ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ

ବାଲିଗୁଡା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ପଣସପଡ଼ିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବାଥ୍‌ରୁମ୍‌ରୁ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପଣସପଡ଼ିଠାରେ ଏକ ଭଡା ଘରେ ଈପସିତା ପଟ୍ଟନାୟକ (୨୪) ନିଜ ପରିବାର ସହିତ ରହୁଥିଲେ। ହଠାତ ଘର ଲୋକେ ଈପସିତାଙ୍କ ମୃତଶରୀର ବାଥ୍‌ରୁମ୍‌ରେ ଦେଖିବା ପରେ ସଙ୍ଗେ ସଙ୍ଗେ ବାଲିଗୁଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ଜବତ କରି ବ୍ୟବଚ୍ଛେଦ […] The post ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ appeared first on Dharitri Odia News.

ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ

ବାଲିଗୁଡା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ପଣସପଡ଼ିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବାଥ୍‌ରୁମ୍‌ରୁ ଯୁବତୀଙ୍କ ମୃତଶରୀର ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ପଣସପଡ଼ିଠାରେ ଏକ ଭଡା ଘରେ ଈପସିତା ପଟ୍ଟନାୟକ (୨୪) ନିଜ ପରିବାର ସହିତ ରହୁଥିଲେ। ହଠାତ ଘର ଲୋକେ ଈପସିତାଙ୍କ ମୃତଶରୀର ବାଥ୍‌ରୁମ୍‌ରେ ଦେଖିବା ପରେ ସଙ୍ଗେ ସଙ୍ଗେ ବାଲିଗୁଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରୀରକୁ ଜବତ କରି ବ୍ୟବଚ୍ଛେଦ କରିବା ନିମନ୍ତେ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଏହି ଘଟଣାକୁ ନେଇ ସନ୍ଦେହ ବଢୁଛି। ଏ ନେଇ ବାଲିଗୁଡା ପୋଲିସ ପକ୍ଷରୁ ଏକ ମାମଲା କେଶ ନଂ. ୨୧/୨୪ ପ୍ରକାରେ ରୁଜୁ କରି ତଦନ୍ତ ଜାରି ରଖିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

The post ବାଥ୍‌ରୁମ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ: ବଢୁଛି ସନ୍ଦେହ appeared first on Dharitri Odia News.