ବାଜି ପଲଟାଇ ଦେଲେ ସୂର୍ଯ୍ୟକୁମାର, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ

ନୂଆଦିଲ୍ଲୀ, ୩୧।୦୭: ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରୁ ଶାନ୍‌ଦାର ପ୍ରଦର୍ଶନ କରିଆସିଥିବା ଭାରତୀୟ ଟିମ୍‌ ଶେଷ ମ୍ୟାଚ୍‌ରେ ମଧ୍ୟ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି କ୍ଲିନ୍‌ ସୁଇପ୍‌ରେ ଭାରତୀୟ ଟିମ୍‌ର କ୍ୟାପ୍ଟେନ୍‌ ସୂର୍ଯ୍ୟକୁମାର ଯାଦବ ଟ୍ରଫି ରିୟାନ ପରାଗ ଏବଂ ରିଙ୍କୁ ସିଂକୁ ଦେଇ ଦେଇଥିଲେ । କାରଣ ଏହି ଦୁଇ ଖେଳାଳି ବୋଲିଂରେ ନିଜର ଜଲୱା ଦେଖାଇଥିଲେ […] The post ବାଜି ପଲଟାଇ ଦେଲେ ସୂର୍ଯ୍ୟକୁମାର, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ appeared first on Dharitri Odia News.

ବାଜି ପଲଟାଇ ଦେଲେ ସୂର୍ଯ୍ୟକୁମାର, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ

ନୂଆଦିଲ୍ଲୀ, ୩୧।୦୭: ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରୁ ଶାନ୍‌ଦାର ପ୍ରଦର୍ଶନ କରିଆସିଥିବା ଭାରତୀୟ ଟିମ୍‌ ଶେଷ ମ୍ୟାଚ୍‌ରେ ମଧ୍ୟ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି କ୍ଲିନ୍‌ ସୁଇପ୍‌ରେ ଭାରତୀୟ ଟିମ୍‌ର କ୍ୟାପ୍ଟେନ୍‌ ସୂର୍ଯ୍ୟକୁମାର ଯାଦବ ଟ୍ରଫି ରିୟାନ ପରାଗ ଏବଂ ରିଙ୍କୁ ସିଂକୁ ଦେଇ ଦେଇଥିଲେ । କାରଣ ଏହି ଦୁଇ ଖେଳାଳି ବୋଲିଂରେ ନିଜର ଜଲୱା ଦେଖାଇଥିଲେ ।

ଶ୍ରୀଲଙ୍କା ବିପକ୍ଷରେ କ୍ରମାଗତ ତୃତୀୟ ବିଜୟ ହାସଲ କରି ଭାରତ ଟି-୨୦ ସିରିଜ କବ୍‌ଜା କରିଛି। ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଆୟୋଜକ ଦଳ ମଧ୍ୟ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ କରି ମ୍ୟାଚ୍‌ ଡ୍ର କରିଥିଲା। ଫଳରେ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ଯେଉଁଥିରେ ଭାରତ ଜିତିଥିଲା। କ୍ୟାପ୍‌ଟେନ ସୂର୍ଯ୍ୟକୁମାର ଯାଦବ ୱାଶିଂଟନ ସୁନ୍ଦରଙ୍କୁ ସୁପର ଓଭର ବୋଲିଂ କରିବାର ପାଇଁ ଦେଇଥିଲେ ଏବଂ ସେ କୁସାଲ ପେରେରା ଏବଂ ପୃଥ଼୍ବ ନିଶଙ୍କାଙ୍କୁ ଆଉଟ୍‌ କରି ଭାରତ ପାଇଁ ମାତ୍ର ୩ ରନ୍‌ର ଲକ୍ଷ୍ୟ ରଖିଥିଲେ। ଯାହାକି ଭାରତ ସୁପର ଓଭରର ପ୍ରଥମ ବଲ୍‌ରେ ହିଁ ଚୌକା ମାରି ଜିତି ନେଇଥିଲା ।

The post ବାଜି ପଲଟାଇ ଦେଲେ ସୂର୍ଯ୍ୟକୁମାର, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ appeared first on Dharitri Odia News.