ବାଣପୁର ଷଣ୍ଢା ଜଙ୍ଗଲରେ ମହାବଳ ବାଘ ଆତଙ୍କ, ଭୟରେ ଚାଷ ଜମିକୁ ଯାଉନାହାନ୍ତି ଚାଷୀ

ବାଲୁଗାଁ (ଖୋର୍ଦ୍ଧା) : ପୁଣି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବୁଲୁଛି ମହାବଳ ବାଘ , ଲୋକେ ଆତଙ୍କିତ ।  ଗତ 20 ତାରିଖରେ ନାଚୁଣୀ ସୁଳିଆ ଜଙ୍ଗଲରେ ଏକ ଷଣ୍ଢକୁ ମାରି ଅଧା ଖାଇ ଚାଲି ଯାଇଥିଲା ଗୋଟିଏ ବାଘ । ବାଘକୁ କେହି ଦେଖି ନଥିଲେ ମଧ୍ୟ ଷଣ୍ଢଟି ମରିପଡିଥିବା ଚାଷ ଜମିରେ ବାଘଟିର ପାଦ ଚି଼ହ୍ନ ସହିତ ଧାନ ଗଛ ସବୁ ଦବିଯାଇଥିବା ଦେଖିବାକୁ ମିଳିଥିଲା  ।  ପାଦ ଚିହ୍ନରୁ ମହାବଳ ବାଘ […] The post ବାଣପୁର ଷଣ୍ଢା ଜଙ୍ଗଲରେ ମହାବଳ ବାଘ ଆତଙ୍କ, ଭୟରେ ଚାଷ ଜମିକୁ ଯାଉନାହାନ୍ତି ଚାଷୀ appeared first on KNews Odisha.

ବାଣପୁର ଷଣ୍ଢା ଜଙ୍ଗଲରେ ମହାବଳ ବାଘ ଆତଙ୍କ, ଭୟରେ ଚାଷ ଜମିକୁ ଯାଉନାହାନ୍ତି ଚାଷୀ
tiger

ବାଲୁଗାଁ (ଖୋର୍ଦ୍ଧା) : ପୁଣି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବୁଲୁଛି ମହାବଳ ବାଘ , ଲୋକେ ଆତଙ୍କିତ ।  ଗତ 20 ତାରିଖରେ ନାଚୁଣୀ ସୁଳିଆ ଜଙ୍ଗଲରେ ଏକ ଷଣ୍ଢକୁ ମାରି ଅଧା ଖାଇ ଚାଲି ଯାଇଥିଲା ଗୋଟିଏ ବାଘ । ବାଘକୁ କେହି ଦେଖି ନଥିଲେ ମଧ୍ୟ ଷଣ୍ଢଟି ମରିପଡିଥିବା ଚାଷ ଜମିରେ ବାଘଟିର ପାଦ ଚି଼ହ୍ନ ସହିତ ଧାନ ଗଛ ସବୁ ଦବିଯାଇଥିବା ଦେଖିବାକୁ ମିଳିଥିଲା  ।  ପାଦ ଚିହ୍ନରୁ ମହାବଳ ବାଘ ବୋଲି ଟାଙ୍ଗୀ ବନ ବିଭାଗ ସ୍ପଷ୍ଟ କରିଥିଲା  ।

ଆଉ ଟାଙ୍ଗୀ ବନ ବିଭାଗ ବାଘଟିର ସନ୍ଧାନ ପାଇନଥିବା ବେଳେ,  ଦୀର୍ଘ 10 ଦିନ ପରେ ଗତକାଲି ଉକ୍ତ ବାଘଟି ଶୂଳିଆ ଜଙ୍ଗଲରୁ ଆସି ଗମ୍ଭାରୀମୁଣ୍ଡା ନିକଟସ୍ଥ ଷଣ୍ଢା ଡ୍ୟାମ ଅଞ୍ଚଳରେ ବୁଲୁଥିବାର ପାଦ ଚିହ୍ନ ଦେଖିବାକୁ ମିଳିଛି  ।  ବାଲୁଗାଁ ବନାଞ୍ଚଳ ପଦ୍ମପୁର ସେକ୍ସନ ଅନ୍ତର୍ଗତ ଷଣ୍ଢା ଡ୍ୟାମ ନିକଟରେ ଥିବା ପ୍ରଦୀପ ସାମନ୍ତସିଂହାରଙ୍କ ଫାର୍ମ ହାଉସର ପୋଖରୀ ରାସ୍ତାରେ ବାଘର ପାଦଚିହ୍ନ ପଡିଥିବାର ଖବର ପାଇ ବନବିଭାଗ ଅଧିକାରୀମାନେ ଅନୁସନ୍ଧାନ କରିବା ସହିତ ସ୍ପଷ୍ଟ କରିଛନ୍ତି ମହାବଳ ବାଘ ବୋଲି ।

ତେବେ ଜଙ୍ଗଲରେ ମହାବଳ ବାଘ ବୁଲୁଥିବାର ଖବର ପ୍ରଘଟ ହେବାରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଏବେ ଆତଙ୍କିତ ହୋଇପଡିଛନ୍ତି  । ଜଙ୍ଗଲ ନିକଟସ୍ଥ ଚାଷ ଜମିକୁ ଯିବାକୁ ଚାଷୀମାନେ ଭୟ କରୁଛନ୍ତି । ସ୍ଥାନୀୟ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ସ୍ପଷ୍ଟ ହେବା ପରେ ବନ ବିଭାଗ ପକ୍ଷରୁ ସଚେତନତା କରାଯାଇଛି  । ବନ ବିଭାଗ ଜଙ୍ଗଲ ମଧ୍ୟରେ ଫୁଟ ପେଟ୍ରୋଲିଙ୍ଗ ଚଳାଇଥିଲେ ମଧ୍ୟ ଏହି ପର୍ଯ୍ୟନ୍ତ ବାଘକୁ ଠାବ କରି ପାରି ନାହାନ୍ତି ।

ଶୂଳିଆ ଜଙ୍ଗଲର ଡ୍ରୋନ୍ ଓ ଟ୍ରାକ କ୍ୟାମେରା ହେଉ କି ବରବରା ଜଙ୍ଗଲରେ ଲାଗିଥିବା ଟ୍ରାକ କ୍ୟାମେରାରେ ଏପର୍ଯ୍ୟନ୍ତ ବାଘର ଛବି ଆସିନାହିଁଁ ।  ଏ’ ମଧ୍ୟରେ ଏକ ସପ୍ତାହ ଅଧିକ ବିତି ଯାଇଥିଲେ ମଧ୍ୟ ବାଘର ଗତିବିଧି କିମ୍ବା ବାଘକୁ ଠାବ କରିବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଛି । ଆମ ପ୍ରତିନିଧି ଟେଲିଫୋନ ଯୋଗେ ଖୋର୍ଦ୍ଧା DFO ଙ୍କ ସହିତ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିପାରିନାହିଁ  । ଏପଟେ ବାଘକୁ ଶୀଘ୍ର ଧରିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା  ।

 

The post ବାଣପୁର ଷଣ୍ଢା ଜଙ୍ଗଲରେ ମହାବଳ ବାଘ ଆତଙ୍କ, ଭୟରେ ଚାଷ ଜମିକୁ ଯାଉନାହାନ୍ତି ଚାଷୀ appeared first on KNews Odisha.