ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଚଣ୍ଡିଖୋଲ ୨୩।୦୩ :  ବାଇକକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ ବଡ଼ଚଣା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ବାଇକ ଆରୋହୀ ଜଣକ ବଡ଼ଚଣାରୁ ଛତିଆ ଅଭିମୁଖେ ଯାଉଥିଲେ । ଏହି ସମୟରେ ବଡ଼ଚଣା ଛକ ଠାରୁ କିଛି ଦୂରରେ ବାଇକକୁ ପଛପଟୁ ଏକ ଟ୍ରକ ଧକା ଦେଇଥିଲା  । ଯାହାଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଜଣଙ୍କ ଗୁରୁତର ହୋଇଥିବା ବେଳେ ବାଇକ ପଛରେ ବସିଥିବା ମହିଳା ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତ ମହିଳା ହେଲେ କଡେଇ ଗାଁର ଶକୁନ୍ତଳା ସେଠି। ସେହିପରି ଗୁରୁତର ବାଇକ ଆରୋହୀଙ୍କୁ ପ୍ରଥମେ ବଡ଼ଚଣା ମେଡିକାଲ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି । 

ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଚଣ୍ଡିଖୋଲ ୨୩।୦୩ :  ବାଇକକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ ବଡ଼ଚଣା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । 

ଖବର ଅନୁଯାୟୀ, ବାଇକ ଆରୋହୀ ଜଣକ ବଡ଼ଚଣାରୁ ଛତିଆ ଅଭିମୁଖେ ଯାଉଥିଲେ । ଏହି ସମୟରେ ବଡ଼ଚଣା ଛକ ଠାରୁ କିଛି ଦୂରରେ ବାଇକକୁ ପଛପଟୁ ଏକ ଟ୍ରକ ଧକା ଦେଇଥିଲା  । ଯାହାଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଜଣଙ୍କ ଗୁରୁତର ହୋଇଥିବା ବେଳେ ବାଇକ ପଛରେ ବସିଥିବା ମହିଳା ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତ ମହିଳା ହେଲେ କଡେଇ ଗାଁର ଶକୁନ୍ତଳା ସେଠି। ସେହିପରି ଗୁରୁତର ବାଇକ ଆରୋହୀଙ୍କୁ ପ୍ରଥମେ ବଡ଼ଚଣା ମେଡିକାଲ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।