ବାତ୍ୟା ରେମାଲ ପାଇଁ ଉତ୍ତରପୂର୍ବ, ପଶ୍ଚିମବଙ୍ଗରେ ୨ ଲକ୍ଷ କ୍ଷତିପୂରଣ ଘୋଷଣା
ନୂଆଦିଲ୍ଲୀ : ଉତ୍ତରପୂର୍ବ ରାଜ୍ୟ ଏବଂ ପଶ୍ଚିମବଙ୍ଗରେ ବାତ୍ୟା ରେମାଲ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମଏନଆରଏଫ୍ (ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି)ରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ବାତ୍ୟା ରେମାଲ ଯୋଗୁଁ ଉତ୍ତରପୂର୍ବ ରାଜ୍ୟରେ ଏଯାବତ ୪୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ପିଏମ୍ଓ ପକ୍ଷରୁ ଏହା ଦର୍ଶାଯାଇଛି ଯେ ରେମାଲ […]

ନୂଆଦିଲ୍ଲୀ : ଉତ୍ତରପୂର୍ବ ରାଜ୍ୟ ଏବଂ ପଶ୍ଚିମବଙ୍ଗରେ ବାତ୍ୟା ରେମାଲ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମଏନଆରଏଫ୍ (ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି)ରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ବାତ୍ୟା ରେମାଲ ଯୋଗୁଁ ଉତ୍ତରପୂର୍ବ ରାଜ୍ୟରେ ଏଯାବତ ୪୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ପିଏମ୍ଓ ପକ୍ଷରୁ ଏହା ଦର୍ଶାଯାଇଛି ଯେ ରେମାଲ ଯୋଗୁଁ ଆସାମ, ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ପ୍ରାଣ ହାରିଥିବା ପ୍ରତିଟି ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ଏହି ଘୋଷଣା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଇତି ମଧ୍ୟରେ ବାତ୍ୟା ରେମାଲ ଯୋଗୁଁ ଇମ୍ଫାଲରେ ପ୍ରବଳ ବର୍ଷା ହୋଇ ବନ୍ୟା ଆସିଛି। ଇମ୍ଫାଲରେ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।