ବାଙ୍ଗରାରେ ପାସେଞ୍ଜର ହଲ୍ଟ ନିର୍ମାଣ ନେଇ ସର୍ଭେ ଆରମ୍ଭ

ବାଲେଶ୍ୱର, ୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ନିକଟସ୍ଥ କୁରୁଡ଼ାର ବାଙ୍ଗରା ଲେଭଲକ୍ରସିଂଠାରୁ ୩ ଶହ ମିଟର ଦୂରରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ ଲାଗି ମଙ୍ଗଳବାର ମଧ୍ୟାହ୍ନରେ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ୍‌ଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ମଚାରୀମାନେ ଗ୍ରାଉଣ୍ଡ ଜିରୋରୁ ସର୍ଭେ ଆରମ୍ଭ କରିଛନ୍ତି। ଉକ୍ତ ସ୍ଥାନରେ ପାସେଞ୍ଜର ହଲ୍ଟ ନିର୍ମାଣ ଏବଂ ବାଙ୍ଗରା ଲେଭଲ କ୍ରସିଂରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରାଯାଇ ବିଭିନ୍ନ ସମୟରେ ଆନ୍ଦୋଳନ, ସତ୍ୟାଗ୍ରହ କରାଯାଇଥିଲା। ତେବେ ମାର୍ଚ୍ଚ ୧୪ତାରିଖରେ […] The post ବାଙ୍ଗରାରେ ପାସେଞ୍ଜର ହଲ୍ଟ ନିର୍ମାଣ ନେଇ ସର୍ଭେ ଆରମ୍ଭ appeared first on Dharitri Odia News.

ବାଙ୍ଗରାରେ ପାସେଞ୍ଜର ହଲ୍ଟ ନିର୍ମାଣ ନେଇ ସର୍ଭେ ଆରମ୍ଭ

ବାଲେଶ୍ୱର, ୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ନିକଟସ୍ଥ କୁରୁଡ଼ାର ବାଙ୍ଗରା ଲେଭଲକ୍ରସିଂଠାରୁ ୩ ଶହ ମିଟର ଦୂରରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ ଲାଗି ମଙ୍ଗଳବାର ମଧ୍ୟାହ୍ନରେ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ୍‌ଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ମଚାରୀମାନେ ଗ୍ରାଉଣ୍ଡ ଜିରୋରୁ ସର୍ଭେ ଆରମ୍ଭ କରିଛନ୍ତି। ଉକ୍ତ ସ୍ଥାନରେ ପାସେଞ୍ଜର ହଲ୍ଟ ନିର୍ମାଣ ଏବଂ ବାଙ୍ଗରା ଲେଭଲ କ୍ରସିଂରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରାଯାଇ ବିଭିନ୍ନ ସମୟରେ ଆନ୍ଦୋଳନ, ସତ୍ୟାଗ୍ରହ କରାଯାଇଥିଲା। ତେବେ ମାର୍ଚ୍ଚ ୧୪ତାରିଖରେ ‘ବାଙ୍ଗରା ରେଳଷ୍ଟେଶନ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ରେଳରୋକୋ କରିବାକୁ ଦକ୍ଷିଣ ପୂର୍ବ ରେଳବାଇର ଡିଆରଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପରେ ଗତ ୧୩ତାରିଖରେ କମିଟିର ସଦସ୍ୟମାନେ ଡିଆରଏମ୍‌ଙ୍କ ସହ ଖଡ଼ଗପୁରରେ ଆଲୋଚନା କରି ରେଳଷ୍ଟେଶନ ନିର୍ମାଣ ଲାଗି ଲିଖିତ ପ୍ରତଶ୍ରୁତି ପାଇଥିଲେ।
ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ରେଳବାଇର ରେଳବାଇ ୱାର୍କସର ବରିଷ୍ଠ ସେକ୍ସନ ଇଞ୍ଜିନିୟର ରାଜେନ୍ଦ୍ର କୁମାର ପଞ୍ଜିଆରା, ଡିଟିଆଇ ଏସ୍‌. କେ. ମହାକୁଡ଼, କମର୍ସିଆଲ ଇନ୍ସିପେକ୍ଟର ଏସ୍‌. ସାହା, ସିନିୟର ସେକ୍ସନାଲ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଅର୍ଜୁନ ମିଞ୍ଜ ପ୍ରମୁଖ ପାସେଞ୍ଜର ହଲ୍ଟ କେଉଁ ସ୍ଥାନରେ ନିର୍ମାଣ କରାଗଲେ ଯାତ୍ରୀ ଓ ରେଳବାଇକୁ ସୁବିଧା ହେବ ସେ ନେଇ ମାପଚୁପ କରିଥିଲେ। ଏଥିପାଇଁ ଲୁପଲାଇନର ଆବଶ୍ୟକତା ଅଛି ବୋଲି ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ୪ଶହ ମିଟର ଦୈର୍ଘ୍ୟର ରେଳଷ୍ଟେଶନ /ପ୍ଲାଟଫର୍ମ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ବାଙ୍ଗରାରେ ପାସେଞ୍ଜର ହଲ୍ଟ ନିର୍ମାଣ ଲାଗି ମାପଚୁପ ପରେ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରାଯିବ। ବାଙ୍ଗରା, କୁରୁଡ଼ା ହରିଡ଼ା, ସାଉଁ, ଗେଙ୍ଗୁଟି ଆଦି ୪୦ରୁ ଅଧିକ ଗ୍ରାମବାସୀ, ପାଖରେ ଥିବା ଶିଳ୍ପାଞ୍ଚଳର ଶ୍ରମିକ, କର୍ମଚାରୀ ଓ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏହାଦ୍ୱାରା ଉପକୃତ ହେବେ ବୋଲି ସାମାଜିକ ନ୍ୟାୟ ଅଧିକାର ମଞ୍ଚ ସଭାପତି ବିଧାନ ଚନ୍ଦ୍ର ଜେନା କହିଛନ୍ତି। ସର୍ଭେ ସମୟରେ କମିଟିର ସଭାପତି ସତ୍ୟନାରାୟଣ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଅଞ୍ଜନ କୁମାର ନାୟକ, ନିରଞ୍ଜନ ଦାସ, କୁରୁଡ଼ା ସରପଞ୍ଚ ତାପସ ପାଣିଗ୍ରାହୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

The post ବାଙ୍ଗରାରେ ପାସେଞ୍ଜର ହଲ୍ଟ ନିର୍ମାଣ ନେଇ ସର୍ଭେ ଆରମ୍ଭ appeared first on Dharitri Odia News.