ବାତ୍ୟାରେ ୫୦ କି.ମି. ଚାଲି ଝିଅ ବିବାହରେ ପହଞ୍ଚିଲେ

ୱାଶିଂଟନ୍‌: ସମ୍ପ୍ରତି ଆମେରିକାର ଦକ୍ଷିଣ କାରୋଲିନା ନିବାସୀ ଡେଭିଡ୍‌ ଜୋନ୍ସ ନିଜ ଝିଅ ଏଲିଜାବେଥ୍‌ଙ୍କ ବିବାହ ଉତ୍ସବରେ ପହଞ୍ଚିବା ପାଇଁ ପ୍ରବଳ ବାତ୍ୟା ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲେ। ଏଲିଜାବେଥଙ୍କ ବିବାହ ଉତ୍ସବ ଟେନେସିରେ ହେଉଥିବାବେଳେ ଦକ୍ଷିଣ କାରୋଲିନାରୁ ସେଠାରେ ପହଞ୍ଚିବା ପାଇଁ କାର୍‌ରେ ସାଧାରଣତଃ ୨ ଘଣ୍ଟାର ସମୟ ଲାଗିଥାଏ। ତେବେ ବାତ୍ୟା ହେଲେନ୍‌ ଯୋଗୁ କାର୍‌ରେ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯିବା ଡେଭିଡ୍‌ଙ୍କ ପକ୍ଷେ ସମ୍ଭବପର ହୋଇ ନ ଥିଲା। ତେଣୁ […] The post ବାତ୍ୟାରେ ୫୦ କି.ମି. ଚାଲି ଝିଅ ବିବାହରେ ପହଞ୍ଚିଲେ appeared first on Dharitri Odia News.

ବାତ୍ୟାରେ ୫୦ କି.ମି. ଚାଲି ଝିଅ ବିବାହରେ ପହଞ୍ଚିଲେ

ୱାଶିଂଟନ୍‌: ସମ୍ପ୍ରତି ଆମେରିକାର ଦକ୍ଷିଣ କାରୋଲିନା ନିବାସୀ ଡେଭିଡ୍‌ ଜୋନ୍ସ ନିଜ ଝିଅ ଏଲିଜାବେଥ୍‌ଙ୍କ ବିବାହ ଉତ୍ସବରେ ପହଞ୍ଚିବା ପାଇଁ ପ୍ରବଳ ବାତ୍ୟା ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲେ। ଏଲିଜାବେଥଙ୍କ ବିବାହ ଉତ୍ସବ ଟେନେସିରେ ହେଉଥିବାବେଳେ
ଦକ୍ଷିଣ କାରୋଲିନାରୁ ସେଠାରେ ପହଞ୍ଚିବା ପାଇଁ କାର୍‌ରେ ସାଧାରଣତଃ ୨ ଘଣ୍ଟାର ସମୟ ଲାଗିଥାଏ। ତେବେ ବାତ୍ୟା ହେଲେନ୍‌ ଯୋଗୁ କାର୍‌ରେ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯିବା ଡେଭିଡ୍‌ଙ୍କ ପକ୍ଷେ ସମ୍ଭବପର ହୋଇ ନ ଥିଲା। ତେଣୁ ଡେଭିଡ୍‌ ଚାଲି ଚାଲି ୫୦ କିଲୋମିଟର ଅତିକ୍ରମ କରି ଝିଅର ବିବାହ ଉତ୍ସବରେ ପହଞ୍ଚିବାକୁ ସ୍ଥିର କରିଥିଲେ। ଏହି ଯାତ୍ରାବେଳେ ଅନେକ ସ୍ଥାନରେ ଡେଭିଡ୍‌ଙ୍କୁ ଆଣ୍ଠୁଏ ପର୍ଯ୍ୟନ୍ତ କାଦୁଅରେ ମଧ୍ୟ ଚାଲିବାକୁ ପଡ଼ିଥିଲା। ଶେଷରେ ବହୁ ସମସ୍ୟାର ସମ୍ମୁଖୀନ ହେବା ପରେ ସେ ବିବାହସ୍ଥଳରେ ପହଞ୍ଚିଥିଲେ। ବାତ୍ୟା ହେଲେନ୍‌ର କରାଳ ପ୍ରକୋପ ମଧ୍ୟରେ ବି ବାପାଙ୍କୁ ଆସିଥିବା ଦେଖି ଝିଅ ଏଲିଜାବେଥ୍‌ ଭାବବିହ୍ବଳ ହୋଇପଡ଼ିଥିଲେ।

The post ବାତ୍ୟାରେ ୫୦ କି.ମି. ଚାଲି ଝିଅ ବିବାହରେ ପହଞ୍ଚିଲେ appeared first on Dharitri Odia News.