ବାଉଁଶ ବୁଦାରୁ ଅଗ୍ନିକାଣ୍ଡ, ଜଳିଗଲା ୮ ବଖରା
ଭଦ୍ରକ ୩୦।୪: ବାଉଁଶ ବୁଦାରୁ ବ୍ୟାପିଲା ନିଆଁ । ଜଳିଗଲା ୮ ବଖରା ଘର । ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କରଞ୍ଜମାଳ ଗାଁରେ ଅଗ୍ନିକାଣ୍ଡ ଘଟିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କରଞ୍ଜମାଳ ଗାଁ ନିକଟ ଏକ ବାଉଁଶ ବୁଦାରେ ନିଆଁ ଲାଗିଥିଲା । ବାଉଁଶ ଗଣ୍ଠି ଫୁଟିବା ଯୋଗୁଁ ନିଆଁ ଝୁଲ ଉଡି ବିଭିନ୍ନ ଘରେ ନିଆଁ ଲାଗିଥିଲା । ଗାଁର ଆନନ୍ଦ ଚନ୍ଦ୍ର ଦାସ ଓ ପରେ ନିରାକାର ଦାସଙ୍କ ଘରେ ନିଆଁ ଲାଗିଥିଲା । ନିଆଁ ବ୍ୟାପିବା ଯୋଗୁଁ ଅଗ୍ନିଶମ ବାହିନୀ ଗାଁକୁ ଯାଇ ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିବିପନ୍ନଙ୍କୁ ଭଦ୍ରକର ସମାଜସେବୀ ରାମଚନ୍ଦ୍ର ବେହେରା ଭେଟି ଆଲୋଚନା କରିଥିଲେ । ଅଗ୍ନିବିପନ୍ନଙ୍କୁ ଆର୍ଥିକ ସହାୟତା ସହ ବସ୍ତ୍ର ଯୋଗାଇଦେଇଛନ୍ତି ।You Can Read :ଭିଜିଲାନ୍ସ ଜାଲରେ ଏଆରଆଇ ଓ ସହଯୋଗୀ, ଜମି ନୋଟିଫିକେସନ ବାବଦକୁ ନେଉଥିଲେ ୧୦ ହଜାର ଟଙ୍କା
ଭଦ୍ରକ ୩୦।୪: ବାଉଁଶ ବୁଦାରୁ ବ୍ୟାପିଲା ନିଆଁ । ଜଳିଗଲା ୮ ବଖରା ଘର । ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କରଞ୍ଜମାଳ ଗାଁରେ ଅଗ୍ନିକାଣ୍ଡ ଘଟିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କରଞ୍ଜମାଳ ଗାଁ ନିକଟ ଏକ ବାଉଁଶ ବୁଦାରେ ନିଆଁ ଲାଗିଥିଲା । ବାଉଁଶ ଗଣ୍ଠି ଫୁଟିବା ଯୋଗୁଁ ନିଆଁ ଝୁଲ ଉଡି ବିଭିନ୍ନ ଘରେ ନିଆଁ ଲାଗିଥିଲା । ଗାଁର ଆନନ୍ଦ ଚନ୍ଦ୍ର ଦାସ ଓ ପରେ ନିରାକାର ଦାସଙ୍କ ଘରେ ନିଆଁ ଲାଗିଥିଲା । ନିଆଁ ବ୍ୟାପିବା ଯୋଗୁଁ ଅଗ୍ନିଶମ ବାହିନୀ ଗାଁକୁ ଯାଇ ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିବିପନ୍ନଙ୍କୁ ଭଦ୍ରକର ସମାଜସେବୀ ରାମଚନ୍ଦ୍ର ବେହେରା ଭେଟି ଆଲୋଚନା କରିଥିଲେ । ଅଗ୍ନିବିପନ୍ନଙ୍କୁ ଆର୍ଥିକ ସହାୟତା ସହ ବସ୍ତ୍ର ଯୋଗାଇଦେଇଛନ୍ତି ।
You Can Read :
ଭିଜିଲାନ୍ସ ଜାଲରେ ଏଆରଆଇ ଓ ସହଯୋଗୀ, ଜମି ନୋଟିଫିକେସନ ବାବଦକୁ ନେଉଥିଲେ ୧୦ ହଜାର ଟଙ୍କା