ବାଗେଶ୍ୱର ଧାମରେ ହନୁମାନ କଥା ଶୁଣିଲେ, ପରେ କାର୍‌ ଭିତରେ ଆତ୍ମହତ୍ୟା କଲେ ପରିବାରର ୭ ଜଣ

ଋଣବୋଝରେ ଚାପଗ୍ରସ୍ତ ଡେରାଡୁନ୍‌ର ଏକ ପରିବାର ହରିଆନା ପଞ୍ଚକୁଲାରେ କାର୍‌ ଭିତରେ ସମୂହ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଲୋକଙ୍କମାନଙ୍କ ହୃଦୟକୁ ଦୋହଲାଇ ଦେଇଛି। ସାତ ଜଣ ଯାକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଛଅ ଜଣଙ୍କର ମୃତଦେହ କାର୍‌ ଭିତରୁ ମିଳିଥିବାବେଳେ ଜଣେ କାର୍‌ ବାହାରେ ମୃତ୍ୟୁକୁ ଅପେକ୍ଷା କରି ବସି ରହିଥିବାବେଳେ ଉଦ୍ଧାର ହୋଇଥିଲେ। ମାତ୍ର, ହସ୍‌ପିଟାଲରେ ତାଙ୍କୁ ମଧ୍ୟ ମୃତ ଘୋଷଣା କରାଯାଇଥିଲା।

ବାଗେଶ୍ୱର ଧାମରେ ହନୁମାନ କଥା ଶୁଣିଲେ, ପରେ କାର୍‌ ଭିତରେ ଆତ୍ମହତ୍ୟା କଲେ ପରିବାରର ୭ ଜଣ

ଋଣବୋଝରେ ଚାପଗ୍ରସ୍ତ ଡେରାଡୁନ୍‌ର ଏକ ପରିବାର ହରିଆନା ପଞ୍ଚକୁଲାରେ କାର୍‌ ଭିତରେ ସମୂହ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଲୋକଙ୍କମାନଙ୍କ ହୃଦୟକୁ ଦୋହଲାଇ ଦେଇଛି। ସାତ ଜଣ ଯାକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଛଅ ଜଣଙ୍କର ମୃତଦେହ କାର୍‌ ଭିତରୁ ମିଳିଥିବାବେଳେ ଜଣେ କାର୍‌ ବାହାରେ ମୃତ୍ୟୁକୁ ଅପେକ୍ଷା କରି ବସି ରହିଥିବାବେଳେ ଉଦ୍ଧାର ହୋଇଥିଲେ। ମାତ୍ର, ହସ୍‌ପିଟାଲରେ ତାଙ୍କୁ ମଧ୍ୟ ମୃତ ଘୋଷଣା କରାଯାଇଥିଲା।

ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସେମାନେ ରାତିରେ ଚାଲୁଥିବାବେଳେ ଡେରାଡୁନ୍‌ ନମ୍ବର ଥିବା ଏକ କାର୍‌ ସେକ୍ଟର ୨୭ର ଏକ ଘର ନିକଟରେ ପାର୍କ ହୋଇଥିବା ଦେଖିଥିଲେ। ଚାଲୁଥିବା ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର କାର୍‌ ସେଠାରେ ଆଗରୁ ପାର୍କିଂ ହୋଇଥିଲା। ତେଣୁ ଡେରାଡୁନ୍‌ ନମ୍ବରର ଗାଡ଼ି ଦେଖି ସେ ସେଠାକୁ ଯାଇ ଦେଖିଲେ ଯେ ଜଣେ ବ୍ୟକ୍ତି ସେହି ଡେରାଡୁନ୍‌ ନମ୍ବରର ଗାଡ଼ି ପାଖରେ ବସିଛନ୍ତି।

ସେ ତାଙ୍କୁ ପଚାରିଲେ, କୁଆଡ଼ୁ ଆସିଛନ୍ତି? ସେ କହିଲେ, ସେମାନେ ଡେରାଡୁନ୍‌ରୁ ପଞ୍ଚକୁଲା ଆସିଥିଲେ। ବାଗେଶ୍ୱର ଧାମରେ ହନୁମାନ କଥା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବେ ସେମାନେ ଡେରାଡୁନ୍‌ ଫେରୁଛନ୍ତି। ପାଖରେ ହୋଟେଲ ନପାଇବାରୁ ଏଠାରେ ଗାଡ଼ି ରଖି ଟିକେ ବିଶ୍ରାମ କରୁଛନ୍ତି।

