ବାଇକ୍କୁ ଧକ୍କା ଦେଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ
ଖଲ୍ଲିକୋଟ,୨୨ା୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ କାର୍ ଧକ୍କା ଦେବାରୁ ବାଇକ୍ରେ ବସିଥିବା ସ୍ତ୍ରୀ ଏବଂ ସ୍ବାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ (୫୬) ଓ ତାଙ୍କ ସ୍ତ୍ରୀ କାବୁଲି (୫୦)। ଖାରିବନ୍ଧ ସମୁଦି ଘରୁ ନାତିକୁ ଦେଖିବାକୁ ଯାଇଥିଲେ। ସେଠାରୁ […] The post ବାଇକ୍କୁ ଧକ୍କା ଦେଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ appeared first on Dharitri Odia News.
ଖଲ୍ଲିକୋଟ,୨୨ା୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ କାର୍ ଧକ୍କା ଦେବାରୁ ବାଇକ୍ରେ ବସିଥିବା ସ୍ତ୍ରୀ ଏବଂ ସ୍ବାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ (୫୬) ଓ ତାଙ୍କ ସ୍ତ୍ରୀ କାବୁଲି (୫୦)। ଖାରିବନ୍ଧ ସମୁଦି ଘରୁ ନାତିକୁ ଦେଖିବାକୁ ଯାଇଥିଲେ। ସେଠାରୁ ନିଜ ଗାଁ ଆଇତିପୁରକୁ ଫେରିବା ସମୟରେ ଦୁର୍ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି।
The post ବାଇକ୍କୁ ଧକ୍କା ଦେଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ appeared first on Dharitri Odia News.