ବାଜିଲା ନିର୍ବାଚନୀ ବିଗୁଲ, ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ

ନୂଆଦିଲ୍ଲୀ: ବାଜିଲା ନିର୍ବାଚନୀ ବିଗୁଲ। ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଜୁନ ୪ ତାରିଖରେ ହେବ ଭୋଟ୍ ଗଣତି। ଓଡିଶାର ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଭୋଟ୍ ଗ୍ରହଣ ହେବ। ସମଗ୍ର ଦେଶରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ସମୟରେ ଓଡ଼ିଶାର ବିଧାନସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ହେଉଥିବା ଶନିବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। ଏଥର ଓଡ଼ିଶାରେ ୧୭ତମ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ସରକାରର କାର୍ଯ୍ୟକାଳ ଜୁନ ୨୪ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଗଠନ ହେବ ନୂତନ ସରକାର।  ଓଡ଼ିଶା ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ହେଉଛି ୧୪୭। ଲୋକସଭା ସିଟ୍ ସଂଖ୍ୟା ହେଉଛି ୨୧।  ଗତ ୨୪ ବର୍ଷ ଧରି କ୍ଷମତାରେ ରହିଛି ବିଜେଡି ସରକାର। ପ୍ରଥମ ପର୍ଯ୍ୟାୟଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଏପ୍ରିଲ୍ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନରେ ମତଦାନ ହେବ ।  ଏପ୍ରିଲ୍ ୨୫ ସୁଦ୍ଧା ନାମାଙ୍କନ ସରିବ । ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୯ ଏପ୍ରିଲ୍ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର, ମେ ୧୩ରେ ମତଦାନ ହେବ । ଜୁନ୍ ୪ରେ ଆସିବ ନିର୍ବାଚନ ଫଳାଫଳ ।ମେ ୧୩- ୨୮ଟି ବିଧାନସଭା ଆସନ ସହ କଳାହାଣ୍ଡି, ନବ

ବାଜିଲା ନିର୍ବାଚନୀ ବିଗୁଲ, ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ

ନୂଆଦିଲ୍ଲୀ: ବାଜିଲା ନିର୍ବାଚନୀ ବିଗୁଲ। ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଜୁନ ୪ ତାରିଖରେ ହେବ ଭୋଟ୍ ଗଣତି। ଓଡିଶାର ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଭୋଟ୍ ଗ୍ରହଣ ହେବ। ସମଗ୍ର ଦେଶରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ ଏହି ସମୟରେ ଓଡ଼ିଶାର ବିଧାନସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ହେଉଥିବା ଶନିବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। 

ଏଥର ଓଡ଼ିଶାରେ ୧୭ତମ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜେଡି ସରକାରର କାର୍ଯ୍ୟକାଳ ଜୁନ ୨୪ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଗଠନ ହେବ ନୂତନ ସରକାର।  ଓଡ଼ିଶା ବିଧାନସଭାର ମୋଟ୍ ସିଟ୍ ସଂଖ୍ୟା ହେଉଛି ୧୪୭। ଲୋକସଭା ସିଟ୍ ସଂଖ୍ୟା ହେଉଛି ୨୧।  ଗତ ୨୪ ବର୍ଷ ଧରି କ୍ଷମତାରେ ରହିଛି ବିଜେଡି ସରକାର। 

ପ୍ରଥମ ପର୍ଯ୍ୟାୟ

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଏପ୍ରିଲ୍ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନରେ ମତଦାନ ହେବ ।  ଏପ୍ରିଲ୍ ୨୫ ସୁଦ୍ଧା ନାମାଙ୍କନ ସରିବ । ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୯ ଏପ୍ରିଲ୍ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର, ମେ ୧୩ରେ ମତଦାନ ହେବ । ଜୁନ୍ ୪ରେ ଆସିବ ନିର୍ବାଚନ ଫଳାଫଳ ।

ମେ ୧୩- ୨୮ଟି ବିଧାନସଭା ଆସନ ସହ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଲୋକସଭା ସିଟରେ ହେବ ମତଦାନ।

ଦ୍ୱିତୀୟ ପର୍ଯ୍ୟାୟ

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ଟି ବିଧାନସଭା ଆସନରେ ମତଦାନ ହେବ । ଏଥିଲାଗି ଏପ୍ରିଲ୍ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମେ ୩ ରହିଥିବା ବେଳେ ମେ ୪ ସୁଦ୍ଧା ପ୍ରାର୍ଥିପତ୍ର ଯାଞ୍ଚ ଏବଂ ମେ ୬ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ରହିଛି। ମେ ୨୦ରେ ଭୋଟ୍ ଗ୍ରହଣ ହେବ।।

ମେ ୨୦ - ୩୫ଟି ବିଧାନସଭା ସିଟ୍ ସହ ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଲୋକସଭା ସିଟରେ ହେବ ଭୋଟ୍ ଗ୍ରହଣ।

ତୃତୀୟ ପର୍ଯ୍ୟାୟ

୪୨ଟି ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥିଲାଗି ଏପ୍ରିଲ୍ ୨୯ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମେ ୬ ତାରିଖ ରହିଥିବା ବେଳେ ମେ ୭ ସୁଦ୍ଧା ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ  ମେ ୯ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ।  ମେ ୨୫ରେ ଭୋଟ୍ ଗ୍ରହଣ ହେବ ।

ମେ ୨୫- ୪୨ଟି ବିଧାନସଭା ଆସନ ସହ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ଵର ଲୋକସଭା ସିଟରେ ହେବ ମତଦାନ।

ଚତୁର୍ଥ ପର୍ଯ୍ୟାୟ

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ । ଏଥିଲାଗି ମେ ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନର ଶେଷ ତାରିଖ ମେ ୧୪ ରହିଥିବା ବେଳେ ମେ ୧୫ ସୁଦ୍ଧା ପ୍ରାର୍ଥୀପତ୍ର ଯାଞ୍ଚ ରହିଚି। ମେ ୧୭ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ ଜୁନ୍ ୧ରେ ଭୋଟ୍ ଗ୍ରହଣ ହେବ । ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ । ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଜୁନ୍ ୬ ତାରିଖ ସୁଦ୍ଧା ସରିବ । 

ଜୁନ ୧- ୪୨ଟି ବିଧାନସଭା ଆସନ ସହ ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ସିଟ୍ ପାଇଁ ଭୋଟ୍ ଗ୍ରହଣ ହେବ।