ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ମୋହନା,୧୯ା୨(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ଗୋବୁରିଗୁଡା ଗାଁ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ବାଇକ୍‌ ଆରୋହୀ ନିଜ ଗାଁ ଗୋବରୀଗୁଡ଼ାକୁ ଯିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ( ଓଡି ୨ବି ଜେଡ୍‌ ୭୦୯୬ ) ଧକ୍କା ଦେଲା। ଫଳରେ ଦୁଇ ବାଇକ୍‌ଆରୋହୀ ରାସ୍ତା ଉପରେ ଛିଟିକି  ପଡ଼ିଥିଲେ। ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁଇ ଜଣଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ […] The post ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର appeared first on Dharitri Odia News.

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ମୋହନା,୧୯ା୨(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ଗୋବୁରିଗୁଡା ଗାଁ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ବାଇକ୍‌ ଆରୋହୀ ନିଜ ଗାଁ ଗୋବରୀଗୁଡ଼ାକୁ ଯିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ( ଓଡି ୨ବି ଜେଡ୍‌ ୭୦୯୬ ) ଧକ୍କା ଦେଲା। ଫଳରେ ଦୁଇ ବାଇକ୍‌ଆରୋହୀ ରାସ୍ତା ଉପରେ ଛିଟିକି  ପଡ଼ିଥିଲେ। ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଦୁଇ ଜଣଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ସୁରେନ୍ଦ୍ର ମହଙ୍କୁଡଙ୍କୁ ମୃତ ଘୋଷଣା କରିଥିଲେ। ମାର୍କଣ୍ଡ ପାଇକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ପିକ୍‌ଅପ୍‌ ଓ ବାଇକ ଜବତ କରି ଅଧିକ ତଦନ୍ତ ଚଳାଇଛି।

The post ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର appeared first on Dharitri Odia News.