ବାଂଲାଦେଶର ତୀବ୍ର ହେଉଛି ବୟକଟ୍ ଇଣ୍ଡିଆ ନାରା: ଶାନ୍ତ କରିବାକୁ ପିଆଜ ପଠାଇଲା ଭାରତ
ନୂଆଦିଲ୍ଲୀ: ମାଳଦ୍ୱୀପ ପରେ ବାଂଲାଦେଶରେ ବି ଇଣ୍ଡିଆ ଆଉଟ୍ ନାରା ତେଜିବାରେ ଲାଗିଛି। ଶେଖ ହସିନାଙ୍କ ଦଳ ଆୱାମୀ ଲିଗ୍ ବାଂଲାଦେଶରେ ସରକାର ଗଠନ କରିବା ଦିନ ଠାରୁ ଇଣ୍ଡିଆ ଆଉଟ୍ ନାରା ଆହୁରି ତେଜିଛି। ସୂଚନା ଅନୁସାରେ ଭାରତ ହସିନାଙ୍କ ସରକାରକୁ ସମର୍ଥନ କରୁଛି। ସେପଟେ ବିରୋଧୀ ଦଳ ଭାରତକୁ ଘେରୁଛି। ଏହାର କିଛି ମାସ ପୂର୍ବରୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଇଣ୍ଡିଆ ଆଉଟ୍ର ନାରା ଲଗାଇଥିଲେ। ଫଳରେ ମାଳଦ୍ୱୀପବାସୀ ମୁଇଜୁଙ୍କୁ ନିର୍ବାଚନ ଜିତାଇଥିଲେ। ସେ ରାଷ୍ଟ୍ରପତି ହେବା ପରେ ମାଳଦ୍ୱୀପ ଓ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ସେହିପରି ବାଂଲାଦେଶରେ ମଧ୍ୟ ସୋସିଆଲ୍ ମିଡିଆରେ ବୟକଟ୍ ଇଣ୍ଡିଆ ନାରା ଟ୍ରେଣ୍ଡ କରୁଛି। ଏହିପରି ସ୍ଥଳେ ଆଗକୁ ରମଜାନ ଓ ଇଦ୍ ଆସୁଥିବା ବେଳେ ସୋମବାର ମୋଦୀ ସରକାର ବାଂଲାଦେଶକୁ ୫୦ ହଜାର ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛନ୍ତି। ସୂଚନା ଥାଉକି ରମଜାନ ସମୟରେ ଖାଦ୍ୟ ତିଆରି କରିବାରେ ପିଆଜ ସବୁଠାରୁ ମୂଳ ସାମଗ୍ରୀ। ଭାରତରେ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ୨୦୨୩ ଡିସେମ୍ବରରେ ପିଆଜ ରପ୍ତାନୀ ବ୍ୟାନ୍ କରିଥିଲେ। ହେଲେ ଭାରତ ଦୁଇ ବନ୍ଧୁ ରାଷ୍ଟ୍ର ବାଂଲାଦେଶ ଓ ୟୁଏଇକୁ ପିଆଜ ଦେବାକୁ ଅନୁମତି ଦେଇଛି। ପଢ଼ନ୍ତୁ-ଆୟରେ ଖୁବ୍ ଶୀଘ୍ର TVକୁ ପଛରେ ପକାଇବ ଡିଜିଟାଲ ମିଡିଆ, ଜାଣନ୍ତୁ ୨୦୨୪ରେ କେତେ ହେବ ଇନକମ୍ ହେଲେ ସୋସିଆଲ୍ ମିଡ
