ବାଇକ୍ ସହ ପିଟିହେଲା ବାଇକ୍: ୨ ଜଣଙ୍କ ଜୀବନ ଗଲା, ୨ ଆହତ
ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍ ସହ ବାଇକ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କଣମଣା ଗ୍ରାମର ଏସ୍. କ୍ରିଷ୍ଣା ରେଡ୍ଡୀ, ଆଉ ଜଣେ ହେଲେ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମର ଏସ୍. ଚିନ୍ନା। ମିଳିଥିବା ସୂଚନାନୁଯାୟୀ, କୌଣସି କାରଣ ବଶତଃ ବୁଧବାର ଅପରାହ୍ନରେ ଦୁଇଟି ବାଇକ୍ ଧକ୍କା ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। […] The post ବାଇକ୍ ସହ ପିଟିହେଲା ବାଇକ୍: ୨ ଜଣଙ୍କ ଜୀବନ ଗଲା, ୨ ଆହତ appeared first on Dharitri Odia News.
ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍ ସହ ବାଇକ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କଣମଣା ଗ୍ରାମର ଏସ୍. କ୍ରିଷ୍ଣା ରେଡ୍ଡୀ, ଆଉ ଜଣେ ହେଲେ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମର ଏସ୍. ଚିନ୍ନା।
ମିଳିଥିବା ସୂଚନାନୁଯାୟୀ, କୌଣସି କାରଣ ବଶତଃ ବୁଧବାର ଅପରାହ୍ନରେ ଦୁଇଟି ବାଇକ୍ ଧକ୍କା ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ସେମାନଙ୍କ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଏସ୍. କ୍ରିଷ୍ଣା ରେଡ୍ଡୀଙ୍କ ଛତ୍ରପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଏସ୍ ଚିନ୍ନାଙ୍କ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ଘଟିଥିଲା। ଆଉ ୨ ଜଣ ଆହତ ଅବସ୍ଥାରେ ଚିକିତ୍ସା ହେଉଥିବା ସୂଚନା ମିଳିଛି।
The post ବାଇକ୍ ସହ ପିଟିହେଲା ବାଇକ୍: ୨ ଜଣଙ୍କ ଜୀବନ ଗଲା, ୨ ଆହତ appeared first on Dharitri Odia News.