ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା : ଜଣେ ମୃତ, ୪ ଗୁରୁତର
ଫୁଲବାଣୀ ୩୦।୦୫ : ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରା ଗାଁ କୁଡୁକି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ଫିରିଙ୍ଗିଆ ବ୍ଲକ ମାଲା, ପାଙ୍ଗା ଅଞ୍ଚଳର ୩ ଜଣ ଯୁବକ ଗୋଟିଏ ହିରୋ ବାଇକ୍ ଯୋଗେ କାମ୍ବାଗୁଡ଼ା ଗାଁରୁ ଭୋଜି ଖାଇ ଫେରୁଥିଲେ । ଏହି ସମୟରେ କୁଡୁକି ଛକ ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍ରେ ଥିବା ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣେ ସାମାନ୍ୟ ଆହତ ହୋଇଥିଲା । ସେହିପରି ସ୍କୁଟିରେ ବସିଥିବା ଦୁଇ ଜଣ ମଧ୍ୟ ଆହତ ହୋଇଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ୪ ଜଣ ଚିକିତ୍ସିତ ହେଉଛନ୍ତି । ମୃତକ ପାଙ୍ଗା ଗାଁର ପର୍ଶୁରାମ କହଁର ବୋଲି ସୂଚନା ମିଳିଛି ।
ଫୁଲବାଣୀ ୩୦।୦୫ : ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରା ଗାଁ କୁଡୁକି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଖବର ଅନୁଯାୟୀ, ଫିରିଙ୍ଗିଆ ବ୍ଲକ ମାଲା, ପାଙ୍ଗା ଅଞ୍ଚଳର ୩ ଜଣ ଯୁବକ ଗୋଟିଏ ହିରୋ ବାଇକ୍ ଯୋଗେ କାମ୍ବାଗୁଡ଼ା ଗାଁରୁ ଭୋଜି ଖାଇ ଫେରୁଥିଲେ । ଏହି ସମୟରେ କୁଡୁକି ଛକ ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍ରେ ଥିବା ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣେ ସାମାନ୍ୟ ଆହତ ହୋଇଥିଲା । ସେହିପରି ସ୍କୁଟିରେ ବସିଥିବା ଦୁଇ ଜଣ ମଧ୍ୟ ଆହତ ହୋଇଥିଲା ।
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ୪ ଜଣ ଚିକିତ୍ସିତ ହେଉଛନ୍ତି । ମୃତକ ପାଙ୍ଗା ଗାଁର ପର୍ଶୁରାମ କହଁର ବୋଲି ସୂଚନା ମିଳିଛି ।