ବାଂଲାଦେଶରେ ତେଜୁଛି ଭାରତ ବିରୋଧୀ ନିଆଁ: ଜୟପୁର ତିଆରି ବେଡ୍‌ସିଟ୍ ଜାଳିଲେ ବିଏନ୍‌ପି ନେତା

ନୂଆଦିଲ୍ଲୀ: ବାଂଲାଦେଶରେ ଭାରତ ବିରୋଧୀ ନିଆଁ ତେଜୁଛି। ଏହି ନିଆଁରେ ଘିଅ ଢାଳୁଛି ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ ବାଂଲାଦେଶ ନ୍ୟାସ୍‌ନାଲ ପାର୍ଟି। ମଙ୍ଗଳବାର ବିଏନ୍‌ପିର ଜଣେ ବରିଷ୍ଠ ନେତା ଇଣ୍ଡିଆ ଆଉଟ ନାରା ଦେବା ସହ ଭାରତରେ ଜୟପୁରରେ ତିଆରି ଏକ ବେଡ୍‌ସିଟ୍‌କୁ ଜାଳି ପ୍ରତିବାଦ ଜଣାଇଛନ୍ତି।ମଙ୍ଗଳବାର ବାଂଲାଦେଶର ସିଟି ଅପ୍ ରାଜଶାହୀରେ ବୟକଟ ଇଣ୍ଡିଆନ ପ୍ରଡକ୍ଟ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଆଡଭୋକେଟ୍ ରାହୁଲ କବୀର ରିଜବୀ ତଥା ବିଏନ୍‌ପି ଜଏଣ୍ଟ ସେକ୍ରେଟାରେ ଜେନେରାଲ୍ ଭାରତର ରାଜସ୍ଥାନରେ ତିଆରି ବେଡ୍‌ସିଟ୍ ଜାଳି ପ୍ରତିବାଦ କରିଥିଲେ।ସୂଚନା ଅନୁସାରେ ବିଏନ୍‌ପି ନେତା ଚିତ୍ରିତ ଏକ ବେଡ୍‌ସିଟ୍‌କୁ ହାତରେ ଧରିଥିଲେ। ଏବଂ କହିଥିଲେ “ଏହି ବେଡ୍‌ସିଟ ଭାରତର ଜୟପରୁରୁ ଆସିଛି। ଯାହା ରାଜସ୍ଥାନର ରାଜଧାନୀ। ଜୟପୁର ଟେକ୍ସଟାଇଲ୍ ଦ୍ୱାରା ପ୍ରସ୍ତୁତ ଏହି ବେଡସିଟ୍.. ଭାରତୀୟ ଆକ୍ରୋଶ ବିରୋଧରେ ଆମେ ଏଭଳି ଆନ୍ଦୋଳନ କରୁଛୁ।”ଏପରି କହିବା ପରେ ସେ ବେଡ୍‌ଶିଟକୁ ରାସ୍ତାରେ ପକେଇ ଦେଇଥିଲେ, ଏବଂ ଏହାକୁ ଜାଳି ଦେବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦଳୀୟ କର୍ମୀମାନେ ଏଥିରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ବେଡ୍‌ସିଟ୍‌କୁ ଗୋଡ଼ରେ ଦଳିମକଚି ଦେଇଥିଲେ। ସେଠାରେ ଉପସ୍ଥିତ ଲୋକେ ବିଏନ୍‌ପି ନେତାଙ୍କୁ ସମର୍ଥନ ଜଣାଇ ଭାରତ ବିରୋଧୀ ନାରା ଲଗାଇଥିଲେ। ଏହାପରେ ରିଜୱୀ କହିଥିଲେ “ଆମେ ଭାରତୀୟ ପ

ବାଂଲାଦେଶରେ ତେଜୁଛି ଭାରତ ବିରୋଧୀ ନିଆଁ: ଜୟପୁର ତିଆରି ବେଡ୍‌ସିଟ୍ ଜାଳିଲେ ବିଏନ୍‌ପି ନେତା

ନୂଆଦିଲ୍ଲୀ: ବାଂଲାଦେଶରେ ଭାରତ ବିରୋଧୀ ନିଆଁ ତେଜୁଛି। ଏହି ନିଆଁରେ ଘିଅ ଢାଳୁଛି ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ ବାଂଲାଦେଶ ନ୍ୟାସ୍‌ନାଲ ପାର୍ଟି। ମଙ୍ଗଳବାର ବିଏନ୍‌ପିର ଜଣେ ବରିଷ୍ଠ ନେତା ଇଣ୍ଡିଆ ଆଉଟ ନାରା ଦେବା ସହ ଭାରତରେ ଜୟପୁରରେ ତିଆରି ଏକ ବେଡ୍‌ସିଟ୍‌କୁ ଜାଳି ପ୍ରତିବାଦ ଜଣାଇଛନ୍ତି।

ମଙ୍ଗଳବାର ବାଂଲାଦେଶର ସିଟି ଅପ୍ ରାଜଶାହୀରେ ବୟକଟ ଇଣ୍ଡିଆନ ପ୍ରଡକ୍ଟ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଆଡଭୋକେଟ୍ ରାହୁଲ କବୀର ରିଜବୀ ତଥା ବିଏନ୍‌ପି ଜଏଣ୍ଟ ସେକ୍ରେଟାରେ ଜେନେରାଲ୍ ଭାରତର ରାଜସ୍ଥାନରେ ତିଆରି ବେଡ୍‌ସିଟ୍ ଜାଳି ପ୍ରତିବାଦ କରିଥିଲେ।

