ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ- ଓଡ଼ିଶା ଏବେ ସୁରକ୍ଷିତ
ଭୁବନେଶ୍ୱର: ଜିରୋ କାଜୁଆଲିଟି ହାସଲ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ସରକାରଙ୍କ ଟିମ ୱର୍କ ପାଇଁ ଆମେ ସଫଳ ହୋଇଛୁ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ସେ କହିଛନ୍ତି ଯେ ଆଶ୍ରୟ ସ୍ଥଳୀରେ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ସମସ୍ତେ ସୁରକ୍ଷିତ। କିଛି ଆଶ୍ରୟସ୍ଥଳୀରେ ଅଛନ୍ତି, ଆଉ କିଛି ଯାଇଛନ୍ତି। ପାଣି ଜମିଥିବା ଅଞ୍ଚଳରେ ଆଶ୍ରୟସ୍ଥଳରୁ ଯିବାକୁ ଅନୁମତି ଦିଆଯାଇନି। ସେ ଆହୁରି କହିଛନ୍ତି ଯେ- ନିୟୋଜିତ ବିଭାଗ ସଦସ୍ୟଙ୍କ ଦ୍ୱାରା କାର୍ଯ୍ୟ ଜାରି ରହିଛି। ବିଦ୍ୟୁତ କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ସରିଯାଇଛି। ବର୍ଷା ଯୋଗୁଁ ବାଧକ ସାଜିଥିଲା। ତୁହାକୁ ତୁହା ବର୍ଷା ପବନ ଯୋଗୁଁ ୪୨ ଲକ୍ଷ ୪୩ ହଜାର ଘରକୁ ବିଜୁଳି ବାଧାପ୍ରାପ୍ତ ହୋଇଥିଲା। ୧୪ ଲକ୍ଷ ୮୦ ହଜାର ଘରକୁ ବିଜୁଳି ସଂଯୋଗ ହୋଇସାରିଛି। ରାତି ଓ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। କୃଷି କ୍ଷେତ୍ରରେ ପ୍ରାଥମିକ ରିପୋର୍ଟ ଭାବେ ୧ ଲକ୍ଷ ୭୫ ହଜାର ଏକର ଚାଷ ଜମି କ୍ଷୟକ୍ଷତି ହୋଇଛି। ପୁରା ରିପୋର୍ଟ ଆସିଲା ପରେ କ୍ଷୟକ୍ଷତିର ଆକଳନ କରାଯିବ। ମେଡିକାଲରେ ଆଡମିଟ୍ ହୋଇଥିବା ୨୨୦୦ ଗର୍ଭବତୀ ପ୍ରସବ କରିଛନ୍ତି। ସେଥିରୁ ୧୮ ମାଆ ଜାଆଁଳା ଶିଶୁ ଜନ୍ମ କରିଛନ୍ତି। ସରକାରଙ୍କ ସମସ୍ତ ଅଧିକାରୀଙ୍କ ବାତ୍ୟା ମୁକାବିଲା ନେଇ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ବାଲେଶ୍ୱର, ମୟୁରଭଞ୍ଜରେ ପ୍
ଭୁବନେଶ୍ୱର: ଜିରୋ କାଜୁଆଲିଟି ହାସଲ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ସରକାରଙ୍କ ଟିମ ୱର୍କ ପାଇଁ ଆମେ ସଫଳ ହୋଇଛୁ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ସେ କହିଛନ୍ତି ଯେ ଆଶ୍ରୟ ସ୍ଥଳୀରେ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ସମସ୍ତେ ସୁରକ୍ଷିତ। କିଛି ଆଶ୍ରୟସ୍ଥଳୀରେ ଅଛନ୍ତି, ଆଉ କିଛି ଯାଇଛନ୍ତି। ପାଣି ଜମିଥିବା ଅଞ୍ଚଳରେ ଆଶ୍ରୟସ୍ଥଳରୁ ଯିବାକୁ ଅନୁମତି ଦିଆଯାଇନି।
ସେ ଆହୁରି କହିଛନ୍ତି ଯେ- ନିୟୋଜିତ ବିଭାଗ ସଦସ୍ୟଙ୍କ ଦ୍ୱାରା କାର୍ଯ୍ୟ ଜାରି ରହିଛି। ବିଦ୍ୟୁତ କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ସରିଯାଇଛି। ବର୍ଷା ଯୋଗୁଁ ବାଧକ ସାଜିଥିଲା। ତୁହାକୁ ତୁହା ବର୍ଷା ପବନ ଯୋଗୁଁ ୪୨ ଲକ୍ଷ ୪୩ ହଜାର ଘରକୁ ବିଜୁଳି ବାଧାପ୍ରାପ୍ତ ହୋଇଥିଲା। ୧୪ ଲକ୍ଷ ୮୦ ହଜାର ଘରକୁ ବିଜୁଳି ସଂଯୋଗ ହୋଇସାରିଛି। ରାତି ଓ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି।
କୃଷି କ୍ଷେତ୍ରରେ ପ୍ରାଥମିକ ରିପୋର୍ଟ ଭାବେ ୧ ଲକ୍ଷ ୭୫ ହଜାର ଏକର ଚାଷ ଜମି କ୍ଷୟକ୍ଷତି ହୋଇଛି। ପୁରା ରିପୋର୍ଟ ଆସିଲା ପରେ କ୍ଷୟକ୍ଷତିର ଆକଳନ କରାଯିବ। ମେଡିକାଲରେ ଆଡମିଟ୍ ହୋଇଥିବା ୨୨୦୦ ଗର୍ଭବତୀ ପ୍ରସବ କରିଛନ୍ତି। ସେଥିରୁ ୧୮ ମାଆ ଜାଆଁଳା ଶିଶୁ ଜନ୍ମ କରିଛନ୍ତି।
ସରକାରଙ୍କ ସମସ୍ତ ଅଧିକାରୀଙ୍କ ବାତ୍ୟା ମୁକାବିଲା ନେଇ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ବାଲେଶ୍ୱର, ମୟୁରଭଞ୍ଜରେ ପ୍ରବଳ ବର୍ଷା ହୋଇଛି। ବୁଢାବଳଙ୍ଗ ଫୁଲି ଥିଲେବି ବିପଦ ସଂକେତ ଉପରକୁ ନାହିଁ। ବାଲେଶ୍ୱର ଲୋକ ଭୟଭୀତ ହେବାର ନାହିଁ। ନୂଆ ବିପଦର ଆଶଙ୍କା ନାହିଁ। ଓଡିଶା ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି।