ବାଣୀବିହାର ୮୯' ବ୍ୟାଚ୍‌ ପୁରାତନ ଛାତ୍ରସଂଘ ପାଳନ କରୁଛି ୩୫ତମ ପ୍ରତିଷ୍ଠା ଦିବସ

କନକ ବ୍ୟୁରୋ: ୧୯୮୯ ମସିହାରେ ବାଣୀବିହାରରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ସମସ୍ତ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସେହି ବର୍ଷ ଗଠିତ ବାଣୀବିହାର ୮୯' ପୁରାତନ ଛାତ୍ର ସଂସଦ(VV89'), ଚଳିତ ବର୍ଷ ଏହାର ୩୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୨୦୧୪ ମସିହାରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହ ପର ଠାରୁ ଦେଶବିଦେଶରେ ଅବସ୍ଥାପିତ ଏହି ବ୍ୟାଚର ଶତାଧିକ ଛାତ୍ରଛାତ୍ରୀ ଅନୁଷ୍ଠାନ ସହ ସଂଯୁକ୍ତ ହୋଇ ବର୍ଷ ବ୍ୟାପି ଅନେକ  ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରିଛନ୍ତି ।  ଚଳିତ ଡିସେମ୍ବର ମାସ ୨୯ ତାରିଖରେ ବାଣୀବିହାରସ୍ଥିତ ଗକଉଏ ପ୍ରେକ୍ଷାଳୟରେ ବାଣୀବିହାର ୮୯ ପୁରାତନ ଛାତ୍ର ସଂସଦର ୩୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେବ ବୋଲି ସଂସଦର ଆବାହକ ଡ. ଗଣେଶ୍ଵର ଜେନା ସୂଚନା ଦେଇଛନ୍ତି । ବାଣୀବିହାର ୮୯' ପୁରାତନ ଛାତ୍ର ସଂସଦର ସଦସ୍ୟ ତଥା ଓଡ଼ିଶା ସରକାରଙ୍କ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଜଗତସିଂହପୁରର ଲୋକସଭା ସାଂସଦ ବିଭୁପ୍ରସାଦ ତରାଇ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରକାଶ ପାଉଥିବା ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ  ହେବ । ସମାରୋହ ସଂକ୍ରାନ୍ତ ଯେକୌଣସି ଅନୁସନ୍ଧାନ ନିମନ୍ତେ ସଭାପତି ଶ୍ରୀ ନୃସିଂହ ସ୍ୱାଇଁ(୯୪୩୭୦ ୮୭୯୭୫ ), ସମ୍ପାଦକ ଶ୍ରୀ ଜୀତେନ୍ଦ୍ରୀୟ ପାତ୍ର (୮୮୯୫୮୮୮୪୪୯), କୋଷାଧ୍ୟକ୍ଷ ଶ୍ରୀ ଅମ୍ବିକା ପ୍ରସ

ବାଣୀବିହାର ୮୯' ବ୍ୟାଚ୍‌ ପୁରାତନ ଛାତ୍ରସଂଘ ପାଳନ କରୁଛି ୩୫ତମ ପ୍ରତିଷ୍ଠା ଦିବସ

କନକ ବ୍ୟୁରୋ: ୧୯୮୯ ମସିହାରେ ବାଣୀବିହାରରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ସମସ୍ତ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସେହି ବର୍ଷ ଗଠିତ ବାଣୀବିହାର ୮୯' ପୁରାତନ ଛାତ୍ର ସଂସଦ(VV89'), ଚଳିତ ବର୍ଷ ଏହାର ୩୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୨୦୧୪ ମସିହାରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହ ପର ଠାରୁ ଦେଶବିଦେଶରେ ଅବସ୍ଥାପିତ ଏହି ବ୍ୟାଚର ଶତାଧିକ ଛାତ୍ରଛାତ୍ରୀ ଅନୁଷ୍ଠାନ ସହ ସଂଯୁକ୍ତ ହୋଇ ବର୍ଷ ବ୍ୟାପି ଅନେକ  ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରିଛନ୍ତି । 


ଚଳିତ ଡିସେମ୍ବର ମାସ ୨୯ ତାରିଖରେ ବାଣୀବିହାରସ୍ଥିତ ଗକଉଏ ପ୍ରେକ୍ଷାଳୟରେ ବାଣୀବିହାର ୮୯ ପୁରାତନ ଛାତ୍ର ସଂସଦର ୩୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେବ ବୋଲି ସଂସଦର ଆବାହକ ଡ. ଗଣେଶ୍ଵର ଜେନା ସୂଚନା ଦେଇଛନ୍ତି । ବାଣୀବିହାର ୮୯' ପୁରାତନ ଛାତ୍ର ସଂସଦର ସଦସ୍ୟ ତଥା ଓଡ଼ିଶା ସରକାରଙ୍କ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଜଗତସିଂହପୁରର ଲୋକସଭା ସାଂସଦ ବିଭୁପ୍ରସାଦ ତରାଇ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରକାଶ ପାଉଥିବା ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ  ହେବ । ସମାରୋହ ସଂକ୍ରାନ୍ତ ଯେକୌଣସି ଅନୁସନ୍ଧାନ ନିମନ୍ତେ ସଭାପତି ଶ୍ରୀ ନୃସିଂହ ସ୍ୱାଇଁ(୯୪୩୭୦ ୮୭୯୭୫ ), ସମ୍ପାଦକ ଶ୍ରୀ ଜୀତେନ୍ଦ୍ରୀୟ ପାତ୍ର (୮୮୯୫୮୮୮୪୪୯), କୋଷାଧ୍ୟକ୍ଷ ଶ୍ରୀ ଅମ୍ବିକା ପ୍ରସାଦ ରାଉତ (୯୪୩୭୩୮୯୨୭୯), ମୁଖ୍ୟ ପରାମର୍ଶଦାତା ଶ୍ରୀ ପ୍ରଦୀପ୍ତ କୁମାର ଗାହାଣ ( ୯୪୩୮୪୮୫୨୨୮ ) ଓ ଶ୍ରୀ ସୌଭାଗ୍ୟ କୁମାର ଆଚାର୍ଯ୍ୟ (୭୯୭୮୩୨୯୦୭୭)ଙ୍କ ସହ ସମ୍ପର୍କ କରିବା ପାଇଁ ଆବାହକ ଡଃ. ଜେନା ଅନୁରୋଧ କରିଛନ୍ତି ।