ବାଣ ବିସ୍ଫୋରଣ ପାଇଁ ଦାୟୀ କିଏ ? ୨ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା
ପୁରୀ ୩/୬: ଭଉଁରୀ ବେଳେ ବାଣ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ୨ଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି କୁମ୍ଭାରପଡା ଥାନା ପୋଲିସ । । ତେବେ କିଏ,କେଉଁଠୁ ଏତେ ଟଙ୍କାର ବାଣ ଆଣିଲା ,ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଏ ଦିଗରେ ଛାନ୍ଭିନ ଚଳାଇଛନ୍ତି । ଭଉଁରୀ ବେଳେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇନଥିଲା । ବେଆଇନ ଭାବରେ ଜଣେ ବ୍ୟକ୍ତି ବାଣ ଫୁଟାଇଥିବାରୁ ଏତେ ବଡ ଅଘଟଣ ଘଟିଲା ବୋଲି କହିଛନ୍ତି ଏସ୍ପି । ତେବେ ଡିଏସପି ରାଙ୍କର ଜଣେ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା ବେଳେ ଏଥିରେ ଫରେନସିକକ୍ ଟିମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ରହିଛନ୍ତି। ଆସନ୍ତା ୫ ତାରିଖରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାର ସୂଚନା ଦେଇଛନ୍ତି ଏସ୍ପି । ସୋମବାର ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ୨ ଗୁରୁତର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ବାଣ ବିସ୍ଫୋରଣ ୧୩ ଜଣକ ଜୀବନ ଯାଇଥିବାବେଳେ ଏବେବି ବିଭିନ୍ନ ମେଡିକାଲରେ ୧୫ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି ।
ପୁରୀ ୩/୬: ଭଉଁରୀ ବେଳେ ବାଣ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ୨ଜଣ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି କୁମ୍ଭାରପଡା ଥାନା ପୋଲିସ । । ତେବେ କିଏ,କେଉଁଠୁ ଏତେ ଟଙ୍କାର ବାଣ ଆଣିଲା ,ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଏ ଦିଗରେ ଛାନ୍ଭିନ ଚଳାଇଛନ୍ତି । ଭଉଁରୀ ବେଳେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇନଥିଲା । ବେଆଇନ ଭାବରେ ଜଣେ ବ୍ୟକ୍ତି ବାଣ ଫୁଟାଇଥିବାରୁ ଏତେ ବଡ ଅଘଟଣ ଘଟିଲା ବୋଲି କହିଛନ୍ତି ଏସ୍ପି । ତେବେ ଡିଏସପି ରାଙ୍କର ଜଣେ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା ବେଳେ ଏଥିରେ ଫରେନସିକକ୍ ଟିମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ରହିଛନ୍ତି।
ଆସନ୍ତା ୫ ତାରିଖରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାର ସୂଚନା ଦେଇଛନ୍ତି ଏସ୍ପି । ସୋମବାର ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ୨ ଗୁରୁତର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ବାଣ ବିସ୍ଫୋରଣ ୧୩ ଜଣକ ଜୀବନ ଯାଇଥିବାବେଳେ ଏବେବି ବିଭିନ୍ନ ମେଡିକାଲରେ ୧୫ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି ।