ବାଚସ୍ପତିଙ୍କ ବିବୃତି ପରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର,୨୯।୭: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ୪ଟା ଯାଏ ଗୃହ ମୁଲତବି ରହିଛି। ସବୁ ନୋଟିସ ଉପରେ ଆଲୋଚନା କରି କହିବି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଥିଲେ। ପରେ ବାଚସ୍ପତିଙ୍କ ଏହି ବିବୃତି ପରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ସୂଚନାଯେୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍‌କୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ […] The post ବାଚସ୍ପତିଙ୍କ ବିବୃତି ପରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବି appeared first on Dharitri Odia News.

ବାଚସ୍ପତିଙ୍କ ବିବୃତି ପରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର,୨୯।୭: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ୪ଟା ଯାଏ ଗୃହ ମୁଲତବି ରହିଛି। ସବୁ ନୋଟିସ ଉପରେ ଆଲୋଚନା କରି କହିବି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଥିଲେ। ପରେ ବାଚସ୍ପତିଙ୍କ ଏହି ବିବୃତି ପରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ।

ସୂଚନାଯେୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍‌କୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ ହଟ୍ଟଗୋଳ ହୋଇଥିଲା। ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣାରେ ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଗୃହ ଚାଲିଥିବା ବେଳେ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରି ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଏବେ ଆଲୋଚନା ଜାରି ରହିଛି।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିବ ବୋଲି ପୂର୍ବରୁ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାହ୍ୟା କି ସ୍ବତନ୍ତ୍ର ପ୍ୟାକେଜ କଥା ଉଠାଇଲେ ନାହିଁ । ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପ୍ରସଙ୍ଗ ଉଠାଇ ନାହାନ୍ତି। ତେବେ ରତ୍ନ ରତ୍ନଭଣ୍ଡାରକୁ ନେଇ ରାଜନୀତି ନ ହେଉ। ଜଷ୍ଟିସ ରଥଙ୍କ ବାପା ଓ ସେ ନିଜେ ଜଗନ୍ନାଥ ତାଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ମାନନ୍ତୁ ବୋଲି ତାରା କହିଥିଲେ।

The post ବାଚସ୍ପତିଙ୍କ ବିବୃତି ପରେ ହଟ୍ଟଗୋଳ: ୪ଟା ଯାଏ ଗୃହ ମୁଲତବି appeared first on Dharitri Odia News.