ବାଇକ୍କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଦୁଇ ଚାଳକ ଗୁରୁତର

ଜଳେଶ୍ବର ୩୦।୩: ବାଇକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ପିଠାପୁର ଗ୍ରାମର ଅଭିଜିତ ମିର୍ଧା ଓ ଗଣେଶ ମିର୍ଦ୍ଧା ଦୁଇ ଭାଇ ଏକ ବାଇକ୍ ଯୋଗେ ଜଳେଶ୍ୱର କୋର୍ଟକୁ ଆସୁଥିଲେ । ସେହି ସମୟରେ ୬୦ନଂ ଜାତୀୟ ରାଜପଥ ଲଖ୍ମଣନାଥ ଟୋଲପ୍ଲାଜା ନିକଟରେ କୋର୍ଟ ସମ୍ମୁଖରେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ବାଲେଶ୍ୱର ଯାଉଥିବା ବେଳେ ପଛପଟୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଧକ୍କାରେ ଦୁଇ ବାଇକ୍ ଆରୋହୀ ଛିଟିକି ପଡ଼ି ଗୁରୁତର  ହୋଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ । ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ୍ ଆରୋହୀ ଜଳେଶ୍ୱର ଜିକେ ଭଟ୍ଟର  ହସ୍ପିଟାଲକୁ ପଠାଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀ ନେଇ ବାଲେଶ୍ଵର ଡାକ୍ତରଖାନାକୁ ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଦୁଇ ଆରୋହୀଙ୍କ ଅବସ୍ଥା ସ୍ଥିର ରହିଛି ।You Can Read :ଖଣ୍ଡା-ବାଡି ଧରି ଖେଳାଇଲେ ଆତଙ୍କ, ଦୋକାନରେ ପଶି ୨ ଭାଇଙ୍କୁ ଆକ୍ରମଣ କରି କଲେ ଭଙ୍ଗାରୁଜା 

ବାଇକ୍କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ, ଦୁଇ ଚାଳକ ଗୁରୁତର

ଜଳେଶ୍ବର ୩୦।୩: ବାଇକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନ ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ପିଠାପୁର ଗ୍ରାମର ଅଭିଜିତ ମିର୍ଧା ଓ ଗଣେଶ ମିର୍ଦ୍ଧା ଦୁଇ ଭାଇ ଏକ ବାଇକ୍ ଯୋଗେ ଜଳେଶ୍ୱର କୋର୍ଟକୁ ଆସୁଥିଲେ । ସେହି ସମୟରେ ୬୦ନଂ ଜାତୀୟ ରାଜପଥ ଲଖ୍ମଣନାଥ ଟୋଲପ୍ଲାଜା ନିକଟରେ କୋର୍ଟ ସମ୍ମୁଖରେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ବାଲେଶ୍ୱର ଯାଉଥିବା ବେଳେ ପଛପଟୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଧକ୍କାରେ ଦୁଇ ବାଇକ୍ ଆରୋହୀ ଛିଟିକି ପଡ଼ି ଗୁରୁତର  ହୋଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ । ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକ୍ ଆରୋହୀ ଜଳେଶ୍ୱର ଜିକେ ଭଟ୍ଟର  ହସ୍ପିଟାଲକୁ ପଠାଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ରୋଗୀ ନେଇ ବାଲେଶ୍ଵର ଡାକ୍ତରଖାନାକୁ ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଦୁଇ ଆରୋହୀଙ୍କ ଅବସ୍ଥା ସ୍ଥିର ରହିଛି ।

You Can Read :

ଖଣ୍ଡା-ବାଡି ଧରି ଖେଳାଇଲେ ଆତଙ୍କ, ଦୋକାନରେ ପଶି ୨ ଭାଇଙ୍କୁ ଆକ୍ରମଣ କରି କଲେ ଭଙ୍ଗାରୁଜା