ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପର୍ଦ୍ଦାଫାସ କଲେ ତୁଳସୀ, ରାଗିଗଲେ ୟୁନୁସ ସରକାର
ଢାକା,୧୮।୩: ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ମନ୍ତବ୍ୟକୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତ୍ୟାଖ୍ୟାନ କରିଛି। ସରକାର କହିଛନ୍ତି ଯେ ଏହି ବିବୃତ୍ତି ‘କୌଣସି ପ୍ରମାଣ କିମ୍ବା ଠୋସ ଅଭିଯୋଗ ବିନା’ ଦିଆଯାଇଥିଲା। ସୂଚନାଯୋଗ୍ୟ, ସୋମବାର ମଧ୍ୟରାତ୍ରିରେ ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ କାର୍ଯ୍ୟାଳୟ କହିଛି ଯେ ଗାବାର୍ଡଙ୍କ ମନ୍ତବ୍ୟ ‘ସମଗ୍ର ଦେଶର ପ୍ରତିଛବିକୁ ଭୁଲ ଭାବରେ […] The post ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପର୍ଦ୍ଦାଫାସ କଲେ ତୁଳସୀ, ରାଗିଗଲେ ୟୁନୁସ ସରକାର appeared first on Dharitri Odia News.
ଢାକା,୧୮।୩: ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ମନ୍ତବ୍ୟକୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତ୍ୟାଖ୍ୟାନ କରିଛି। ସରକାର କହିଛନ୍ତି ଯେ ଏହି ବିବୃତ୍ତି ‘କୌଣସି ପ୍ରମାଣ କିମ୍ବା ଠୋସ ଅଭିଯୋଗ ବିନା’ ଦିଆଯାଇଥିଲା।
ସୂଚନାଯୋଗ୍ୟ, ସୋମବାର ମଧ୍ୟରାତ୍ରିରେ ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ କାର୍ଯ୍ୟାଳୟ କହିଛି ଯେ ଗାବାର୍ଡଙ୍କ ମନ୍ତବ୍ୟ ‘ସମଗ୍ର ଦେଶର ପ୍ରତିଛବିକୁ ଭୁଲ ଭାବରେ ଉପସ୍ଥାପନ କରୁଛି।’ ଏକ ଭାରତୀୟ ଟିଭି ଚ୍ୟାନେଲରେ ଗବାର୍ଡଙ୍କ ବିବୃତ୍ତିକୁ ‘ବିଭ୍ରାନ୍ତିକର’ ବୋଲି ଦର୍ଶାଇ ସରକାର କହିଛନ୍ତି ଯେ ଏହା ବାଂଲାଦେଶର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବ। ବିବୃତ୍ତିରେ ଆହୁରି କୁହାଯାଇଛି ଯେ ବାଂଲାଦେଶର ପାରମ୍ପରିକ ଇସଲାମିକ ଅଭ୍ୟାସ ସର୍ବଦା ଅନ୍ତର୍ଭୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ରହିଛି। ଦେଶ ଉଗ୍ରବାଦ ଏବଂ ଆତଙ୍କବାଦ ବିରୁଦ୍ଧରେ ସ୍ଥିର ପ୍ରଗତି ହାସଲ କରିଛି।
ଏକ ଭାରତୀୟ ଚ୍ୟାନେଲକୁ ସାକ୍ଷାତକାର ଦେଇ ତୁଲସୀ ଗବାର୍ଡ କହିଛନ୍ତି ଯେ ‘ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଧାର୍ମିକ ସଂଖ୍ୟାଲଘୁମାନେ ଦୀର୍ଘ ସମୟ ଧରି ନିର୍ଯ୍ୟାତିତ, ହତ୍ୟାର ଶିକାର ହୋଇଆସୁଛନ୍ତି। ଏହା ଆମେରିକା ସରକାର ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ।’
ଗାବାର୍ଡ ଅଭିଯୋଗ କରିଛନ୍ତି ଯେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଏବଂ ଇସଲାମିକ ଆତଙ୍କବାଦୀଙ୍କ ବିପଦ ‘ଖିଲାପତ ଶାସନ’ ଚିନ୍ତାଧାରା ସହିତ ଜଡିତ। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ତଥାପି, ବାଂଲାଦେଶ ସରକାର ଏହି ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଦେଶକୁ ‘ଇସଲାମିକ ଖିଲାପତ’ ସହିତ ଯୋଡ଼ିବା ‘ଭିତ୍ତିକ ଏବଂ ଗ୍ରହଣୀୟ ନୁହେଁ’। ସରକାରଙ୍କ ଅନୁଯାୟୀ, ଏହି ବିବୃତ୍ତି ଶାନ୍ତି, ସ୍ଥିରତା ଏବଂ ବିକାଶ ପାଇଁ କାମ କରିଥିବା ଲକ୍ଷ ଲକ୍ଷ ବାଂଲାଦେଶୀଙ୍କ କଠିନ ପରିଶ୍ରମକୁ କ୍ଷତି ପହଞ୍ଚାଏ।
The post ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପର୍ଦ୍ଦାଫାସ କଲେ ତୁଳସୀ, ରାଗିଗଲେ ୟୁନୁସ ସରକାର appeared first on Dharitri Odia News.