ବାଇକ୍‌ରେ ବସିଥିବା ବେଳେ ହେଲା ହୃଦଘାତ, ଟଳି ପଡ଼ିଲେ ଯୁବକ

ବାଇକ୍‌ରେ ବସିଥିବା ବେଳେ ହଠାତ୍‌ ଆସିଲା ହାର୍ଟ ଆଟାକ୍‌। ଆଉ ବାଇକ୍‌ରୁ ଗଳି ପଡ଼ିଲେ ଯୁବକ । ଦେଖୁ ଦେଖୁ ଚାଲିଗଲା ଜୀବନ ।

ବାଇକ୍‌ରେ ବସିଥିବା ବେଳେ ହେଲା ହୃଦଘାତ, ଟଳି ପଡ଼ିଲେ ଯୁବକ

ବାଇକ୍‌ରେ ବସିଥିବା ବେଳେ ହଠାତ୍‌ ଆସିଲା ହାର୍ଟ ଆଟାକ୍‌। ଆଉ ବାଇକ୍‌ରୁ ଗଳି ପଡ଼ିଲେ ଯୁବକ । ଦେଖୁ ଦେଖୁ ଚାଲିଗଲା ଜୀବନ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଘଟିଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ମୃତକଜଣଙ୍କ ୪୨ ବର୍ଷୀୟ ଉଦୟ ସିଂହ ରାଜପୁର ବୋଲି ଜଣାଯାଇଛି। ସେ ସ୍ୱାସ୍ଥ୍ୟ ବିଭାଗରେ ସୁପରଭିଜନ ଫିଲ୍ଡ ୱାର୍କର ଭାବେ କାମ କରୁଥିଲେ। ସିସିଟିଭିରେ ଦେଖାଯାଉଛି, ଉଦୟ ସିଂହ ନିଜ ବାଇକ୍‌ରେ ବସିଥିବା ବେଳେ ହଠାତ୍‌ ତଳକୁ ଖସି ପଡ଼ିଲେ।

ଖବର ପାଇ ପୁଲିସ୍‌ ତୁରନ୍ତ ପହଞ୍ଚି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଉଦୟଙ୍କ ଫୋନ୍‌ ରିଙ୍ଗ୍‌ ହୋଇଥିଲା। ଅପରପାର୍ଶ୍ୱରୁ ଉଦୟଙ୍କ ପତ୍ନୀ ଫୋନ୍‌ କରିଥିବା ବେଳେ ସ୍ୱାମୀଙ୍କ ଏପରି ଅବସ୍ଥା ଶୁଣି ହତବାକ ହୋଇ ଯାଇଥିଲେ।

ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ଉଦୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଡାକ୍ତର ସୂଚନା ଦେଇଛନ୍ତି।

ଉଦୟଙ୍କ ଏକ ଛୋଟ ପୁଅ ଥିବା ବେଳେ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବୋଲି ଜଣାଯାଇଛି। ତେବେ ଉଦୟଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ସେମାନଙ୍କ ଆଖିରୁ ଲୁହ ଶୁଖୁନି।