ସ୍ଥାନୀୟ ଲୋକ ତାଙ୍କୁ କହିଲେ ଯେ କାର୍‌ଟା ଏଠି ନରଖି ମାର୍କେଟ ପାଖକୁ ନେଇଯାଆନ୍ତୁ। ଏଥର ରାସ୍ତାକଡ଼ରେ ବସିଥିବା ଲୋକ ଜଣକ ଉଠି ଠିଆ ହେଲେ ଓ କାର୍‌ ପାଖକୁ ଗଲେ। ତାଙ୍କ ସହିତ ସେହି ପ୍ରତ୍ୟକ୍ଷଦର୍ଶୀ ଦୁଇ ଜଣ କାର୍‌ ନିକଟକୁ ଯାଇ ଯାହା ଦେଖିଲେ ସେଥିରେ ସେମାନଙ୍କର ମୁଣ୍ଡ ଘୂରଇଦେଲା। କାର୍‌ ଭିତରେ ଛଅ ଜଣଙ୍କର ନିଷ୍ପ୍ରାଣ ଶରୀର ଦେଖି ସେମାନେ ଛାନିଆ ହୋଇଯାଇଥିଲେ। ସେମାନେ ପରସ୍ପର ଉପରେ ବାନ୍ତି କରିଥିଲେ।

ସେମାନେ ସେହି ଲୋକଙ୍କୁ ପଚାରିବାରୁ ସେ ସବୁ ସତ କଥା ମାନିକଲେ। ସେ କହିଲେ ଯେ ତାଙ୍କ ପରିବାର ଉପରେ ଅନେକ ଋଣର ବୋଝ। ସେମାନେ ତାହା ବୋହି ପାରୁନାହାନ୍ତି କି ଶୁଝି ପାରୁନାହାନ୍ତି। ତେଣୁ ସେମାନେ ସମୂହ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। କାର୍‌ ଭିତରେ ସେମାନେ ମରି ସାରିଛନ୍ତି। ଆଉ ୫ ମିନିଟ ପରେ ସେ ବି ମରିଯିବେ।

ଏ କଥା ଶୁଣିବା ପରେ ସ୍ଥାନୀୟ ଲୋକ ଦି’ ଜଣ ପୁଲିସକୁ ଫୋନ କଲେ। ପୁଲିସ ଆସିବା ପରେ ସେମାନେ କାର୍‌ ଡୋର୍‌ ଖୋଲି ଭିତରେ ଥିବା ଲୋକମାନଙ୍କୁ ଉଦ୍ଧାର କରି ମେଡିକାଲ ପଠେଇଲେ। ସେତେବେଳ ଯାଏଁ ବଂଚି ରହିଥିବା ସେହି ବାହାରେ ବସିଥିବା ଲୋକଙ୍କୁ ବି ମେଡିକାଲ ନିଆଗଲା। କିନ୍ତୁ ଡାକ୍ତରମାନେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ କାର୍‌ ଭିତରକୁ ଏଇ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୃତକମାନେ ହେଉଛନ୍ତି ଗୋଟିଏ ପରିବାରର। କାର୍‌ ବାହାରେ ବସିଥିବା ଲୋକଙ୍କର ନାମ ପ୍ରବୀଣ ମିତ୍ତଲ ବୋଲି ଜଣାପଡ଼ିଛି। ତାଙ୍କର ବୟସ ୪୨। କାର୍‌ ଭିତରେ ତାଙ୍କ ବାପମା’, ସ୍ତ୍ରୀ ଓ ତିନି ଛୁଆ ଥିଲେ। ଛୁଆଙ୍କ ମଧ୍ୟରେ ଜଣେ ପୁଅ ଓ ଦି’ ଜଣ ଝିଅ।

ପଞ୍ଚକୁଲା ଡିସିପି ହିମାଦ୍ରୀ କୌଶିକ ଓ ଆଇଶୃଙ୍ଖଳା ଡିସିପି ଅମିତ ଦହିୟା ଘଟଣାସ୍ଥଳରେ ପହଞ୍ଚି ହତଭାଗ୍ୟ ସାତ ଜଣଙ୍କୁ ହସ୍‌ପିଟାଲ ପଠାଇଥିଲେ। ସେମାନେ ଏହି ଦୁଃଖଦ ଘଟଣାର ତଦନ୍ତ ଚଳାଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ କେଉଁ ବିଷ ତାହ ଜଣାପଡ଼ିବ। ସେହିପରି ପରିବାର ଉପରେ ସତରେ ଋଣ ବୋଝ ଥିଲା ନା ଅନ୍ୟ କୌଣସି କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ସେ ସଂପର୍କରେ ତଦନ୍ତ ଜାରି ରହିଛି। ସେମାନେ ଆତ୍ମହତ୍ୟା କରିବାକୁ ଡେରାଡୁନ୍‌ରୁ ଦିଲ୍ଲୀ କାହିଁକି ଆସିଲେ ଓ ବାଗେଶ୍ୱର ଧାମରେ ହନୁମାନ କଥା ଆଧ୍ୟାତ୍ମିକ ଅନୁଷ୍ଠାନରେ ଯୋଗଦେବା ପରେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ମଧ୍ୟ ତଦନ୍ତ ହେବ ବୋଲି ପୁଲିସ କହିଛି।