ବାଇକ୍କୁ ଧକ୍କା ଦେଲା ସିଡିଏମ୍ଓଙ୍କ ଗାଡ଼ି
ମୋହନା,୨୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଭାଲିଆଗୁଡା ଗାଁ ନିକଟ ଜାତୀୟ ରାଜପଥରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍ଓଙ୍କ ବୋଲେରୋ ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋମବାର ମୋହନା ବ୍ଲକର ଡମ୍ବଗୁଡା ପଞ୍ଚାୟତରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ରହିଥିଲା। ଏନେଇ ଗଜପତି ସିଡିଏମ୍ଓ ଏକ ବୋଲେରୋ ଗାଡ଼ି ଯୋଗେ ପାରଳାଖେମୁଣ୍ଡିରୁ ଡମ୍ବଗୁଡ଼ା ଗାଁକୁ ଯାଉଥିଲେ। ହେଲେ ଭାଲିଆଗୁଡା ଗାଁ ନିକଟ ଜାତୀୟ ରାଜପଥରେ ଏକ ବାଇକ୍ […] The post ବାଇକ୍କୁ ଧକ୍କା ଦେଲା ସିଡିଏମ୍ଓଙ୍କ ଗାଡ଼ି appeared first on Dharitri Odia News.
ମୋହନା,୨୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଭାଲିଆଗୁଡା ଗାଁ ନିକଟ ଜାତୀୟ ରାଜପଥରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସିଡିଏମ୍ଓଙ୍କ ବୋଲେରୋ ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ସୋମବାର ମୋହନା ବ୍ଲକର ଡମ୍ବଗୁଡା ପଞ୍ଚାୟତରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ରହିଥିଲା। ଏନେଇ ଗଜପତି ସିଡିଏମ୍ଓ ଏକ ବୋଲେରୋ ଗାଡ଼ି ଯୋଗେ ପାରଳାଖେମୁଣ୍ଡିରୁ ଡମ୍ବଗୁଡ଼ା ଗାଁକୁ ଯାଉଥିଲେ। ହେଲେ ଭାଲିଆଗୁଡା ଗାଁ ନିକଟ ଜାତୀୟ ରାଜପଥରେ ଏକ ବାଇକ୍ ଯୋଗେ ବୃଦ୍ଧା ଆଇଙ୍କୁ ଧରି ଦିବ୍ୟ ନାୟକ ଆସୁଥିବା ବେଳେ ବୋଲେରୋ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ ୨ଜଣ ଗୁରୁତର ଆହତ ହୋଇଥିଲେ। ସିଡିଏମ୍ଓ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ବାଇକ୍କୁ ଧକ୍କା ଦେଲା ସିଡିଏମ୍ଓଙ୍କ ଗାଡ଼ି appeared first on Dharitri Odia News.