ବାତ୍ୟା ଡ୍ୟୁଟିରେ ଖିଲାପ କରି ଫସିଗଲେ ରେଭିନ୍ୟୁ ସୁପରଭାଇଜର

ପୂର୍ବରୁ ଆଉ ୪ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ।

ବାତ୍ୟା ଡ୍ୟୁଟିରେ ଖିଲାପ କରି ଫସିଗଲେ ରେଭିନ୍ୟୁ ସୁପରଭାଇଜର

ବାତ୍ୟା ‘ଦାନା’ ଡ୍ୟୁଟିରେ ଖିଲାପ କରି ନିଲମ୍ୱିତ ହୋଇଛନ୍ତି ଜଣେ ରେଭିନ୍ୟୁ ସୁପରଭାଇଜର। ତାଙ୍କ ନାଁ ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ ଅବସ୍ଥାପିତ ହୋଇଥିଲେ।

ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ନିଲମ୍ବନ ଅବଧି ସମୟରେ ତାଙ୍କୁ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିନା ଅନୁମତିରେ ସେ ମୁଖ୍ୟାଳୟ ନ ଛାଡ଼ିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି।

ବାତ୍ୟା ଦାନାର ମୁକାବିଲା ସମୟରେ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ପୂର୍ବରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ପିଇଓ ଏବଂ ଜଣେ ଆରଆଇ ଅଛନ୍ତି।

ରିପୋର୍ଟ- ଭଦ୍ରକରୁ ପାର୍ଥ ସାରଥୀ ନାୟକ