ବାଘପାଲି ରେ ବକୁଳ ଯାତ୍ରା ଆରମ୍ଭ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବାଘପାଲି ସ୍ଥିତ ଶ୍ରୀ ଚନ୍ଦ୍ରମଣି ଦାସ ଙ୍କ ସମାଧି ପୀଠ ଠାରେ ଆଜି ପ୍ରସିଦ୍ଧ ବକୁଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ବକୁଳ ମହୋତ୍ସବ କମିଟି ସମ୍ପାଦକ ମକୁନ୍ଦ ଧରୁଆ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ମନୋରଞ୍ଜନ ପାଢୀ , ଗାଁ ଗୈାନ୍ତିଆ ତଥା ସମାଜସେବୀ ପଞ୍ଚାନନ ପଣ୍ଡା , ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଓ ରାଜେଶ କୁମାର ବାଘ ଯୋଗ […] The post ବାଘପାଲି ରେ ବକୁଳ ଯାତ୍ରା ଆରମ୍ଭ appeared first on Odisha.News.
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବାଘପାଲି ସ୍ଥିତ ଶ୍ରୀ ଚନ୍ଦ୍ରମଣି ଦାସ ଙ୍କ ସମାଧି ପୀଠ ଠାରେ ଆଜି ପ୍ରସିଦ୍ଧ ବକୁଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ବକୁଳ ମହୋତ୍ସବ କମିଟି ସମ୍ପାଦକ ମକୁନ୍ଦ ଧରୁଆ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ମନୋରଞ୍ଜନ ପାଢୀ , ଗାଁ ଗୈାନ୍ତିଆ ତଥା ସମାଜସେବୀ ପଞ୍ଚାନନ ପଣ୍ଡା , ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଓ ରାଜେଶ କୁମାର ବାଘ ଯୋଗ ଦେଇଥିଲେ । ଏହି ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ସପ୍ତାହ ପାରାୟଣ , କଳଶ ଶୋଭାଯାତ୍ରା , ପ୍ରବଚନ , ରକ୍ତଦାନ ଶିବିର , କବି ସମ୍ମିଳନୀ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ବାଘପାଲି ୟୁପି ସ୍କୁଲ୍ , ଖୁଣ୍ଟୁଲାପାଲି , ଗୋଲାବନ୍ଧ ଆଦି ସ୍କୁଲ୍ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ବହୁ ଦର୍ଶକ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
The post ବାଘପାଲି ରେ ବକୁଳ ଯାତ୍ରା ଆରମ୍ଭ appeared first on Odisha.News.