ନୂଆଦିଲ୍ଲୀ: ମାଳଦ୍ୱୀପ ପରେ ବାଂଲାଦେଶରେ ବି ଇଣ୍ଡିଆ ଆଉଟ୍ ନାରା ତେଜିବାରେ ଲାଗିଛି। ଶେଖ ହସିନାଙ୍କ ଦଳ ଆୱାମୀ ଲିଗ୍ ବାଂଲାଦେଶରେ ସରକାର ଗଠନ କରିବା ଦିନ ଠାରୁ ଇଣ୍ଡିଆ ଆଉଟ୍ ନାରା ଆହୁରି ତେଜିଛି। ସୂଚନା ଅନୁସାରେ ଭାରତ ହସିନାଙ୍କ ସରକାରକୁ ସମର୍ଥନ କରୁଛି। ସେପଟେ ବିରୋଧୀ ଦଳ ଭାରତକୁ ଘେରୁଛି।
ଏହାର କିଛି ମାସ ପୂର୍ବରୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଇଣ୍ଡିଆ ଆଉଟ୍ର ନାରା ଲଗାଇଥିଲେ। ଫଳରେ ମାଳଦ୍ୱୀପବାସୀ ମୁଇଜୁଙ୍କୁ ନିର୍ବାଚନ ଜିତାଇଥିଲେ। ସେ ରାଷ୍ଟ୍ରପତି ହେବା ପରେ ମାଳଦ୍ୱୀପ ଓ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ସେହିପରି ବାଂଲାଦେଶରେ ମଧ୍ୟ ସୋସିଆଲ୍ ମିଡିଆରେ ବୟକଟ୍ ଇଣ୍ଡିଆ ନାରା ଟ୍ରେଣ୍ଡ କରୁଛି। ଏହିପରି ସ୍ଥଳେ ଆଗକୁ ରମଜାନ ଓ ଇଦ୍ ଆସୁଥିବା ବେଳେ ସୋମବାର ମୋଦୀ ସରକାର ବାଂଲାଦେଶକୁ ୫୦ ହଜାର ଟନ୍ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛନ୍ତି।
ସୂଚନା ଥାଉକି ରମଜାନ ସମୟରେ ଖାଦ୍ୟ ତିଆରି କରିବାରେ ପିଆଜ ସବୁଠାରୁ ମୂଳ ସାମଗ୍ରୀ। ଭାରତରେ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ୨୦୨୩ ଡିସେମ୍ବରରେ ପିଆଜ ରପ୍ତାନୀ ବ୍ୟାନ୍ କରିଥିଲେ। ହେଲେ ଭାରତ ଦୁଇ ବନ୍ଧୁ ରାଷ୍ଟ୍ର ବାଂଲାଦେଶ ଓ ୟୁଏଇକୁ ପିଆଜ ଦେବାକୁ ଅନୁମତି ଦେଇଛି।
ପଢ଼ନ୍ତୁ-ଆୟରେ ଖୁବ୍ ଶୀଘ୍ର TVକୁ ପଛରେ ପକାଇବ ଡିଜିଟାଲ ମିଡିଆ, ଜାଣନ୍ତୁ ୨୦୨୪ରେ କେତେ ହେବ ଇନକମ୍
ହେଲେ ସୋସିଆଲ୍ ମିଡିଆରେ ବର୍ତ୍ତମାନ ବୟକଟ୍ ନାରା ଦିଆଯାଉଛି। ବିଶେଷ କରି ବିଦେଶରେ ରହୁଥିବା କିମ୍ବା ନିର୍ବାସନସରେ ଥିବା ବାଂଲାଦେଶୀମାନେ ଏହି ଟ୍ରେଣ୍ଡକୁ ଅଧିକ ପ୍ରୋତ୍ସାହନ କରୁଛନ୍ତି। ଫେବ୍ରୁଆରୀ ମାସରେ ଅଲ୍ ଜଜିରା ବାଂଲାଦେଶରେ ଏ ସମ୍ପର୍କିତ ଏକ ରିପୋର୍ଟ କରିଥିଲା। ବାଂଲାଦେଶର ପାନ୍ଥପାଠ ଏରିଆରେ ଦୋକାନୀମାନେ ସାମଗ୍ରୀ ଷ୍ଟକ୍ କରିବା ନେବା