ବାଇକ୍କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର
ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବାଉଁଶୁଳି ଗ୍ରାମର ଶଙ୍କାରୀ ମୁଣ୍ଡା(୪୫) ଗୁରୁତର ପୁଅ ହେଉଛନ୍ତି ବିଜୟ ମୁଣ୍ଡା। ଉଭୟ ମା’ ପୁଅ ବାଇକ୍ ଯୋଗେ ଘରକୁ ଯାଉଥିବା ସମୟରେ ଏକ ବୋଲେରୋ ତାଙ୍କ ବାଇକ୍କୁ ପଛରୁ ଧକ୍କା ଦେଇ ଦ୍ରୁତଗତିରେ ଉଖୁଣ୍ଡା ଆଡ଼କୁ ଫେରାର ହୋଇଯାଇଥିଲା। […] The post ବାଇକ୍କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର appeared first on Dharitri Odia News.
ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବାଉଁଶୁଳି ଗ୍ରାମର ଶଙ୍କାରୀ ମୁଣ୍ଡା(୪୫) ଗୁରୁତର ପୁଅ ହେଉଛନ୍ତି ବିଜୟ ମୁଣ୍ଡା। ଉଭୟ ମା’ ପୁଅ ବାଇକ୍ ଯୋଗେ ଘରକୁ ଯାଉଥିବା ସମୟରେ ଏକ ବୋଲେରୋ ତାଙ୍କ ବାଇକ୍କୁ ପଛରୁ ଧକ୍କା ଦେଇ ଦ୍ରୁତଗତିରେ ଉଖୁଣ୍ଡା ଆଡ଼କୁ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ମା’ ଶଙ୍କାରୀ ଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
The post ବାଇକ୍କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର appeared first on Dharitri Odia News.