ବାଇକକୁ ଘୋଷାଡ଼ି ନେଲା ପିକ୍ଅପ୍ : ବାଇକ ଆରୋହୀ ମୃତ
କନକବ୍ୟୁରୋ: ବରଗଡ଼-ସମ୍ବଲପୁର ଏନ୍ଏଚ୍ ୫୩ ଅତାବିରା ବସଷ୍ଟାଣ୍ଡରେ ମାଲବାହୀ ପିକ୍ ଅପ୍ ବାଇକକୁ ଦେଲା । ଫଳରେ ୱାଇକ ଆରୋଦୀ ଜଣଙ୍କର ମୃତ୍ୟୁ ଘଟିଛି ସେ ଅତାବିରା ଥାନା ଲସ୍ତଲା ଗ୍ରାମର ରାମଚନ୍ଦ୍ର ମେହେର(୭୦)ଙ୍କ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ପୋଲିସ ଘଟଣାସ୍ଥଳରୁ ଆହତଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶନିବାର ପୂର୍ବାହ୍ଣ ୧୧ଟା ସମୟରେ ରାମଚନ୍ଦ୍ର ବାଇକ (ଓଡ଼ି ୧୭ ଏଏ ୪୬୧୮) ରେ କୁଲୁଣ୍ଡା ରାସ୍ତା ପଟରୁ ବସଷ୍ଟାଣ୍ଡ ଆସି ଚାରିଥାକିଆ ଜାତୀୟ ରାଜପଥର ଗୋଟିଏ ରାସ୍ତା ପାର ହୋଇ ଅନ୍ୟ ରାସ୍ତାକୁ ଯାଉଥିବା ସମୟରେ ବରଗଡ଼ ପଟରୁ ସମ୍ବଲପୁର ପଟକୁ ଦ୍ରୁତ ଗତିରେ ଯାଉଥିବା ଏକ ମାଲବାହୀ ପିକ୍ ଅପ୍ (ଓଡ଼ି ୧୭ ଏମ୍ ୪୪୨୯) ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା । ଘଟଣାସ୍ଥଳରେ ସେ ଗୁରୁତର ହୋଇଯାଇଥିଲେ । ଦୁର୍ଘଟଣା ପରେ ପିକ୍ ଅପ୍ ଡ୍ରାଇଭର ଫେରାର ଥିବା ଜଣାପଡିଛି ଦୁର୍ଘଟଣା ପରେ ରାସ୍ତା ଜାମ ହେବା ଫଳରେ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ପୋଲିସ ।

କନକବ୍ୟୁରୋ: ବରଗଡ଼-ସମ୍ବଲପୁର ଏନ୍ଏଚ୍ ୫୩ ଅତାବିରା ବସଷ୍ଟାଣ୍ଡରେ ମାଲବାହୀ ପିକ୍ ଅପ୍ ବାଇକକୁ ଦେଲା । ଫଳରେ ୱାଇକ ଆରୋଦୀ ଜଣଙ୍କର ମୃତ୍ୟୁ ଘଟିଛି ସେ ଅତାବିରା ଥାନା ଲସ୍ତଲା ଗ୍ରାମର ରାମଚନ୍ଦ୍ର ମେହେର(୭୦)ଙ୍କ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ପୋଲିସ ଘଟଣାସ୍ଥଳରୁ ଆହତଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶନିବାର ପୂର୍ବାହ୍ଣ ୧୧ଟା ସମୟରେ ରାମଚନ୍ଦ୍ର ବାଇକ (ଓଡ଼ି ୧୭ ଏଏ ୪୬୧୮) ରେ କୁଲୁଣ୍ଡା ରାସ୍ତା ପଟରୁ ବସଷ୍ଟାଣ୍ଡ ଆସି ଚାରିଥାକିଆ ଜାତୀୟ ରାଜପଥର ଗୋଟିଏ ରାସ୍ତା ପାର ହୋଇ ଅନ୍ୟ ରାସ୍ତାକୁ ଯାଉଥିବା ସମୟରେ ବରଗଡ଼ ପଟରୁ ସମ୍ବଲପୁର ପଟକୁ ଦ୍ରୁତ ଗତିରେ ଯାଉଥିବା ଏକ ମାଲବାହୀ ପିକ୍ ଅପ୍ (ଓଡ଼ି ୧୭ ଏମ୍ ୪୪୨୯) ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା ।
ଘଟଣାସ୍ଥଳରେ ସେ ଗୁରୁତର ହୋଇଯାଇଥିଲେ । ଦୁର୍ଘଟଣା ପରେ ପିକ୍ ଅପ୍ ଡ୍ରାଇଭର ଫେରାର ଥିବା ଜଣାପଡିଛି ଦୁର୍ଘଟଣା ପରେ ରାସ୍ତା ଜାମ ହେବା ଫଳରେ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ପୋଲିସ ।