲେ

ନୂଆଦିଲ୍ଲୀ: ବାଂଲାଦେଶ ସେନା ଭିତରେ ବିଦ୍ରୋହ। ଦେଶର ସେନା ମୁଖ୍ୟଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ବାଂଲାଦେଶର ଜଣେ ବରିଷ୍ଠ ସେନା ଅଧିକାରୀ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିବା ପରେ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। କ୍ୱାର୍ଟମାଷ୍ଟର ଜେନେରାଲ ବାଂଲାଦେଶ ଲେଫ୍ଟନାଣ୍ଟ ଜେନେରାଲ ଫଜୁର ରେହମାନ ସେନା ମୁଖ୍ୟ ୱାକର ଉଜ ଜମାନଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।

ଏକଥା ସେନା ମୁଖ୍ୟଙ୍କୁ ଜଣାପଡ଼ିବା ପରେ ସେ ଫଜରୁ ରେହମାନଙ୍କୁ ନଜରବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଖବର ପ୍ରକାଶ ପାଇଛି। ୱାକର ଉଜ ଜମାନଙ୍କୁ ଅଜଣାତରେ ତାଙ୍କ ବିରୋଧରେ ବୈଠକ ଡକାଯାଉଥିବା ଜଣାପଡ଼ିବା ପରେ ସେନା ମୁଖ୍ୟ ଏଭଳି ପଦକ୍ଷେପ ନେଇଥିଲେ। ଫଜୁର ରେହମାନ ପାକିସ୍ତାନ ସମର୍ଥନକାରୀ। ଜମାତ ନେତାଙ୍କ ପ୍ରତି ତାଙ୍କର ସମବେଦନା ରହିଛି। 

ପଢନ୍ତୁ- ଟ୍ରମ୍ପଙ୍କ ଦାବି ମିଛ, ଶୁଳ୍କ କମାଇବାକୁ ଆମେରିକାକୁ କୌଣସି ପ୍ରତିଶ୍ରୁତି ଦେଇନି ଭାରତ: କେନ୍ଦ୍ର ସରକାର

ଲେଫ୍ଟନାଣ୍ଟ ଜେନେରାଲ ଫୈଜୁର ରହମାନ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରମୁଖ ଡିଭିଜନାଲ କମାଣ୍ଡର (ଜିଓସି) ମାନଙ୍କର ଏକ ବୈଠକ ଡାକିଥିଲେ। ସେନା ମୁଖ୍ୟଙ୍କ ସଚିବାଳୟ ଏହି ବୈଠକ ବିଷୟରେ ସୂଚନା ପାଇବା ପରେ ଉଚ୍ଚ ଅଧିକାରୀମାନଙ୍କୁ ଏକ ଚେତାବନୀ ପଠା ଯାଇଥିଲା। ଏହାପରେ, ଉଚ୍ଚ ସେନାଧିକାରୀମାନେ ଏହି ବୈଠକରୁ ଓହରି ଯାଇଥିଲେ।

୨୦୨୫ର ପ୍ରଥମ ଦୁଇ ମାସରେ, ଲେଫ୍ଟନାଣ୍ଟ ଜେନେରାଲ ଫୈଜୁର ରହମାନ ଜମାତ ନେତା ଏବଂ ପାକିସ୍ତାନୀ କୂଟନୀତିଜ୍ଞଙ୍କ ସହ ଅନେକ ବୈଠକ କରିଥିଲେ। ବାଂଲାଦେଶ ସେନା ମୁଖ୍ୟଙ୍କୁ ଏହି ବୈଠକ ବିଷୟରେ ଜଣାପଡ଼ିଯାଇଥିଲା, ଏହାପରେ ସେ ସତର୍କ ହେବା ସହ ତାଙ୍କ ଉପରେ ନଜର ରଖିଥିଲେ।