ବାଙ୍କୀଫ୍ଲାଇଙ୍ଗ ସ୍କ୍ୱାଡ଼ ଟିମ ଜବତ କଲା ୮ ଲକ୍ଷ ଟଙ୍କା
କଳାପଥର(ବାଙ୍କୀ): ବୈଦ୍ୟେଶ୍ୱର -ବାଙ୍କୀ ରାସ୍ତାର ସୁନାଦେଇ ମୁଣ୍ଡିଆ ପାହାଡ଼ ନିକଟରୁ ବାଙ୍କୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଟିମ 8 ଲକ୍ଷ ଟଙ୍କା ନଗଦ ଜବତ କରିଛି। ନିର୍ବାଚନ ଆଚାରଣ ବିଧି ଲାଗିବା ପରଠାରୁ ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ଟଙ୍କା ଜବତ କରାଯାଇଛି ବୋଲି ବାଙ୍କୀ ରିଟର୍ନିଙ୍ଗ ଅଫିସର ମତ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ ରାତ୍ରିରେ ଫ୍ଲାଇ ସ୍କ୍ୱାଡ଼ ଟିମ ଙ୍କ ଦ୍ୱାରା ଚେକିଂ କରାଯିବା ସମୟରେ ଉକ୍ତ ଧନରାଶିକୁ ଜବତ କରାଯାଇଛି। ଗତ […]

କଳାପଥର(ବାଙ୍କୀ): ବୈଦ୍ୟେଶ୍ୱର -ବାଙ୍କୀ ରାସ୍ତାର ସୁନାଦେଇ ମୁଣ୍ଡିଆ ପାହାଡ଼ ନିକଟରୁ ବାଙ୍କୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଟିମ 8 ଲକ୍ଷ ଟଙ୍କା ନଗଦ ଜବତ କରିଛି। ନିର୍ବାଚନ ଆଚାରଣ ବିଧି ଲାଗିବା ପରଠାରୁ ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ଟଙ୍କା ଜବତ କରାଯାଇଛି ବୋଲି ବାଙ୍କୀ ରିଟର୍ନିଙ୍ଗ ଅଫିସର ମତ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତ ରାତ୍ରିରେ ଫ୍ଲାଇ ସ୍କ୍ୱାଡ଼ ଟିମ ଙ୍କ ଦ୍ୱାରା ଚେକିଂ କରାଯିବା ସମୟରେ ଉକ୍ତ ଧନରାଶିକୁ ଜବତ କରାଯାଇଛି। ଗତ ରାତ୍ରିରେ ଜଣେ ଯୁବକ ବାଇକ ଯୋଗେ ସୁନାଦେଇ ମୁଣ୍ଡିଆ ପାହାଡ ଦେଇ ଯାତ୍ରା କରୁଥିବା ସମୟରେ ସନ୍ଦେହ ପ୍ରକାଶ କରି ଫ୍ଲାଇଙ୍ଗ ସ୍କ୍ୱାଡ଼ ଟିମ ବାଇକ ଚାଳକ ଜଣଙ୍କର ଚେକିଂ କରିଥିଲେ। ଚେକିଂ କରିବା ସମୟରେ ତାଙ୍କ ନିକଟରେ ନଗଦ ୮ ଲକ୍ଷ ଟଙ୍କା ଥିବାର ଜଣା ପଡିଥିଲା।
ବ୍ୟକ୍ତି ଜଣକ କୌଣସି ପ୍ରମାଣ ନ ଦେଇ ପାରିବାରୁ, ନିର୍ବାଚନ ଆଚରଣ ବିଧି ର ଉଲଂଘନ ପରିପ୍ରେକ୍ଷୀ ରେ ଫ୍ଲାଇଙ୍ଗ ସ୍କ୍ୱାଡ଼ ଟିମ ଦ୍ୱାରା ଉକ୍ତ ଧନ ରାଶି କୁ ଜବତ କରାଯାଇଥିଲା। ପରେ ଉକ୍ତ ଧନରାଶି କୁ ଉପକୋଷାଗାର, ବାଙ୍କୀ ଠାରେ ସୁରକ୍ଷିତ ଭାବେ ରଖାଯାଇଛି।