ସୂଚନା ଅନୁସାରେ ବିଏନ୍‌ପି ନେତା ଚିତ୍ରିତ ଏକ ବେଡ୍‌ସିଟ୍‌କୁ ହାତରେ ଧରିଥିଲେ। ଏବଂ କହିଥିଲେ “ଏହି ବେଡ୍‌ସିଟ ଭାରତର ଜୟପରୁରୁ ଆସିଛି। ଯାହା ରାଜସ୍ଥାନର ରାଜଧାନୀ। ଜୟପୁର ଟେକ୍ସଟାଇଲ୍ ଦ୍ୱାରା ପ୍ରସ୍ତୁତ ଏହି ବେଡସିଟ୍.. ଭାରତୀୟ ଆକ୍ରୋଶ ବିରୋଧରେ ଆମେ ଏଭଳି ଆନ୍ଦୋଳନ କରୁଛୁ।”

ଏପରି କହିବା ପରେ ସେ ବେଡ୍‌ଶିଟକୁ ରାସ୍ତାରେ ପକେଇ ଦେଇଥିଲେ, ଏବଂ ଏହାକୁ ଜାଳି ଦେବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦଳୀୟ କର୍ମୀମାନେ ଏଥିରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ବେଡ୍‌ସିଟ୍‌କୁ ଗୋଡ଼ରେ ଦଳିମକଚି ଦେଇଥିଲେ। ସେଠାରେ ଉପସ୍ଥିତ ଲୋକେ ବିଏନ୍‌ପି ନେତାଙ୍କୁ ସମର୍ଥନ ଜଣାଇ ଭାରତ ବିରୋଧୀ ନାରା ଲଗାଇଥିଲେ। 

ଏହାପରେ ରିଜୱୀ କହିଥିଲେ “ଆମେ ଭାରତୀୟ ପ୍ରଡକ୍ଟକୁ ପ୍ରତ୍ୟାଖାନ କରୁଛୁ। କାରଣ ସେମାନେ ଏ ଦେଶର ଲୋକଙ୍କ ପାଇଁ ଭଲ ଠିକ୍ ନୁହଁନ୍ତି। ସେମାନଙ୍କର ବନ୍ଧୁତ୍ୱ କେବଳ ଶେଖ୍ ହସିନାଙ୍କ ସହ ରହିଛି।”




ରିଜଭିଙ୍କର ଏଭଳି ବିରୋଧ ପ୍ରଥମ ଥର ନୁହେଁ, ଗତ ସପ୍ତାହରେ ସେ ଭାରତରେ ବାଂଲାଦେଶୀ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବା ଅଭିଯୋଗ କରି ତାଙ୍କ ପତ୍ନୀ ପିନ୍ଧିଥିବା ଭାରତ ନିର୍ମିତ ଶାଢ଼ିକୁ ଜାଳି ଦେଇଥିଲେ। ଡିସେମ୍ବର ୫ ତାରିଖ ଢାକାରେ ସେ ଲୋକଙ୍କୁ ସମ୍ବୋଧନ କରି ଏପରି କରିଥିଲେ। ସେହିପରି ମାର୍ଚ୍ଚ ମାସରେ ସେ ଘୋଡ଼ାଇ ହେଉଥିବା ଭାରତୀୟ ଶାଲକୁ ବି ଫିଙ୍ଗି ଦେଇଥିଲେ।

ଏହା ପୂର୍ବରୁ ଭାରତରେ ମଧ୍ୟ ବାଂଲାଦେଶ ବିରୋଧୀ ଆନ୍ଦୋଳନ ହୋଇଥିଲା। ସେଠାରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ବଙ୍ଗଳା ହିନ୍ଦୁ ସୁରକ୍ଷା ସମିତି କୋଲକାତାର ସଲ୍ଟ ଲେକ୍ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏଥିରେ ସେ ବାଂଲାଦେଶ ନିର୍ମିତ ଢାକା ଜାମଦାନୀ ଶାଢ଼ି ପୋଡ଼ି ଦେଇଥିଲେ। ଏବଂ ବାଂଲାଦେଶୀ ପ୍ରଡକ୍ଟ ବୟକଟର ନାରା ଲଗାଇବା ସହିତ ହିନ୍ଦୁଙ୍କ ଉପରେ ଅତ୍ଯାଚାର ହେଲେ ଜବାବୀ କାର୍ଯ୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ।

ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ସେପଟେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୋମବାର ଢାକା ଗସ୍ତ କରିଛନ୍ତି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସମେତ ବାଂଲାଦେଶର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି। ଅନ୍ତରୀଣ ସରକାର ଗଠନ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ଉଚ୍ଚ ସ୍ତରୀୟ କୂଟନୈତିକ ବୈଠକ।  

ଏହି ବୈଠକରେ ମହମ୍ମଦ ୟୁନୁସ ଭାରତ ଓ ବାଂଲାଦେଶ ସମ୍ପର୍କରେ ପଡ଼ିଥିବା ଘନ ବାଦଲକୁ ହଟାଇବାକୁ କହିଥିଲେ। ଜବାବରେ ମିଶ୍ରି ବାଂଲାଦେଶରେ ସଂଖ୍ୟା ଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଧର୍ମସ୍ଥଳକୁ ନଷ୍ଟ କରିବା ଉପରେ ଚିନ୍ତା ବ୍ୟକ୍ତ କରିଥିଲେ।