ବାଇକ୍‌ରେ ଘରକୁ ଫେରୁଥିବାବେଳେ ପୂର୍ବତନ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ

ବାସୁଦେବପୁର,୯ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗିରିଶ ଚନ୍ଦ୍ର ସାମଲଙ୍କୁ କିଛି ବ୍ୟକ୍ତି ଛୁରି ଓ ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସାମଲ ନିଜ ଘର ନନ୍ଦପୁରରୁ ବାଇକ୍‌ ଯୋଗେ ରବିବାର ସନ୍ଧ୍ୟାରେ ବାସୁଦେବପୁର ବଜାରକୁ ଯାଉଥିବା ବେଳେ ସେହି ଗ୍ରାମର ୩ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ସାମଲ ଆକ୍ରମଣରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର […] The post ବାଇକ୍‌ରେ ଘରକୁ ଫେରୁଥିବାବେଳେ ପୂର୍ବତନ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.

ବାଇକ୍‌ରେ ଘରକୁ ଫେରୁଥିବାବେଳେ ପୂର୍ବତନ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ

ବାସୁଦେବପୁର,୯ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗିରିଶ ଚନ୍ଦ୍ର ସାମଲଙ୍କୁ କିଛି ବ୍ୟକ୍ତି ଛୁରି ଓ ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସାମଲ ନିଜ ଘର ନନ୍ଦପୁରରୁ ବାଇକ୍‌ ଯୋଗେ ରବିବାର ସନ୍ଧ୍ୟାରେ ବାସୁଦେବପୁର ବଜାରକୁ ଯାଉଥିବା ବେଳେ ସେହି ଗ୍ରାମର ୩ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ସାମଲ ଆକ୍ରମଣରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ସାମଲ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

The post ବାଇକ୍‌ରେ ଘରକୁ ଫେରୁଥିବାବେଳେ ପୂର୍ବତନ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Dharitri Odia News.