ବାଂଲାଦେଶରେ ବଢିଲା ଶ୍ରମିକଙ୍କ ଅଡୁଆ, ଅନେକ କପଡ଼ା ଫ୍ୟାକ୍ଟ୍ରିରେ ଝୁଲିଲା ତାଲା

ଢାକା,୨୨।୩: ଗତ ବର୍ଷ ଅଗଷ୍ଟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରେ ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ହିଂସା ଏବଂ ପ୍ରତିବାଦ ଯୋଗୁଁ ଅନେକ କପଡ଼ା କାରଖାନା ବନ୍ଦ ହୋଇଯାଇଛି। ଫଳସ୍ବରୂପ, ହଜାର ହଜାର ଶ୍ରମିକ ସେମାନଙ୍କର ପ୍ରାପ୍ୟ ନ ଦେବାରୁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଏବଂ ଧର୍ମଘଟ କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ହଜାର ହଜାର ଶ୍ରମିକ କାରଖାନା ଖୋଲିବା ଏବଂ ବକେୟା ପାଉଣା ପ୍ରଦାନ ଦାବିରେ […] The post ବାଂଲାଦେଶରେ ବଢିଲା ଶ୍ରମିକଙ୍କ ଅଡୁଆ, ଅନେକ କପଡ଼ା ଫ୍ୟାକ୍ଟ୍ରିରେ ଝୁଲିଲା ତାଲା appeared first on Dharitri Odia News.

ବାଂଲାଦେଶରେ ବଢିଲା ଶ୍ରମିକଙ୍କ ଅଡୁଆ, ଅନେକ କପଡ଼ା ଫ୍ୟାକ୍ଟ୍ରିରେ ଝୁଲିଲା ତାଲା

ଢାକା,୨୨।୩: ଗତ ବର୍ଷ ଅଗଷ୍ଟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରେ ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ହିଂସା ଏବଂ ପ୍ରତିବାଦ ଯୋଗୁଁ ଅନେକ କପଡ଼ା କାରଖାନା ବନ୍ଦ ହୋଇଯାଇଛି।
ଫଳସ୍ବରୂପ, ହଜାର ହଜାର ଶ୍ରମିକ ସେମାନଙ୍କର ପ୍ରାପ୍ୟ ନ ଦେବାରୁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଏବଂ ଧର୍ମଘଟ କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ହଜାର ହଜାର ଶ୍ରମିକ କାରଖାନା ଖୋଲିବା ଏବଂ ବକେୟା ପାଉଣା ପ୍ରଦାନ ଦାବିରେ ପ୍ରଦର୍ଶନ କରିଥିଲେ ଏବଂ ରାଜପଥ ଅବରୋଧ କରିଥିଲେ।
ରାଜପଥ ଜାମ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଢାକା ଡିଭିଜନର ଗାଜିପୁର ଜିଲାର ଜାଏଣ୍ଟ ନିଟ ଗାର୍ମେଣ୍ଟ ଫ୍ୟାକ୍ଟ୍ରିର ଶ୍ରମିକମାନେ କାରଖାନା ବନ୍ଦ ହେବାର ନୋଟିସ ଦେଖିବା ପରେ ପ୍ରତିବାଦ କରିଥିଲେ।
ଗାଜିପୁର ଶିଳ୍ପାଞ୍ଚଳର ଏସଆଇ ଫାରୁକ ହୁସେନ କହିଛନ୍ତି ଯେ କର୍ମଚାରୀମାନେ ଗୁରୁବାର ଛୁଟି ଏବଂ ବୋନସ ପ୍ରଦାନକୁ ନେଇ ମଧ୍ୟ ପ୍ରତିବାଦ କରିଥିଲେ। ଏହା ପରେ, କାରଖାନା ବନ୍ଦ କରିବା ପାଇଁ ଏକ ନୋଟିସ ଜାରି କରାଯାଇଥିଲା।

The post ବାଂଲାଦେଶରେ ବଢିଲା ଶ୍ରମିକଙ୍କ ଅଡୁଆ, ଅନେକ କପଡ଼ା ଫ୍ୟାକ୍ଟ୍ରିରେ ଝୁଲିଲା ତାଲା appeared first on Dharitri Odia News.