ବାଂଲାଦେଶକୁ ଭାରତ ସହ ତୁଳନା କରି ବିବାଦରେ ମେହେବୁବା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ଶ୍ରୀନଗର: ବାଂଲାଦେଶ ସହ ଭାରତକୁ ତୁଳନା କରି ବିବାଦରେ ଜାମ୍ମୁ-କାଶ୍ଣୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତୀ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଯେଉଁଭଳି ଅତ୍ୟାଚାର ହେଉଛି, ଭାରତରେ ବି ସେହିଭଳି ହେଉଛି। ଦୁଇ ଦେଶ ମଧ୍ୟରେ କୌଣସି ଫରକ ନାହିଁ ବୋଲି କହିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହେବୁବା ମୁଫ୍ତୀ। ମେହେବୁବାଙ୍କ ଏଭଳି ବୟାନକୁ ଦୃଢ଼ ନିନ୍ଦା କରିଛି ବିଜେପି। ମେହବୁବ ଦେଶ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ କରି ଦଳର ଏକାଧିକ ନେତା ମେହେବୁବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜାମ୍ମୁ-କାଶ୍ମୀର ଗଭର୍ଣ୍ଣରଙ୍କୁ ଅନୁରୋଧ କରିଛନ୍ତି। ରବିବାର ଜାମ୍ମୁରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ମୁଫତୀ କହିଛନ୍ତି "ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଅତ୍ୟାଚାର କରାଯାଉଛି। ଯଦି ଭାରତରେ ମଧ୍ୟ ଅଳ୍ପସଂଖ୍ୟକ ଲୋକଙ୍କ ପ୍ରତି ଅତ୍ୟାଚାର କରାଯିବ। ତେବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ’ଣ ପାର୍ଥକ୍ୟ ରହିବ? ମୁଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନାହିଁ। ଆମ ଦେଶ ଖୁବ ମହାନ ଦେଶ। ଯାହା ଧର୍ମନିରପେକ୍ଷତା ପାଇଁ ସାରା ବିଶ୍ୱରେ ପରିଚିତ।" ବାଂଲାଦେଶରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ସମ୍ପର୍କରେ ପ୍ରତିକ୍ରିୟା ଦେଇ ମୁଫତି ଏପରି କହିଥିଲେ।ମେହେବୁବାଙ୍କ ଏଭଳି ବୟାନକୁ ନିନ୍ଦା କରିଛି ବିଜେପି। ଜାମ୍ମୁ-କାଶ୍ମୀର ବିଜେପି ମୁଖ୍ୟ ରବ
ଶ୍ରୀନଗର: ବାଂଲାଦେଶ ସହ ଭାରତକୁ ତୁଳନା କରି ବିବାଦରେ ଜାମ୍ମୁ-କାଶ୍ଣୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତୀ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଯେଉଁଭଳି ଅତ୍ୟାଚାର ହେଉଛି, ଭାରତରେ ବି ସେହିଭଳି ହେଉଛି। ଦୁଇ ଦେଶ ମଧ୍ୟରେ କୌଣସି ଫରକ ନାହିଁ ବୋଲି କହିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହେବୁବା ମୁଫ୍ତୀ।
ମେହେବୁବାଙ୍କ ଏଭଳି ବୟାନକୁ ଦୃଢ଼ ନିନ୍ଦା କରିଛି ବିଜେପି। ମେହବୁବ ଦେଶ ବିରୋଧୀ ମନ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ କରି ଦଳର ଏକାଧିକ ନେତା ମେହେବୁବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜାମ୍ମୁ-କାଶ୍ମୀର ଗଭର୍ଣ୍ଣରଙ୍କୁ ଅନୁରୋଧ କରିଛନ୍ତି।
ରବିବାର ଜାମ୍ମୁରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ମୁଫତୀ କହିଛନ୍ତି "ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଅତ୍ୟାଚାର କରାଯାଉଛି। ଯଦି ଭାରତରେ ମଧ୍ୟ ଅଳ୍ପସଂଖ୍ୟକ ଲୋକଙ୍କ ପ୍ରତି ଅତ୍ୟାଚାର କରାଯିବ। ତେବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ’ଣ ପାର୍ଥକ୍ୟ ରହିବ? ମୁଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନାହିଁ। ଆମ ଦେଶ ଖୁବ ମହାନ ଦେଶ। ଯାହା ଧର୍ମନିରପେକ୍ଷତା ପାଇଁ ସାରା ବିଶ୍ୱରେ ପରିଚିତ।" ବାଂଲାଦେଶରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ସମ୍ପର୍କରେ ପ୍ରତିକ୍ରିୟା ଦେଇ ମୁଫତି ଏପରି କହିଥିଲେ।
ମେହେବୁବାଙ୍କ ଏଭଳି ବୟାନକୁ ନିନ୍ଦା କରିଛି ବିଜେପି। ଜାମ୍ମୁ-କାଶ୍ମୀର ବିଜେପି ମୁଖ୍ୟ ରବିନ୍ଦର ରାଇନା ନ୍ୟୁଜ୍ ଏଜେନ୍ସି ପିଟିଆଇ ପ୍ରତିକ୍ରିୟା ଦେଇ କହିଛନ୍ତି "ବାଂଲାଦେଶର ସ୍ଥିତିକୁ ଭାରତ ସହ ତୁଳନା କରୁଥିବା ମେହବୁବାଙ୍କ ବିବାଦୀୟ ବୟାନ ସମ୍ପୂର୍ଣ୍ଣ ଭୁଲ ଏବଂ ନିନ୍ଦନୀୟ। ବାଂଲାଦେଶରେ ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ବିଶ୍ୱ ଅବଗତ ଅଛି। ଯେଉଁଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଟାର୍ଗେଟରେ ଆକ୍ରମଣ କରୁଛନ୍ତି, ମହିଳା ଅପମାନିତ ହୋଇଛନ୍ତି ଏବଂ ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ କରାଯାଇଛି। ଏହାର ପ୍ରତିଷ୍ଠାତାଙ୍କର ପ୍ରତିମୂର୍ତ୍ତୀଙ୍କୁ ଅପମାନିତ କରାଯାଇଛି।”
ମେହେବୁବାଙ୍କ ଏଭଳି ବୟାନରେ ଜାମ୍ମୁ-କାଶ୍ମୀର ସରକାର ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ ଦାବି କରିଛନ୍ତି। ସେପଟେ ମୁସଲମାନଙ୍କୁ ଜାଣିଶୁଣି ଉସ୍କାଇବ ପାଇଁ ମେହେବୁବା ଏଭଳି ବୟାନ ଦେଇଛନ୍ତି ବୋଲି ଜାମ୍ମୁ-କାଶ୍ମୀର ବିରୋଧୀ ଦଳ ନେତା ସୁନୀଲ ଶର୍ମା କହିଛନ୍ତି।