ବାଇକ୍‌ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ନଂ.ଓ୍ବାର୍ଡ ମୁକ୍ତେଶର ଶୈବପୀଠ ସଂଲଗ୍ନ କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ କେନାଲ ସାହିରେ କୁସିଆଁ ମହାନ୍ତିଙ୍କ ଘରେ ଭଡ଼ାରେ ରହୁଥିବା ରାଜେନ୍ଦ୍ର ସେଠୀଙ୍କ ଘରକୁ ଲକ୍ଷ୍ୟକରି ବୋମାମାଡ଼ କରାଯାଇଛି। ବୋମାମାଡ଼ରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଘର ଛାତର ସିମେଣ୍ଟ ପଲସ୍ତରା ଭାଙ୍ଗି ଯାଇଛି। ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ରାଜେନ୍ଦ୍ରଙ୍କ ଘରକୁ ଲକ୍ଷ୍ୟ କରି […] The post ବାଇକ୍‌ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ appeared first on Dharitri Odia News.

ବାଇକ୍‌ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ନଂ.ଓ୍ବାର୍ଡ ମୁକ୍ତେଶର ଶୈବପୀଠ ସଂଲଗ୍ନ କେନାଲ ସାହିରେ ଦୁର୍ବୃତ୍ତମାନେ ପୁଣି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ କେନାଲ ସାହିରେ କୁସିଆଁ ମହାନ୍ତିଙ୍କ ଘରେ ଭଡ଼ାରେ ରହୁଥିବା ରାଜେନ୍ଦ୍ର ସେଠୀଙ୍କ ଘରକୁ ଲକ୍ଷ୍ୟକରି ବୋମାମାଡ଼ କରାଯାଇଛି। ବୋମାମାଡ଼ରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଘର ଛାତର ସିମେଣ୍ଟ ପଲସ୍ତରା ଭାଙ୍ଗି ଯାଇଛି। ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ରାଜେନ୍ଦ୍ରଙ୍କ ଘରକୁ ଲକ୍ଷ୍ୟ କରି ଲଗାତର ୨ଟି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ଶୁକ୍ରବାର ସକାଳେ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ବୋମା ଖଣ୍ଡ ସଂଗ୍ରହ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ଫେରିଛନ୍ତି। ରାଜେନ୍ଦ୍ର ଦିଗପହଣ୍ଡି ଥାନାରେ ପହଞ୍ଚି ପୋଲିସକୁ ସବିଶେଷ ସୂଚନା ଦେବାସହ ଏତଲା ଦେଇଛନ୍ତି।

ଗତ ୨୬ ତାରିଖ ଶନିବାର ସନ୍ଧ୍ୟାରେ ପ୍ରଥମେ ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ପଦ୍ମନାଭପୁର ଶ୍ରୀ ଶନି ମନ୍ଦିର ନିକଟରେ କୁଶପଡ଼ା ଗ୍ରାମର ଗାଡ଼ି ଚାଳକ ଶତ୍ରୁଘ୍ନ ବିଷୋୟୀଙ୍କୁ ଏକାଧିକ ଦୁର୍ବୃତ୍ତ ବାଇକ୍‌ରେ ଗୋଡ଼ାଇ ବୋମାମାଡ଼ କରିଥିଲେ। ସେ ଖସିଯିବାରୁ ତାଙ୍କୁ ପିଛା କରି ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା କଡ଼ରେ ଥିବା ଏକ ବ୍ୟାଙ୍କ ଏବଂ ଘରୋଇ ଫାଇନାନ୍ସ କାର୍ଯ୍ୟାଳୟ ନିକଟରେ ଶତ୍ରୁଘ୍ନ ଠିଆ ହୋଇଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ତାଙ୍କୁ ଲକ୍ଷ୍ୟ କରି ୨ଟି ବୋମାମାଡ଼ କରିଥିଲେ। ସେ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଦୁର୍ବୃତ୍ତମାନେ କ୍ଷଣକ ମଧ୍ୟରେ ଚମ୍ପଟ ମାରିଥିଲେ। ଏହି ଘଟଣାରେ ଶତ୍ରୁଘ୍ନଙ୍କ ଏତଲାକ୍ରମେ ପୋଲିସ ସମ୍ପୃକ୍ତ ଜଗା ସେଠୀ, ବଳି ସେଠୀ,ଚନ୍ଦନ ସେଠୀ ଏବଂ କୃଷ୍ଣ ସେଠୀଙ୍କ ନାଁରେ ୪୨୦/୨୪ ଅନୁଯାୟୀ ମୋକଦ୍ଦମା ରୁଜୁ କରିଥିଲେ। ଗିରଫ ଭୟରେ ସେମାନେ ଫେରାର ଥିବା ପୋଲିସ କହିଛି। ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ସହରର ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଲାଗି ରହିଥିବା ଶତ୍ରୁତାରୁ ଉଭୟେ ଉଭୟ ଗୋଷ୍ଠୀର ଯୁବକଙ୍କୁ ହତ୍ୟା ପାଇଁ କ୍ରମାଗତ ବୋମାମାଡ଼ କରୁଥିବା ଜଣାପଡିଛି। ଗୁରୁବାର ବିଳମ୍ବିତ ରାତିରେ ରାଜେନ୍ଦ୍ରଙ୍କ ପୁଅ ଜଗା ସେଠୀଙ୍କୁ ଭୟଭୀତ କରିବା ପାଇଁ ତାଙ୍କ ଘର ଉପରକୁ ବୋମାମାଡ଼ କରାଯାଇଛି।

ଶାନ୍ତିପୂର୍ଣ୍ଣ ଦିଗପହଣ୍ଡି ସହରରେ ଭାଇଗିରି ପାଇଁ ୨ ଆପରାଧିକ ଗୋଷ୍ଠୀ ପକ୍ଷରୁ ଛକାପଞ୍ଝା ଲାଗିରହିଛି। ଏହାକୁ ନେଇ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି। ପୋଲିସର ଢିଲା ପଣ ଯୋଗୁ ସହରରେ ଆତଙ୍କରାଜ ଦିନକୁ ଦିନ ବଢି ଚାଲିଛି। ବ୍ରହ୍ମପୁର ଏସ୍‌ପି ଏଥିପ୍ରତି ଦୃଷ୍ଟିଦେଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।

The post ବାଇକ୍‌ରେ ଆସି ବୋମାମାଡ଼ କଲେ ଦୁର୍ବୃତ୍ତ, ଖସିଲା ଘରର ଛାତ appeared first on Dharitri Odia News.