ବାଇକ୍ରେ ତିନି ଜଣ ହରିଶଙ୍କର ଯାଉଥିଲେ, ହେଲେ ଅଧା ରହିଗଲା ଠାକୁରଙ୍କ ଦର୍ଶନ
କଣ୍ଟାବାଞ୍ଜି ୧୮।୦୮ : ଅଧାରେ ରହିଲା ହରିଶଙ୍କର ଶିବ ଦର୍ଶନ । ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କାନୁଟ ଗାଁ ନିକଟରେ ପିକଅପ ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗୋଟିଏ ବାଇକ୍ରେ ୩ ଜଣ ହରିଶଙ୍କର ବୁଲିବାକୁ ବାହାରିଥିଲେ । ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ୍ ଗାଁ ନିକଟରେ ଘଟିଲା ଦୁର୍ଘଟଣା । କାନୁଟ୍ ଗାଁ ନିକଟରେ ଏକ୍ ପିକ୍ଅପ୍ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଗୁଡିଘାଟ ଗାଁର ପବନ ହରପାଳ ବୋଲି ଜଣାପଡିଛି । ହେଲେ ଏବେ ଯାଏଁ ଗୁରୁତରଙ୍କ ପରିଚୟ ମିଳିନାହିଁ । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
କଣ୍ଟାବାଞ୍ଜି ୧୮।୦୮ : ଅଧାରେ ରହିଲା ହରିଶଙ୍କର ଶିବ ଦର୍ଶନ । ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କାନୁଟ ଗାଁ ନିକଟରେ ପିକଅପ ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗୋଟିଏ ବାଇକ୍ରେ ୩ ଜଣ ହରିଶଙ୍କର ବୁଲିବାକୁ ବାହାରିଥିଲେ । ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ୍ ଗାଁ ନିକଟରେ ଘଟିଲା ଦୁର୍ଘଟଣା । କାନୁଟ୍ ଗାଁ ନିକଟରେ ଏକ୍ ପିକ୍ଅପ୍ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଗୁଡିଘାଟ ଗାଁର ପବନ ହରପାଳ ବୋଲି ଜଣାପଡିଛି । ହେଲେ ଏବେ ଯାଏଁ ଗୁରୁତରଙ୍କ ପରିଚୟ ମିଳିନାହିଁ । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।