ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ ବିଧାୟିକା ସୋଫିଆ ଫିର୍ଦୋସ : ରହିବା ଓ ଖାଇବା ବ୍ୟବସ୍ଥାର କଲେ ତଦାରଖ

କଟକ ୨୪।୧୦: ମାଡ଼ିଆସୁଛି ଭୀଷଣ ବାତ୍ୟା ‘ଦାନା’ । ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଅପରାହ୍ନ ୩ଟା ପରେ କଟକରେ ବର୍ଷାର ପରିମାଣ ବଢିଛି । ତୁହାକୁ ତୁହା ବର୍ଷା ସହ ପବନ ମଧ୍ୟ ଅନୁଭୂତ ହେବା ଆରମ୍ଭ ହେଲାଣି । ପାଗ ବିଗିଡିବା ଦେଖି ବିଭିନ୍ନ ବସ୍ତି ଓ କଚ୍ଚା ଘରେ ରହୁଥିବା ଲୋକ ମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଲେଣି । ସେପଟେ କଟକ ସହରରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ପିଇବା ପାଣି ଓ ଟଏଲେଟର ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରିଛନ୍ତି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ । ସୋଫିଆ ସହରର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକ ମାନଙ୍କ ରହିବା, ଖାଇବା ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ପିଇବା ପାଣି, ମୋବାଇଲ ଟଏଲେଟ୍ ଓ ଫାଷ୍ଟ ଏଡ୍ ବ୍ୟବସ୍ଥା କରିବା ପାଇଁ ସୋଫିଆ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।You Can Read:କାଳ ଡ୍ୟାମ୍ ଟାପୁରୁ ମତ୍ସ୍ୟଜୀବୀ ଉଦ୍ଧାର, ଦୀର୍ଘ ୨ ଘଣ୍ଟା ଫସି ରହିଥିଲେ

ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ ବିଧାୟିକା ସୋଫିଆ ଫିର୍ଦୋସ : ରହିବା ଓ ଖାଇବା ବ୍ୟବସ୍ଥାର କଲେ ତଦାରଖ

କଟକ ୨୪।୧୦: ମାଡ଼ିଆସୁଛି ଭୀଷଣ ବାତ୍ୟା ‘ଦାନା’ । ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଅପରାହ୍ନ ୩ଟା ପରେ କଟକରେ ବର୍ଷାର ପରିମାଣ ବଢିଛି । ତୁହାକୁ ତୁହା ବର୍ଷା ସହ ପବନ ମଧ୍ୟ ଅନୁଭୂତ ହେବା ଆରମ୍ଭ ହେଲାଣି । ପାଗ ବିଗିଡିବା ଦେଖି ବିଭିନ୍ନ ବସ୍ତି ଓ କଚ୍ଚା ଘରେ ରହୁଥିବା ଲୋକ ମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଲେଣି । 

ସେପଟେ କଟକ ସହରରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ପିଇବା ପାଣି ଓ ଟଏଲେଟର ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରିଛନ୍ତି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ । ସୋଫିଆ ସହରର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକ ମାନଙ୍କ ରହିବା, ଖାଇବା ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ପିଇବା ପାଣି, ମୋବାଇଲ ଟଏଲେଟ୍ ଓ ଫାଷ୍ଟ ଏଡ୍ ବ୍ୟବସ୍ଥା କରିବା ପାଇଁ ସୋଫିଆ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

You Can Read:

କାଳ ଡ୍ୟାମ୍ ଟାପୁରୁ ମତ୍ସ୍ୟଜୀବୀ ଉଦ୍ଧାର, ଦୀର୍ଘ ୨ ଘଣ୍ଟା ଫସି ରହିଥିଲେ