ବାଘେଶ୍ୱର ଓ୍ବାରିୟର୍ସ ଚାମ୍ପିୟନ
ପୁରୁଣା ଭୁବନେଶ୍ୱର, ୬।୨,(ସୁବାସ ଚନ୍ଦ୍ର ପ୍ରଧାନ): ସ୍ଥାନୀୟ ବିଏମ ହାଇସ୍କୁଲ ପଡିଆରେ କପାଳି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ ପ୍ରତିଯୋଗିତାର ଫାଇନାଲ ସୋମବାର ବାଘେଶ୍ୱର ୱାରିୟର୍ସ ଓ ତିନିମୁଣ୍ଡିଆ ଟାଇଗର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଘେଶ୍ୱର୍ ୱାରୀୟର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭର୍ରେ ୧୭୮ ରନ୍ କରିଥିଲା। ଜବାବ ରେ ଗତ ୩ ଥର ଚାମ୍ପିୟନ ତିନିମୁଣ୍ଡିଆ ଟାଇଗର୍ସ ୧୦ ଓଭର ରେ ମାତ୍ର […] The post ବାଘେଶ୍ୱର ଓ୍ବାରିୟର୍ସ ଚାମ୍ପିୟନ appeared first on Dharitri Odia News.
ପୁରୁଣା ଭୁବନେଶ୍ୱର, ୬।୨,(ସୁବାସ ଚନ୍ଦ୍ର ପ୍ରଧାନ): ସ୍ଥାନୀୟ ବିଏମ ହାଇସ୍କୁଲ ପଡିଆରେ କପାଳି ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଣ୍ଟର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ ପ୍ରତିଯୋଗିତାର ଫାଇନାଲ ସୋମବାର ବାଘେଶ୍ୱର ୱାରିୟର୍ସ ଓ ତିନିମୁଣ୍ଡିଆ ଟାଇଗର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଘେଶ୍ୱର୍ ୱାରୀୟର୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭର୍ରେ ୧୭୮ ରନ୍ କରିଥିଲା। ଜବାବ ରେ ଗତ ୩ ଥର ଚାମ୍ପିୟନ ତିନିମୁଣ୍ଡିଆ ଟାଇଗର୍ସ ୧୦ ଓଭର ରେ ମାତ୍ର ୧୧୯ ରନ୍ କରିପାରିଥିଲା।
ଫାଇନାଲ ରେ ବିକି ବଟୁ ୧୭ ବଲ୍ ରେ ୫୪ ରନ୍ କରି ମ୍ୟାନ ଅଫ ଦି ଫାଇନାଲ ବିବେଚିତ ହୋଇଥିଲେ। ନିକୁଲ ମହାପାତ୍ର ଟୁର୍ନାମେଣ୍ଟରେ ସର୍ବାଧିକ ୧୭୫ ରନ୍ କରି ଶ୍ରେଷ୍ଠ ବ୍ୟାଟର ଓ ରାଜା ଗରାବଡୁ ସର୍ବାଧିକ ୬ ଉଇକେଟ ନେଇ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଆଲରାଉଣ୍ଡ ପ୍ରଦର୍ଶନ ପାଇଁ ଆଶୁ ମହାପାତ୍ର ମ୍ୟାନ୍ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ। କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ, ଶିବପ୍ରସାଦ ବେହେରା, ୱାର୍ଡ ବିଜେଡି ସଭାପତି ଦାଶରଥି ଗରାବଡୁ, ସମାଜସେବୀ ହିମାଦ୍ରି ଶେଖର ମହାପାତ୍ର, ଯୁବ ନେତା ସ୍ବାଗତ ମହାପାତ୍ର, ବବୁଲୁ ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
The post ବାଘେଶ୍ୱର ଓ୍ବାରିୟର୍ସ ଚାମ୍ପିୟନ appeared first on Dharitri Odia News.