ବାଜିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ ବିଗୁଲ, ମହାସମାରୋହରେ ପ୍ୟାରିସ ଅଲିମ୍ପିକ୍ସ ଉଦଘାଟିତ

ମହାସମାରୋହରେ ଆରମ୍ଭ ହେଲା ପ୍ୟାରିସ ଅଲିମ୍ପିକ୍ସ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ବିଧିବଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ।

ବାଜିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ ବିଗୁଲ, ମହାସମାରୋହରେ ପ୍ୟାରିସ ଅଲିମ୍ପିକ୍ସ ଉଦଘାଟିତ

ଝଲସିଲା ପ୍ୟାରିସ, ଚମକିଲା ପ୍ୟାରିସ୍। ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ବାଜିଲା ବିଶ୍ବ କ୍ରୀଡ଼ା ମହାକୁମ୍ଭର ବିଗୁଲ୍। ମହାସମାରୋହରେ ଆରମ୍ଭ ହେଲା ପ୍ୟାରିସ ଅଲିମ୍ପିକ୍ସ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ବିଧିବଦ୍ଧ ଘୋଷଣା ପରେ ଆରମ୍ଭ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ।

ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ସେନ୍ ନଦୀ ଉପରେ ଦେଖିବାକୁ ମିଳିଥିଲା ଦେଶମାନଙ୍କର ଫ୍ଲୋଟିଂ ପରେଡ୍। ବୋଟ୍ ଡେକରେ କ୍ରୀଡ଼ାବିତ ମାନେ ନିଜ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିବା ବେଳେ, ଲେଡି ଗାଗାଙ୍କ ଭଳି ଖ୍ୟାତନାମା ସେଲିବ୍ରିଟିଙ୍କ ନାଚଗୀତରେ ଦୁଲୁକିଥିଲା ଷ୍ଟେଜ ।

Parade On Riverସେନ୍‌ ନଦୀ ଉପରେ ପରେଡ଼ କାର୍ଯ୍ୟକ୍ରମ ।

ଝିପିଝିପି ବର୍ଷା ସତ୍ତ୍ୱେ ନଦୀତଟରେ ଏକାଠି ହୋଇଥିଲେ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକ । ୪ ଘଣ୍ଟା ଘରି ଚାଲିଥିଲା ଉଦଘାଟନୀ ସମାରୋହ । ଆକର୍ଷଣୀୟ ଆଲୋକ ଓ ଆତସବାଜି ସହ ଝଲସିଥିଲା ଆଇଫିଲ୍ ଟାୱାର ।

ଉଦଘାଟନୀ ସମାରୋହରେ ୬ ହଜାରରୁ ଅଧିକ ଖେଳାଳି ସାମିଲ ହୋଇଥିବା ବେଳେ, ଦର୍ଶକ ସଂଖ୍ୟା ୩ ଲକ୍ଷ ଟପିଥିବା ଖବର ପ୍ରକାଶ ପାଇଛି ।

ଫ୍ରାନ୍ସ ରାଜଧାନୀରେ ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେଉଥିବା ବେଳେ, ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି ।