ବାଇକ ଆରୋହୀଙ୍କୁ ଧକ୍କା ଦେଇ ୫୦ ମିଟର ଘୋଷାଡ଼ି ନେଲା ବସ୍

ଆଜି ସକାଳେ ଯୁବକ ଜଣଙ୍କୁ କାନରେ ହେଡ଼ ଫୋନ ଦେଇ ବାଇକ ଚଲାଉଥିଲେ।

ବାଇକ ଆରୋହୀଙ୍କୁ ଧକ୍କା ଦେଇ ୫୦ ମିଟର ଘୋଷାଡ଼ି ନେଲା ବସ୍

ବାଇକ ଆରୋହୀଙ୍କୁ ଧକ୍କା ଦେଇ ୫୦ ମିଟର ଟାଣିନେଲା ବସ୍। ବବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ବଜାର ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଇକ ଚାଳକ ସୂର୍ଯ୍ୟକାନ୍ତ ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ଯୁବକ ଜଣଙ୍କୁ କାନରେ ହେଡ଼ ଫୋନ ଦେଇ ବାଇକ ଚଲାଉଥିଲେ। ଏହି ସମୟରେ ବସ୍‌ଟି ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ବସ୍‌ଟି ବାଇକ ଆରୋହୀଙ୍କୁ 50ମିଟର ଘୋଷାଡ଼ି ନେଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସିମୁଳିଆ ପୁଲିସ ପହଞ୍ଚି ବୁଝାସୁଝା କରିବାପରେ ଉତ୍ତେଜନା ଥମିଥିଲା। ପୁଲିସ ବାଇକ ଓ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।