ସହ ନୂଆ ଡେଲିଭରି ନେବାକୁ ମନା କରିଥିଲେ। ବାଂଲାଦେଶରେ ଭାରତର ଖାଇବା ତେଲ, ପ୍ୟାକିଂ ଫୁଡ୍, ପ୍ରସାଧାନ ସାମଗ୍ରୀ ଓ କପଡ଼ା ସାମଗ୍ରୀ ବିକ୍ରି ହ୍ରାସ ହୋଇଥିଲା ବୋଲି କିଛି ଦୋକାନୀ ମାଲିକ ଗଣମାଧ୍ୟମ ଭଏସ୍ ଅଫ୍ ଆମେରିକାକୁ ସୂଚନା ଦେଇଥିଲେ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେର ରିପୋର୍ଟ ଅନୁସାରେ,୪ ହଜାରରୁ ଅଧିକ ଟ୍ୱିଟ୍ #ବୟକଟ୍ଇଣ୍ଡିଆପ୍ରଡକ୍ଟ ହ୍ୟାସ୍ ଟ୍ୟାଗ୍ ସହ କରାଯାଇଛି। ଏଥିସହିତ #ଇଣ୍ଡିଆଆଉଟ୍, #ବୟକଟଇଣ୍ଡିଆ ଆଜି ହ୍ୟାସ୍ ଟ୍ୟାଗ୍ରେ ଟ୍ୱିଟ୍ କରିଯାଇଛି। ଶେଖ ହସିନା ବାଂଲାଦେଶ ପ୍ରଧାନମନ୍ତ୍ରୀ ହେବାର ତୃତୀୟ ଥର ପାଇଁ ଶପଥ ନେବା ପରେ ଏହି ଟ୍ରେଣ୍ଡ ଅଧିକ ହେବାରେ ଲାଗିଛି। ମାର୍ଚ୍ଚ ମାସରେ ୧୨ଟି ବାଂଲାଦେଶୀ ପାର୍ଟି ଏକାଠୀ ହୋଇ ଭାରତୀୟ ପ୍ରଡକ୍ଟର ବୟକଟ୍ ଆହ୍ୱାନ୍ ଦେଇଥିବା ଢାକା ପୋଷ୍ଟ ସୂଚନା ଦେଇଛି।
ତେବେ ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ଖାଲିଦା ଜିଆଙ୍କର ବାଂଲାଦେଶ ନ୍ୟାସ୍ନାଲ ପାର୍ଟିଂ ଓ ମୁଖ୍ୟ ଇସ୍ଲାମିଷ୍ଟ ପାର୍ଟି ଜମାତ-ଇ ଇସ୍ଲାମୀ କିନ୍ତୁ ଏହି ବୟକଟ୍ ଆହ୍ୱାନ୍ ଦେଇଥିବା ଦଳ ମଧ୍ୟରେ ନାହାନ୍ତି। ତେବେ ବାଂଲାଦେଶର ଭାରତୀୟ ପ୍ରଡକ୍ଟର ବହିସ୍କାର କରିବା ଭାରତର ଅର୍ଥନୀତି ଉପରେ ସେତେଟା ପ୍ରଭାବ ପକାଇବ ନାହିଁ। । କାରଣ ବାଂଲାଦେଶ ମାର୍କେଟ୍ ଉପରେ ଅଧିକ ନିର୍ଭର କରେ ନାହିଁ। ୨୦୨୨-୨୩ରେ ଭାରତ ବାଂଲାଦେଶକୁ ମାତ୍ର ୨.୬ ପ୍ରତିଶତ ରପ୍ତାନୀ କରିଥିଲା। ତେଣୁ ବାଂଲାଦେଶର ବୟକଟ ଓଲଟି ଦେଶ ଉପରେ ମହଙ୍ଗା ପଡ଼ିବ। ଏକାଧିକ ବସ୍ତୁ ଓ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ। ତଥାପି ପଡ଼ୋଶୀ ବାଂଲାଦେଶ ଜନତାଙ୍କର ଏଭଳି ଆଭିମୁଖ୍ୟକୁ ନେଇ ଭାରତକୁ ସତର୍କ ରହିବାର ଆବଶ୍ୟକତା ରହିଛି।