ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି
କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ ଚାକିରିରୁ ହିନ୍ଦୁମାନଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଛି। ସେମାନେ ମୁସଲମାନ ମହିଳାଙ୍କୁ ପ୍ରେମ ଜାଲରେ ଫସାଉଥିବା ନେଇ ମିଥ୍ୟା ଅଭିଯୋଗ ଅଣାଯାଉଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କମିଥିଲେ ମଧ୍ୟ ଧମକ ଦେବା ଏବଂ ପକ୍ଷପାତ ଆଚରଣ ଜାରି ରହିଛି। କଠୋରପନ୍ଥୀ ସଂଗଠନଗୁଡ଼ିକ ସଂଖ୍ୟାଲଘୁମାନଙ୍କୁ ବିଭିନ୍ନ କୌଶଳରେ […] The post ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି appeared first on Dharitri Odia News.
କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ ଚାକିରିରୁ ହିନ୍ଦୁମାନଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଛି। ସେମାନେ ମୁସଲମାନ ମହିଳାଙ୍କୁ ପ୍ରେମ ଜାଲରେ ଫସାଉଥିବା ନେଇ ମିଥ୍ୟା ଅଭିଯୋଗ ଅଣାଯାଉଛି।
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କମିଥିଲେ ମଧ୍ୟ ଧମକ ଦେବା ଏବଂ ପକ୍ଷପାତ ଆଚରଣ ଜାରି ରହିଛି। କଠୋରପନ୍ଥୀ ସଂଗଠନଗୁଡ଼ିକ ସଂଖ୍ୟାଲଘୁମାନଙ୍କୁ ବିଭିନ୍ନ କୌଶଳରେ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ମାଡ଼ ମାରିବା ସହ ସାମାଜିକ ବାସନ୍ଦ ଏବଂ ବଦନାମ କରାଉଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟର ହିନ୍ଦୁ ଶିକ୍ଷକ ଓ ପ୍ରଫେସରମାନଙ୍କୁ ଇସ୍ତଫା ଦେବା ପାଇଁ ଚାପ ପକାଯାଉଛି।
ଅନ୍ୟାନ୍ୟ ସରକାରୀ ଚାକିରିରୁ ହିନ୍ଦୁ କର୍ମଚାରୀଙ୍କୁ ବରଖାସ୍ତ କରାଯାଉଛି କିମ୍ବା ଇସ୍ତଫା ଦେବାକୁ ବାଧ୍ୟ କରାଯାଉଥିବା ଜଣାପଡ଼ିଛି। ଚିଟ୍ଟାଗଙ୍ଗ ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ରୋଣ୍ଟୁ ଦାସ୍ଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯିବା ସହ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଉକ୍ତ ଇସ୍ତଫାପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶାରଦା ପୋଲିସ ଏକାଡେମୀରେ ତାଲିମ ଶେଷ କରିଥିବା ୨୫୨ ଜଣ ସବ୍ଇନ୍ସପେକ୍ଟରଙ୍କୁ ବିଶୃଙ୍ଖଳିତ ଆଚରଣ ଏବଂ ଅନିୟମିତତା ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ୯୧ ଜଣ ହିନ୍ଦୁ।
The post ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି appeared first on Dharitri Odia News.