ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୬ ମୃତ, ୬୦ରୁ ଅଧିକ ଆହତ
ମଧ୍ୟ ପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ପାଖାପାଖି ଆହତ ହୋଇଛନ୍ତି ।
ମଧ୍ୟ ପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ପାଖାପାଖି ଆହତ ହୋଇଛନ୍ତି । ପ୍ରଚଣ୍ତ ବିସ୍ଫୋରଣ ଫଳରେ ପାଖାପାଖି ସ୍ଥାନ ମାନଙ୍କରେ ଆତଙ୍କ ଖେଳି ଯାଇଥିଲା ।
ତେବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣେ ଅଧିକାରୀ କହିଛନ୍ତି । ବିସ୍ଫୋରଣର ତୀବ୍ରତା ଏପରି ଥିଲା ଯେ ନର୍ମଦାପୁରମ୍ ଜିଲ୍ଲା ସଂଲଗ୍ନ ସେଓନି ମାଲୱା ଅଞ୍ଚଳର ଲୋକମାନେ ମଧ୍ୟ କମ୍ପନ ଅନୁଭବ କରିଥିବା ସୂଚନା ମିଳିଛି ।
-ମଧ୍ୟପ୍ରଦେଶର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ
-ହାର୍ଦା ଜିଲ୍ଲାରେ ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ
-୬୦ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା#FireMishap #Crackers #OTV pic.twitter.com/gO3Fm2XCcN — ଓଟିଭି (@otvkhabar) February 6, 2024
ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତଦନ୍ତକାରୀ ଅଧିକାରୀଙ୍କ ସହ କଥା ହୋଇ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛନ୍ତି । ମନ୍ତ୍ରୀ ଉଦୟ ପ୍ରତାପ ସିଂହଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଅଭିମୁଖେ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ପୋଷ୍ଟ କରିଛନ୍ତି ।
ଅନ୍ୟପଟେ ଭୋପାଳ ଓ ଇନ୍ଦୋରର ମେଡିକାଲ କଲେଜଗୁଡ଼ିକୁ ଆହତମାନଙ୍କ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ବ୍ଲାଷ୍ଟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ କାରଖାନାରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖାଯାଇଛି ।
My Condolences to the family
Massive explosion broke out at Fire cracker factory Harda Madhya Pradesh, 5 pple De@d and 15 others !njured.