ବାଣପୁରରେ ବ୍ଲକ ସ୍ତରୀୟ ‘ନୂଆ-ଓ’ କ୍ରୀଡ଼ା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ

ବାଣପୁର: ଆଜି ବାଣପୁର ବ୍ଲକ ନାଚୁଣୀ ଗୋଦାବରୀଶ ସ୍କୁଲ ପଡିଆରେ ‘ନୂଆ- ଓ’ ଯୁବ ଓଡିଶା ଓ ନବୀନ ଓଡିଶା ବ୍ଲକ ସ୍ତରୀୟ  କ୍ରୀଡ଼ା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ। ଯୁବଶକ୍ତି ହିଁ ସାରା […]

ବାଣପୁରରେ ବ୍ଲକ ସ୍ତରୀୟ ‘ନୂଆ-ଓ’ କ୍ରୀଡ଼ା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ
Untitled 1 12

ବାଣପୁର: ଆଜି ବାଣପୁର ବ୍ଲକ ନାଚୁଣୀ ଗୋଦାବରୀଶ ସ୍କୁଲ ପଡିଆରେ ‘ନୂଆ- ଓ’ ଯୁବ ଓଡିଶା ଓ ନବୀନ ଓଡିଶା ବ୍ଲକ ସ୍ତରୀୟ  କ୍ରୀଡ଼ା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ। ଯୁବଶକ୍ତି ହିଁ ସାରା ବିଶ୍ୱର ସମ୍ପଦ  ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ରୀଡାରେ ଭାଗ ନେବାକୁ ପରାମର୍ଶ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ “ନୂଆ–ଓ” ଯୋଜନା ଉପରେ ଆଲୋକପାତ କରିଥିଲେ।

Screenshot 1

ବିଭିନ୍ନ ଖେଳରେ ବ୍ଲକର ୮ଟି ଫୁଟବଲ ଦଳ, ୫୩ଟି କ୍ରିକେଟ ଦଳ, ୩୧ଟି ପୁରୁଷ ଓ ୨ଟି ମହିଳା ଭଲିବଲ ଦଳ,୨୨ଟି ପୁରୁଶ ଓ ୫ଟି ମହିଳା କବାଡି ଦଳ,୧୦ଟି ପୁରୁଷ ଓ ୩ଟି ମହିଳା ଖୋଖୋ ଓ ୧ ଟି ହକିଦଳ ଖେଳ ଉତ୍ସବରେ ଯୋଗଦେଇଥିଲେ।