ବାତ୍ୟା ପରିଚାଳନା ପାଇଁ ପୁରୀରେ ବରିଷ୍ଠ ଆଇଏଏସ ବଲଓ୍ବନ୍ତ ସିଂ
ପୁରୀ ୨୩/୧୦: ବାତ୍ୟା ପରିଚାଳନା ପାଇଁ ପୁରୀରେ ପହଞ୍ଚିଲେ ବରିଷ୍ଠ ଆଇଏଏସ ବଲଓ୍ବନ୍ତ ସିଂ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି ବଲଓ୍ବନ୍ତ ସିଂ। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପୁରୀରେ ସେତେ ମାତ୍ରାରେ ପଡିବ ନାହିଁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମୀକ୍ଷା କରାଯାଉଛି। ଜିଲ୍ଲା ପ୍ରଶାସନ ସମସ୍ତ ଜାଗାକୁ ଚିହ୍ନଟ କରିଛି lବିଶେଷ କରି ବାତ୍ୟା ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଆବଶ୍ୟକ ପଡିଲେ ସ୍ଥାନ୍ତାନ୍ତରଣ କରାଯିବ। ବାତ୍ୟାକୁ ନେଇ ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ ଅଛନ୍ତି। ବାତ୍ୟା ପରିଚାଳନା ପାଇଁ ପୁରୀ ଦାୟିତ୍ୱରେ ଆସିଥିବା ପର୍ଯ୍ୟଟନ ବିଭାଗର ସଚିବ ବଳୱନ୍ତ ସିଂ ସୂଚନା ଦେଇଛନ୍ତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ବୁଧବାର ସକାଳ ୫ଟା ୩୦ ମିନିଟ୍ରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି । ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତିରୁ ୨୫ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍ଡି ଡିଜି କହିଛନ୍ତି, ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ 'ଦାନା' । ୨୪ ରାତି ଓ
ପୁରୀ ୨୩/୧୦: ବାତ୍ୟା ପରିଚାଳନା ପାଇଁ ପୁରୀରେ ପହଞ୍ଚିଲେ ବରିଷ୍ଠ ଆଇଏଏସ ବଲଓ୍ବନ୍ତ ସିଂ। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି ବଲଓ୍ବନ୍ତ ସିଂ। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପୁରୀରେ ସେତେ ମାତ୍ରାରେ ପଡିବ ନାହିଁ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମୀକ୍ଷା କରାଯାଉଛି। ଜିଲ୍ଲା ପ୍ରଶାସନ ସମସ୍ତ ଜାଗାକୁ ଚିହ୍ନଟ କରିଛି l
ବିଶେଷ କରି ବାତ୍ୟା ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଆବଶ୍ୟକ ପଡିଲେ ସ୍ଥାନ୍ତାନ୍ତରଣ କରାଯିବ। ବାତ୍ୟାକୁ ନେଇ ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ ଅଛନ୍ତି। ବାତ୍ୟା ପରିଚାଳନା ପାଇଁ ପୁରୀ ଦାୟିତ୍ୱରେ ଆସିଥିବା ପର୍ଯ୍ୟଟନ ବିଭାଗର ସଚିବ ବଳୱନ୍ତ ସିଂ ସୂଚନା ଦେଇଛନ୍ତି।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ବୁଧବାର ସକାଳ ୫ଟା ୩୦ ମିନିଟ୍ରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି । ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତିରୁ ୨୫ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍ଡି ଡିଜି କହିଛନ୍ତି, ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ 'ଦାନା' । ୨୪ ରାତି ଓ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବ 'ଦାନା' ।
Also Read- ୨୪ ଓ ୨୫ରେ ହବିଷ୍ୟାଳୀଙ୍କୁ ଜଗା ଦର୍ଶନ ମନା; ଭକ୍ତଙ୍କୁ ବି ବାରଣ