ବାଣ ବିସ୍ଫୋରଣରେ ୩ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର

ଗୁଲା ଓ ସଞ୍ଜୟଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।

ବାଣ ବିସ୍ଫୋରଣରେ ୩ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର

ଦୀପାବଳିରେ ଅଘଟଣ। ବାଣ ବିସ୍ଫୋରଣରେ ତିନି ଜଣ ଆହତ ହୋଇଛନ୍ତି। ପୁରୀ ସଦର ଥାନା ବାଟ ଗାଁରେ ଘଟିଛି ଏହି ଘଟଣା। ଆହତମାନେ ହେଉଛନ୍ତି, ଗୁଲା ରାଉତ, ଲିପା ରାଉତ ଓ ସଞ୍ଜୟ ଜେନା।

ଗୁଲା ଓ ସଞ୍ଜୟଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ ନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଲିପା ରାଉତଙ୍କୁ ମଧ୍ୟ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ହାତ ଓ ମୁହଁରେ ଆଘାତ ଲାଗିଛି।

ସୂଚନା ଅନୁଯାୟୀ, ସଞ୍ଜୟ ଜେନା ବାଣ ଆଣିବା ପାଇଁ ଗୁଲା ଓ ଲିପା ରାଉତଙ୍କ ଘରକୁ ଯାଇଥିଲେ। ସେଠାରେ ଗୁଲା ରାଉତ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ତେବେ ପୁଲିସ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ। ପୁରୀ ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।