ବାଇକ୍ ଦୁର୍ଘଟଣା: କକା, ପୁତୁରାଙ୍କ ଚାଲିଗଲା ଜୀବନ
ନୂଆପଡ଼ା,୧୬ା୫ (ମକାରୁ ବେମାଲ)::ନୂଆପଡ଼ା ସଦର ବ୍ଲକ କୋଟେନଚୂଆଁ ପଞ୍ଚାୟତ ତିଲେଇଝର ଗାଁ ପାଖରେ ଏକ ବାଇକ୍ ଦୁର୍ଘଟଣା ଘଟି କାକା ଓ ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତିଲେଇଝର ଗାଁର କାକା ପରମେଶ୍ୱର ତାଣ୍ଡି (୧୮) ଓ ପୁତୁରା ପୁରୁଷୋତ୍ତମ ତାଣ୍ଡି (୨୦)। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ସୂଚନା ଉଭୟ କାକା ଓ ପୁତରା ଏକ ବାଇକ୍ ଯୋଗେ ନୂଆପଡା ପଟୁ ତିଲେଇଝର ଗାଁକୁ ଫେରୁଥିଲେ […] The post ବାଇକ୍ ଦୁର୍ଘଟଣା: କକା, ପୁତୁରାଙ୍କ ଚାଲିଗଲା ଜୀବନ appeared first on Dharitri Odia News.
ନୂଆପଡ଼ା,୧୬ା୫ (ମକାରୁ ବେମାଲ)::ନୂଆପଡ଼ା ସଦର ବ୍ଲକ କୋଟେନଚୂଆଁ ପଞ୍ଚାୟତ ତିଲେଇଝର ଗାଁ ପାଖରେ ଏକ ବାଇକ୍ ଦୁର୍ଘଟଣା ଘଟି କାକା ଓ ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତିଲେଇଝର ଗାଁର କାକା ପରମେଶ୍ୱର ତାଣ୍ଡି (୧୮) ଓ ପୁତୁରା ପୁରୁଷୋତ୍ତମ ତାଣ୍ଡି (୨୦)। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ସୂଚନା ଉଭୟ କାକା ଓ ପୁତରା ଏକ ବାଇକ୍ ଯୋଗେ ନୂଆପଡା ପଟୁ ତିଲେଇଝର ଗାଁକୁ ଫେରୁଥିଲେ ା ସେହି ସମୟରେ ଗାଁ ମୁଣ୍ଡରେ ବାଇକ୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ନୁଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପରମେଶ୍ୱରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁରୁଷୋତ୍ତମ ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସଦର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
The post ବାଇକ୍ ଦୁର୍ଘଟଣା: କକା, ପୁତୁରାଙ୍କ ଚାଲିଗଲା ଜୀବନ appeared first on Dharitri Odia News.