ବାଘ ବେଶ ରେ ଦର୍ଶନ ଦେଇ ଗାଁ ପରିଭ୍ରମଣ କଲେ ମୁତ୍ୟାଲୁମ୍ମା…
ଲକ୍ଷ୍ମୀପୁର ୨୮/୦୪ … ନବ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀପୁର ର ଅଧିଷ୍ଠାତ୍ରୀ ଦେବୀ ମୁତ୍ୟାଲୁମ୍ମା ସପ୍ତମ ଦିନ ରେ ବାଘ ବେଶ ରେ ଦର୍ଶନ ଦେଇ ଗାଁ ପରିଭ୍ରମଣ କରିଛନ୍ତି। ପ୍ରତ୍ୟକ ବର୍ଷ ଏହି ବେଶ ଦେଖିବା ସକାଶେ ଶହଶହ ଭକ୍ତ ଙ୍କ ଗହଳି ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଏହି ବେଶ କରାଯାଇଥାଏ,ବାଘ ବେଶ ରେ ମୁତ୍ୟାଲୁମ୍ମା ଅସ୍ଥାୟୀ ମନ୍ଦିର ରୁ ବାହାରି ସାହି ସାହି ର ଘର ଘର ବୁଲି ନିଆଁ […] The post ବାଘ ବେଶ ରେ ଦର୍ଶନ ଦେଇ ଗାଁ ପରିଭ୍ରମଣ କଲେ ମୁତ୍ୟାଲୁମ୍ମା… appeared first on Odisha.News.
ଲକ୍ଷ୍ମୀପୁର ୨୮/୦୪ … ନବ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀପୁର ର ଅଧିଷ୍ଠାତ୍ରୀ ଦେବୀ ମୁତ୍ୟାଲୁମ୍ମା ସପ୍ତମ ଦିନ ରେ ବାଘ ବେଶ ରେ ଦର୍ଶନ ଦେଇ ଗାଁ ପରିଭ୍ରମଣ କରିଛନ୍ତି। ପ୍ରତ୍ୟକ ବର୍ଷ ଏହି ବେଶ ଦେଖିବା ସକାଶେ ଶହଶହ ଭକ୍ତ ଙ୍କ ଗହଳି ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଏହି ବେଶ କରାଯାଇଥାଏ,ବାଘ ବେଶ ରେ ମୁତ୍ୟାଲୁମ୍ମା ଅସ୍ଥାୟୀ ମନ୍ଦିର ରୁ ବାହାରି ସାହି ସାହି ର ଘର ଘର ବୁଲି ନିଆଁ ରେ ପ୍ରଦାନ କରାଯାଉଥିବା ଝୁନା ଶୁଙ୍ଘି ଶୁଙ୍ଘି ପୁଣି ଅସ୍ଥାୟୀ ମନ୍ଦିର କୁ ପ୍ରତ୍ୟାବର୍ତନ କରିଥାନ୍ତି, ପ୍ରଚଳିତ ପ୍ରଥା ଅନୁଯାୟୀ ବାଘ ଓ ସିଂହ ବେଶ ଧାରଣ କରିଥିବା ସମୟରେ ବରତ ଦଉଡି ରେ ସେମାନଙ୍କୁ ବାନ୍ଧିକି ରଖାଯାଇଥାଏ, ଭୁଲ ବଶତଃ ଯଦି ଛାଡି ଦିଅନ୍ତି ତାହେଲେ ଜଙ୍ଗଲ କୁ ଚାଲି ଯାଆନ୍ତି ବୋଲି ପୂର୍ବଜ ମାନେ ମତ ରଖିଛନ୍ତି।ଚଳିତ ବର୍ଷ ପୂଜକ ମାନଙ୍କ ଦାୟିତ୍ୱହୀନତା କାର୍ଯ୍ୟ କାରଣରୁ ବାଘ ବେଶ ସନ୍ଧ୍ୟା ୭ଟା ସୁଧା ହୋଇ ପାରିନଥିଲା, ଏପରିକି ରାସ୍ତା ରାସ୍ତା ଦେଇ କାମ ଚଳା ଭାବେ ବାଘ ବେଶ କରି ଅସ୍ଥାୟୀ ମନ୍ଦିର କୁ ନିଆଯାଇଥିଲା, କୌଣସି ସାହି ରେ ନଯିବା କାରଣରୁ ଭକ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା।
The post ବାଘ ବେଶ ରେ ଦର୍ଶନ ଦେଇ ଗାଁ ପରିଭ୍ରମଣ କଲେ ମୁତ୍ୟାଲୁମ୍ମା… appeared first on Odisha.News.