ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୪୦ରୁ ଅଧିକ ଆହତ

ଭୋପାଳ,୬।୨: ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣରେ ସମଗ୍ର ସହର କମ୍ପିତ ହୋଇଛି। ସୂଚନାନୁସାରେ, ଆଖପାଖ ଅଞ୍ଚଳରେ ପ୍ରାୟ ୫୦ଟି ଘରେ ନିଆଁ ଲାଗିଯାଇଛି। ବର୍ତ୍ତମାନ ୨୦ରୁ ଅଧିକ ଆହତଙ୍କୁ ହରଦା ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ମାଗରଦା ରୋଡସ୍ଥିତ ବେଆଇନ ବାଣ ଦୋକାନରେ ସକାଳେ ବିସ୍ଫୋରଣ ପରେ […] The post ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୪୦ରୁ ଅଧିକ ଆହତ appeared first on Dharitri Odia News.

ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୪୦ରୁ ଅଧିକ ଆହତ

ଭୋପାଳ,୬।୨: ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି।
ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣରେ ସମଗ୍ର ସହର କମ୍ପିତ ହୋଇଛି। ସୂଚନାନୁସାରେ, ଆଖପାଖ ଅଞ୍ଚଳରେ ପ୍ରାୟ ୫୦ଟି ଘରେ ନିଆଁ ଲାଗିଯାଇଛି। ବର୍ତ୍ତମାନ ୨୦ରୁ ଅଧିକ ଆହତଙ୍କୁ ହରଦା ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ମାଗରଦା ରୋଡସ୍ଥିତ ବେଆଇନ ବାଣ ଦୋକାନରେ ସକାଳେ ବିସ୍ଫୋରଣ ପରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ପ୍ରଶାସନିକ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଛି।

The post ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୪୦ରୁ ଅଧିକ ଆହତ appeared first on Dharitri Odia News.